You are here
Home > ଇଣ୍ଡିଆ > ଟ୍ରମ୍ପ- ଆମେରିକାର ପରବର୍ତ୍ତି ରାଷ୍ଟ୍ରପତି

ଟ୍ରମ୍ପ- ଆମେରିକାର ପରବର୍ତ୍ତି ରାଷ୍ଟ୍ରପତି

ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରି ଆମେରିକାର ୪୫ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମୋଟ୍ ୫୩୮ ଇଲେକ୍ଟୋରାଲ ଭୋଟରୁ ଟ୍ରମ୍ପ ମ୍ୟାଜିକ ନମ୍ବର ୨୭୦ ଅତିକ୍ରମ କରିସାରିଛନ୍ତି। ସେହିପରି ୟୁଏସ୍ ସିନେଟ୍ ରେ ଡୋନାଲ୍ଡଙ୍କ ରିପବ୍ଲିକାନ ପାର୍ଟିକୁ ବହୁମତ ମିଳିଛି। ସିନେଟ୍ ରେ ବହୁମତ ପାଇଁ ୫୧ ଆସନ ଆବଶ୍ୟକ ଥିବା ବେଳେ ରିପବ୍ଲିକାନ ପାର୍ଟି ୫୧ ଓ ଡେମୋକ୍ରାଟିକ ପାର୍ଟି ୪୭ଟି ଆସନ ପାଇଛି। ହାଉସ ଅଫ ରିପ୍ରେଜେଣ୍ଟେଟିଭ୍ ରେ ବି ରିପବ୍ଲିକାନ ପାର୍ଟି ବାଜିମତ୍ କରିଛି।
ବିଜୟ ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅଭିଭାଷଣ ରଖିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେବା ବେଳେ ସେ କହିଛନ୍ତି ମୁଁ ସମସ୍ତ ଆମେରିକୀୟଙ୍କ ରାଷ୍ଟ୍ରପତି । ମିଳିମିଶି କାମ କରିବା ଏବଂ ଆମର ସ୍ବପ୍ନ କୁସାକାର କରିବା । ଆମର ଦୃଢ ସାମର୍ଥ୍ୟ ରହିଛି । ଆମେ ସବୁ କିଛି ହାସଲ କରିପାରିବା । ଆମର ବହୁତ ବଡ ଯୋଜନା ରହିଛି । ଆମର ଅର୍ଥନୀତିକୁ ଦ୍ବିଗୁଣା କରିପାରିବା ।
ଆମେରିକାର ବନ୍ଧୁ ହେବାକୁ ଚାହୁଁଥିବା ସମସ୍ତ ରାଷ୍ଟ୍ର ସହ ଆମେ ସମ୍ପର୍କ ସୁଦୃଢ କରିବୁ । ମୁଁ ମୋ ବାପା ମାଙ୍କଠାରୁ ବହୁତ କିଛି ଶିଖିଛି । ସଫଳତା ପାଇଁ ଭଉଣୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ । ଲୋକମାନେ ଏହାକୁ ଐତିହାସିକ ମୁହୁର୍ତ୍ତ କହିଛନ୍ତି । କିନ୍ତୁ ଏହି ଐତିହାସିକ କର୍ଯ୍ୟକୁ ଆମକୁ ପ୍ରମାଣିତ କରିବାକୁ ପଡିବ ।
ମୁଁ ମୋ ଦେଶକୁ ବହୁତ ଭଲ ପାଏ । ଦେଶ ଉଦ୍ଦେଶ୍ୟରେ ସମ୍ବଧନ କରିବା ପରେ ସେ ଲୋକମାନଙ୍କ ସହ ହାତ ମିଳାଇ ଧନ୍ୟବାଦ ଜଣାଇଥିଲେ । ରିପବ୍ଲିକାନ ମୋଗଲ ତାଙ୍କର ଡୋମେକ୍ରାଟିକ୍ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ବିଶ୍ବ ଅର୍ଥନୀତିକୁ ଦୋହଲାଇ ଦେଇଛନ୍ତି ଏବଂ ପୃଥୀବୀର ରାଜନୈତିକ ବାତାବରଣରେ ଚହଳ ପକାଇଛନ୍ତି। ନିଜର ଦୁଇ ବର୍ଷର ପ୍ରଚାର ସମୟରେ ଅନେକ ବିବାଦକୁ ସେ ଡାକି ଆଣିଥିଲେ। ଶେଷ ପର୍ଯ୍ୟନ୍ତ ବିବାଦ ତାଙ୍କ ପିଛା ଛାଡି ନଥିଲା। ପ୍ରଥମରୁ ସେ ଆମେରିକାର ଚିର ପ୍ରତିଦ୍ବନ୍ଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କୁ ସମର୍ଥନ କରି ଆସିଥିଲେ ବିବାଦକୁ। ବ୍ୟବସାୟୀରୁ ଟିଭି ଷ୍ଟାର ଓ ପରେ ରାଜନେତା ହୋଇଥିବା ଟ୍ରମ୍ପ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
ବିଜୟ ପରେ ପ୍ରତିଦ୍ବନ୍ଦି ହିଲାରୀ ତାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଭାରତ ପ୍ରତି ରଖିଥିବା ମନୋଭାବକୁ ଆମେ ପ୍ରଶଂସା କରୁଛୁ । ଆପଣଙ୍କ ସହ ଆମେ କାମ କରିବାକୁ ଚାହୁଁଛୁ । ଭାରତ ଓ ଆମେରିକାର ଦ୍ବିପାକ୍ଷିକ ସମ୍ପର୍କ ଦୃଢ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୋଦି।

ଆକଳନ ଭୁଲ ହେଲା
ଆମେରିକାର ସମ୍ବିଧାନ ଅନୁଯାୟୀ, ନଭେମ୍ବର ମାସର ପ୍ରଥମ ସୋମବାର ପର ମଙ୍ଗଳବାରରେ ଭୋଟଗ୍ରହଣ କରାଯାଇଥାଏ । ସେହି ଆଧାରରେ ମତନାଦ ହୋଇଛି । । ହିଲାରୀ ଓ ଟ୍ରମ୍ପଙ୍କ ବିଜୟ ନେଇ ଭିନ୍ନ ଭିନ୍ନ ଭବିଷ୍ୟବାଣୀ କରାଯାଉଥିଲା । ଆଶା କରାଯାଉଥିଲା ହିଲାରୀଙ୍କ ସପକ୍ଷରେ ମତଦାନ ଯିବ । ଏପରିକି ତାଙ୍କର ବିଜୟ ଆଶା ୯୦ପ୍ରତିଶତ ଥିଲା ବୋଲି କୁହାଯାଉଥିଲା । ହେଲେ ସବୁ ପୂର୍ବ ଆକଳନ ଭୁଲ ପ୍ରମାଣିତ ହୋଇଛି । ଟ୍ରମ୍ପଙ୍କ ବାଜିମାରି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଟ୍ରମ୍ପ ପୂର୍ବରୁ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଥିବାବେଳେ ହିଲାରୀ ବିଜୟୀ ହେଲେ ସେ ହେବେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି । ୧୯୯୩ରୁ ୨୦୦୧ ପର୍ଯ୍ୟନ୍ତ ଆମେରିକାର ‘ପ୍ରଥମ ମହିଳା’ ଭାବେ ହ୍ୱାଇଟ ହାଉସରେ ରହିଥିବା ହିଲାରୀ ପୁଣି ଥରେ ରାଷ୍ଟ୍ରମୁଖ୍ୟ ଭାବେ ସେଠାକୁ ଫେରିବେ । ଟ୍ରମ୍ପ କିନ୍ତୁ ଏହାକୁ ଗ୍ରହଣ ନକରି ଫଳାଫଳ ବ୍ରିଟେନର ‘ବ୍ରେକ୍ସିଟ’ ଭଳି ଅପ୍ରତ୍ୟାଶିତ ହେବ ବୋଲି ଟ୍ରମ୍ପ କହିଥିଲେ । ତାହା ହିଁ ହୋଇଛି ।
ସରକାରୀ ଘୋଷଣା ୧୯ରେ
ତେବେ ଡିସେମ୍ବର ୧୯ରେ ଇଲେକଟୋରାଲ କଲେଜର ସଦସ୍ୟମାନେ ସରକାରୀ ଭାବେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସେମାନେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ସେହି ଦିନ ହିଁ ନିର୍ବାଚିତ କରିବେ; ଯଦିଓ ୯ତାରିଖରେ ଏହା ସ୍ପଷ୍ଟ ହୋଇସାରିଛି । ଏହାସତ୍ତ୍ୱେ ବିଜୟୀ ଘୋଷଣା କରାଯିବା ପାଇଁ ଆଉ କେତେକ ଧାରା ଅନୁସରଣ କରିବାକୁ ହୋଇଥାଏ । ନୂଆ ରାଷ୍ଟ୍ରପତି ଜାନୁୟାରୀ ୨୦ରେ ଶପଥ ଗ୍ରହଣ କରିବେ ।

ONA

Leave a Reply

Top