You are here
Home > ଅଧିକ ଖବର > ବଣୁଆ ହାତୀ ଆତଙ୍କ : କାମାକ୍ଷାନଗରରେ ଦୁଇ,କୋମନା ବୃଦ୍ଧଙ୍କୁ ହାତୀ ଦଳି ମାରିଲା

ବଣୁଆ ହାତୀ ଆତଙ୍କ : କାମାକ୍ଷାନଗରରେ ଦୁଇ,କୋମନା ବୃଦ୍ଧଙ୍କୁ ହାତୀ ଦଳି ମାରିଲା

ନୂଆପଡା : ବଣୁଆ ହାତୀ ଆତଙ୍କ କାମାକ୍ଷାନଗରରେ ଜଙ୍ଗଲୀ ହାତୀ ଦୁଇ ଜଣଙ୍କୁ ଦଳି ମାରିଛି ମୃତକମାନେ ଖନ୍ଦାନାଳ ଆଶ୍ରମର ୨ଜଣ  ବାବା ସେହିଭଳି କୋମନା କରଙ୍ଗାଭଟା ଗାଁରେ ବିଲ ଜଗିଥିବା ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରିଛି ।

ମାତିଛନ୍ତି ବଣୁଆ ହାତୀ । ଯିଏ ସାମ୍ନାରେ ପଡୁଛି ତାକୁ ଗୋଡରେ ଦଳି ମାରୁଛନ୍ତି । ଢେଙ୍କାନାଳ କାମାକ୍ଷାନଗର ସରାଙ୍ଗ ଆଇଜିଆଇଟି କଲେଜ ନିକଟରେ ଦୁଇ ଜଣ ବାବାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବାରିହାପୁରର ମାଧବାନନ୍ଦ ଓ ଅନ୍ଧାରିଖୋଲର ମୁନା ସାହୁ। ଖନ୍ଦାନାଳ ଆଶ୍ରମର ରହୁଥିବା ତିନି ଜଣ ବାବା ଭୋରରୁ ଉଠି ଗାଧୋଇବାକୁ ଯାଇଥିବା ବେଳେ ହାତୀ ପଲ ହାବୁଡରେ ପଡିଥିଲେ । ଜଣେ ଦୌଡି ପଳାଇ ଆସିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ହାତୀ ଦଳି ଦେଇଥିଲା । ଘଟଣାସ୍ଥଳେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା । ଡିହଡୋଳ ଫରେଷ୍ଟର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରିଛନ୍ତି ।

ସେପଟେ ହାତୀ ଆକ୍ରମଣରେ ନୂଆପଡା କୋମନା ରେଞ୍ଜ କରଙ୍ଗାଭଟା ଗାଁରେ ଜଣେ ବୃଦ୍ଧ ଚାଷୀଙ୍କର ମୃତ୍ୟୁ ହୋଇଛି । ସକାଳେ ଗାଁର ସହଦେବ ପରାଭୁଏ ଧାନବିଲ ଜଗିଥିବା ବେଳେ ହଠାତ୍‌ ୬ରୁ ୭ଟି ହାତୀ ଧାନବିଲକୁ ଚାଲିଆସିଥିଲେ । ସହଦେବ ଦୌଡି ପାରିନଥିଲେ । ଗୋଟିଏ ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେବା ସହ ପାଦରେ ଦଳି ଦେଇଥିଲା । ଲୋକେ ଦେଖୁଥିଲେ ବି କେହି ତାଙ୍କୁ ଉଦ୍ଧାର କରିପାରିନଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗ ପକ୍ଷରୁ ଉପଯୁକ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ହାତୀମାନେ ନିକଟସ୍ଥ ଏକ ବୁଦା ଭିତରେ ଥିବାରୁ ବନ ବିଭାଗ ଓ ପୋଲିସ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛି ।

୧୫ ଦିନ ତଳେ କୋମନା ରେଞ୍ଜର ଅନୁପଗଡ ଓ ବୋଡେନ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ପଲ ପଶି ଧାନ ଫସଲ ନଷ୍ଟ କରିଥିଲେ । ହାତୀ ପଲଙ୍କ ଉତ୍ପାତ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ହାତୀ ଘଉଡାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ONA

Leave a Reply

Top