You are here
Home > ବିଶେଷ > ଏଯୁଗର କଂସ ବାପା: କଚାଡ଼ି ହତ୍ୟା କଲା ନିଜ ଛୁଆକୁ!

ଏଯୁଗର କଂସ ବାପା: କଚାଡ଼ି ହତ୍ୟା କଲା ନିଜ ଛୁଆକୁ!

କନ୍ଧମାଳ: ନିଜ ଛୁଆକୁ ନିଜେ କଚାଡ଼ି କଚାଡ଼ି ମାରିଦେଲା । ହଁ, କାନକୁ ବିଶ୍ୱାସ ହେଉନଥିଲେ ବି ଏହା ସତକଥା । ଏଯୁଗର କଂସ ସାଜିଲା ବାପା । ନିଜ ହାତରେ କୋଳେଇ କାଖେଇ ବଢଉଥିବା ହାତରେ ଛେଚି ଛେଚି ମାରିଦେଲା ନିଜର ଗେଲବୟସର ଝିଅକୁ ।

ମାନ କି ନ’ମାନ, କିନ୍ତୁ ଘଟଣାଟି ଘଟିଯାଇଛି କନ୍ଧମାଳ ଜିଲ୍ଲାରେ । ନିଶାରେ ଚୁର୍ ହୋଇ ଏହି ହତ୍ୟାକାଣ୍ଡ ଘଟାଇଛି ଜଣେ ନିଶାସକ୍ତ ବାପା । ସ୍ତ୍ରୀକୁ ମଦପିଇ ମାରୁଥିବା ବେଳେ ୨ବର୍ଷର ଝିଅଟି ସାମ୍ନାକୁ ଆସିଯାଇଥିଲା ।

ସ୍ତ୍ରୀକୁ ଛାଡ଼ି ଝିଅକୁ କଚାଡ଼ି କଚାଡ଼ି ମାରିଦେଲା ପାଷଣ୍ଡ ସ୍ୱାମୀ । ଗୁରୁତର ଅବସ୍ଥାରେ ପିଲାଟିକୁ ଫୁଲବାଣୀ ଡ଼ାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ବାପାକୁ ଦାରିଙ୍ଗିବାଡ଼ି ପୋଲିସ ଗିରଫ କରିଛି ।

ONA

Leave a Reply

Top