You are here
Home > Breaking News > ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍’ : ୧୧ନମ୍ବରରେ ଓଡ଼ିଶା

‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍’ : ୧୧ନମ୍ବରରେ ଓଡ଼ିଶା

ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ଓ ଡିପାର୍ଟମେଣ୍ଟ୍ ଅଫ୍ ଇଣ୍ଡଷ୍ଟ୍ରୀଆଲ୍ ପଲିସ୍ ଆଣ୍ଡ୍ ପ୍ରୋମୋସନ୍‌ (ଡିଆଇପିପି) ପକ୍ଷରୁ କରାଯାଇଥିବା ‘ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍’ ବା ‘ବ୍ୟବସାୟ ପାଇଁ ପରିବେଶ ସୃଷ୍ଟି କରିବା’ ତାଲିକାରେ ଓଡ଼ିଶା ୧୧ ନମ୍ବର ସ୍ଥାନକୁ ଖସି ଯାଇଛି। ଗତବର୍ଷ ଓଡ଼ିଶା ଏହି ସର୍ଭେରେ ୭ ନମ୍ବର ସ୍ଥାନରେ ଥିଲା। ଏହି ତାଲିକାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ୧ ନମ୍ବର ସ୍ଥାନରେ ରହିଛନ୍ତି। ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ଗୁଜରାଟ ୩ ନମ୍ବର ସ୍ଥାନକୁ ଖସି ଆସିଥିବା ବେଳେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ହରିଆଣା ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ହାସଲ କରିଛନ୍ତି।
ବ୍ୟବସାୟ କରିବା ପାଇଁ ପରିବେଶ ସୃଷ୍ଟି କରିବା ତାଲିକାର ୧୦ଟି ଟପ୍ ରାଜ୍ୟ ମଧ୍ୟରେ ଝାଡ଼ଖଣ୍ଡ(୭ମ), ରାଜସ୍ଥାନ (୮ମ), ଉତ୍ତରାଖଣ୍ଡ(୯) ଓ ମହାରାଷ୍ଟ୍ର(୧୦) ରହିଛନ୍ତି। ଓଡ଼ିଶା ତଳକୁ ପଞ୍ଜାବ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପଶ୍ଚିମ ବଙ୍ଗ ଓ ବିହାର ,ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ଦିଲ୍ଲୀ ରହିଛନ୍ତି।ଏହି ରିପୋର୍ଟ ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିବାରେ କିଛିଟା ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।

ONA

Leave a Reply

Top