You are here
Home > ବଡ଼ଖବର > ବିଜେଡିରେ ବଢିଲା ରଘୁଙ୍କ ଓଜନ : ଉଠାଜଳସେଚନ ନିଗମର ଅଧ୍ୟକ୍ଷ ସହ କ୍ୟାବିନେଟ ପ୍ୟାହା ଦେଲେ ନବୀନ

ବିଜେଡିରେ ବଢିଲା ରଘୁଙ୍କ ଓଜନ : ଉଠାଜଳସେଚନ ନିଗମର ଅଧ୍ୟକ୍ଷ ସହ କ୍ୟାବିନେଟ ପ୍ୟାହା ଦେଲେ ନବୀନ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ପୁଣି ମନେ ପକାଇଛନ୍ତି ନବୀନ । ରଘୁଙ୍କୁ ବିଜେଡିରେ ପୁଣି ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଘୁନାଥ ମହାନ୍ତିଙ୍କୁ ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ରଘୁନାଥଙ୍କୁ କ୍ୟାବିନେଟ ପ୍ୟାହା ମିଳିଛି । ଏହା ପୂର୍ବରୁ ରଘୁଙ୍କ ଉପରୁ ନବୀନ ଦଳୀୟ ନିଲମ୍ବନ ଆଦେଶ ଉଠାଇ ତାଙ୍କୁ ଦଳର ଉପସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି ।
ଉପକୂଳ ରାଜନୀତିରେ ରଘୁଙ୍କ ଦଳ ଓ ସରକାରରରେ ବେଶ ଗୁରୁତ୍ୱ ରହିଥିଲା । ହେଲେ ବୋହୁ ବର୍ଷାସୋନୀ ନିର୍ଯ୍ୟାତନା ମାମଲାରେ ଛନ୍ଦି ହୋଇ ମନ୍ତ୍ରୀ ପଦ ହରାଇବା ସହ ଦଳରୁ ନିଲମ୍ବିତ ହୋିଥିଲେ ରଘୁନାଥ ମହାନ୍ତି । ଏବେ ନିଜ ପାରିବାରିକ ବିବାଦ ସମାଧାନ ହୋଇସାରିଛି । ବୋହୁ ତାଙ୍କ ମାମଲା ପ୍ରତ୍ୟାହାର କରି ଘରକୁ ଫେରିବା ପରେ ପୁଣି ଥରେ ରାଜନୀତିରେ ରଘୁଙ୍କ ଗୁରୁତ୍ୱ ବଢିଛି ।

ONA

Leave a Reply

Top