You are here
Home > କ୍ରାଇମ୍‍ > ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର

ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର

ବାରିପଦା : ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର ଫେସବୁକରେ ଫେକ୍ ବୁକ୍ ଆଇଡି କରି ବାବୁ ଚଳାଇଥିଲେ କାରସାଦି ନକଲି ଆଇଏଏସ୍ ଅଫିସରର ପରିଚୟ ଦେଇ ସାଦି କରିବା ଠାରୁ ଆରମ୍ଭ କରି ଅନେକ ପ୍ରକାର ଠକି ଚାଲିଥିଲେ ତେବେ ଜଣେ ଆଇଏଏସ୍ ଅଫିସର ଜିଲ୍ଲା ଆଇବିରେ ନରହି, ଛତୁଆ ସେଣ୍ଟରରେ ରହିବା କାଳ ହେଲା ହାବଭାବକୁ ଲୋକେ ସନ୍ଦେହ କଲେ, ଆଉ ମାଡ଼ି ବସିଲା ପୋଲିସ୍

ଫେସବୁକରେ ବାବୁଙ୍କ ଚେହେରା ଦେଖନ୍ତୁ ଆଉ ଇଣ୍ଟ୍ରୋରେ ଦେଖନ୍ତୁ ବାବୁ କିଏ ବାବୁ ହେଉଛନ୍ତି କଲେକ୍ଟର୍ ଆଟ୍ ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍, ଇଂରାଜୀରେ କାଲକାଟା ଲେଖା ହୋଇଥିବା କଥା ଛାଡ଼ନ୍ତୁବାବୁ କିନ୍ତୁ ଲେଖିଛନ୍ତି, ସେ କାଲକାଟା ଯୁନିଭରସିଟିରୁ ଇଞ୍ଜିନିୟରିଂ କରିଛନ୍ତି ଇଣ୍ଟ୍ରୋରେ ଲେଖିଛନ୍ତି ସେ କଟକରୁ କିନ୍ତୁ ରହୁଛନ୍ତି ଦିଲ୍ଲୀରେ ଚିକଣ ଚାକଣ ଚେହେରାର ବେଶ୍ ଉପଯୋଗ କରିଛନ୍ତି ଏ ବାବୁ ଜଣକ ନିଜକୁ ଆଇଏଏସ୍ ଅଫିସର ବୋଲି କହି ବେଶ୍ କିଛି କାରନାମା କରିଛନ୍ତି ସେ ଆଉ ଏବେ ମୟୂରଭଞ୍ଜ ଖୁଣ୍ଟା ପୋଲିସ୍ ଜାଲରେ ପଡ଼ିଛନ୍ତି ଏହି ନକଲି ଆଇଏଏସ୍ ଅଫିସର

ନକଲି ବାବୁ ଜଣକ ହେଉଛନ୍ତି ରଜତ ପଣ୍ଡା ଘର ଭଦ୍ରକ ତିହିଡ଼ି ଅଞ୍ଚଳରେ କିନ୍ତୁ ଫେସବୁକ୍ ଆଇଡିରେ ବାବୁଙ୍କ ନାଁ ରହିଛି ସହେଲା ପଣ୍ଡା ଲିଙ୍ଗରାଜ ମାଲକାନଗିରି ଉପ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନାଁରେ ଏମିକି ଫେକ୍ ଆଇଡି ଖୋଲି, ବାବୁ ଚଳାଇଥିଲେ କାରସାଦି

ଅନେକ ଝିଅକୁ ସୋସିଆଲ ମିଡିଆରେ ଫସେଇ ବିବାହ କରୁଥିଲେ । ନିଜକୁ ଆଇଏଏସ୍ ଅଫିସର କହି ଗତମାସ ୨୦ ତାରିଖରେ ଦାମୋଦରପୁର ଅଞ୍ଚଳର ଜଣେ ଝିଅଙ୍କୁ ଉଦଳା ତାରିଣୀ ମନ୍ଦିରରେ ବିବାହ କରିନ୍ତି । ବାବୁଙ୍କ ମୁଖା ଖୋଲିଯିବା ପରେ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ପକ୍ଷରୁ କୌଣସି ଅଭିଯୋଗ ଆସିନି ତେବେ ପୋଲିସକୁ ମିଳିଥିବା ସୂଚନା ଅନୁୟାୟୀ, ସିସୋର୍ ଚିଟଫଣ୍ଡ ସଂସ୍ଥା ସହ ଜଡ଼ିତ ଏହି ଲୋକ ଜଣକ ୨୦୧୪-୧୫ ମସିହାରେ କିଛିଦିନ ପାଇଁ ଭୁବନେଶ୍ବରର ଝାରପଡ଼ା ଜେଲରେ ଥିଲେ ଭୁବନେଶ୍ବରର ଏକ ସିକ୍ୟୁରିଟି ସଂସ୍ଥାରେ ରହି କାମ କରୁଥିଲେ ତେବେ ଆଇଏଏସ୍ ଅଫିସରର ପରିଚୟ ରାଜ୍ୟର ବିଭିନ୍ନ ସ୍ଥାନରେ ଠକି ଚାଲିଥିଲେ ଚାକିରି କରାଇ ଦେବାକୁ କହି ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଳର କିଛି ଯୁବକ ଯୁବତୀଙ୍କୁ ଠକିଥିବା ଜଣାପଡ଼ିଛି ତେବେ ବାବୁ ଜଣକ ଜିଲ୍ଲା ଆଇବିରେ ନରହି, ଖୁଣ୍ଟା ଛତୁଆ ସେଣ୍ଟରରେ ରହିବା କାଳ ହେଲା ଛତୁଆ ସେଣ୍ଟରରେ ଆଇଏଏସ୍ ଅଫିସରଙ୍କ ହାବଭାବକୁ ଲୋକେ ସନ୍ଦେହ କରି ପୋଲିକୁ ଜଣାଇଥିଲେ

ନକଲି ଆଇଏଏସ୍ ଅଫିସର ରଜତ ପଣ୍ଡାଙ୍କ ନାଁରେ ମାଲକାନଗିରି ଜିଲ୍ଲାରେ ମାମଲା ରହିଛି ଯାହା ଉପରେ ଛାନଭିନ୍ କରିବାକୁ ଖୁଣ୍ଟା ଆସୁଛି ମାଲକାନଗିରି ଜିଲ୍ଲା ପୋଲିସ୍

 

ONA

Leave a Reply

Top