You are here
Home > ବଡ଼ଖବର > ପାରାଦୀପରେ ଶିଳ୍ପାୟନର ଯୋଗ୍ୟ ମାନବ ସମ୍ବଳର ଆବଶ୍ୟକତା ପୂରଣ ପାଇଁ ବିଶ୍ୱ ମାନର ଦକ୍ଷତା ବିକାଶ ଖୋଲା ଯିବ : ଧର୍ମେନ୍ଦ୍ର ପ୍ରଧାନ

ପାରାଦୀପରେ ଶିଳ୍ପାୟନର ଯୋଗ୍ୟ ମାନବ ସମ୍ବଳର ଆବଶ୍ୟକତା ପୂରଣ ପାଇଁ ବିଶ୍ୱ ମାନର ଦକ୍ଷତା ବିକାଶ ଖୋଲା ଯିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ପାରାଦ୍ୱୀପ ଓ ଏହାର ଆଖପାଖ ଅଂଚଳ ଗୁଡିକରେ ବନ୍ଦର ଆଧାରିତ ଶିଳ୍ପାୟନର ଦ୍ରୁତ ବିକାଶ ପାଇଁ କେନ୍ଦ୍ର ଜାହଜ ଚଳାଚଳ, ସଡକ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅôଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି ବୃହତର ଯୋଜନାର ରୂପରେଖ ପ୍ରସ୍ତୁତିରେ ନିଜର ମତ ରଖିଥିଲେ । ଏହି ବୈଠକରେ ୪୦ଟି ଭିନ୍ନଭିନ୍ନ ପ୍ରକଳ୍ପରେ ପାଖାପାଖି ୯୧ ହଜାର କୋଟି ଟଙ୍କାର ବ୍ୟୟ ବରାଦକୁ କିପରି ତୁରନ୍ତ କ୍ରିୟାନୟନରେ ଉପଯୋଗ କରାଯାଇପାରିବ ସେଥିଲାଗି ବିଶଦ ଆଲୋଚନା ହୋଇଥିଲା । ପ୍ରଥମେ ପାରାଦ୍ୱୀପ ବନ୍ଦରର ଆଧୁନିକୀକରଣର ୭ଟି ବିଭିନ୍ନ ପ୍ରକଳ୍ପରେ ୧୬ ହଜାର ୬୩୭ କୋଟି, ଦ୍ୱିତୀୟରେ ବନ୍ଦର ସହିତ ସଂଯୋଗୀକରଣ ପାଇଁ ୯ଟି ବିଭିନ୍ନ ପ୍ରକଳ୍ପରେ ୧୩ ହଜାର ୬୯୦ କୋଟି ତୃତୀୟରେ ୮ଟି ବନ୍ଦର ଆଧାରିତ ଶିଳ୍ପାୟନ ପ୍ରକଳ୍ପରେ ପାଖାପାଖି ୫୫ ହଜାର ୫୫୦ କୋଟି ଚତୁର୍ଥରେ ୧୦ଟି ଉପକୂଳ ଅଂଚଳ  ବିକାଶ ପ୍ରକଳ୍ପରେ ୪ ହଜାର ୭୯୩ କୋଟି ବ୍ୟୟବରାଦକୁ ତ୍ୱରିତ ଖର୍ଚ କରି ଲୋକଙ୍କ ପାଖରେ ଏହି ପ୍ରକଳ୍ପର ଲାଭ ପହଁଚାଇବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ପାରାଦୀପ ଠାରେ ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାପନା କରା ଯିବ । ଏହା ବାଦ ୧୦୦ ଏମଏଲ ଡି ସାଲିନେସନ ସୁବିଧା ବିକାଶ କରାଯିବ ଯାହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ପାନୀୟ ଜଳ ମିଳି ପାରିବ । ଭାରତ ସରକାର ପାରାଦ୍ୱୀପ ବନ୍ଦରକୁ ସ୍ମାର୍ଟପୋର୍ଟ ଇଣ୍ଡଷ୍ଟ୍ରି ସିଟି ଭାବେ ଘୋଷଣା କରିଛନ୍ତି ।

ପାରାଦ୍ୱୀପ ଓ ଏହାର ଆଖପାଖ ଅଂଚଳରେ ବନ୍ଦର ଆଧାରିତ ଶିଳ୍ପାୟନର ଦ୍ରୁତ ବିକାଶ ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା
ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
 ୪୦ଟି ଭିନ୍ନଭିନ୍ନ ପ୍ରକଳ୍ପରେ ପାଖାପାଖି ୯୧ ହଜାର କୋଟି ଟଙ୍କାର ବ୍ୟୟ ବରାଦକୁ ତୁରନ୍ତ କ୍ରିୟାନୟନ ପାଇଁ ସମୀକ୍ଷା
 ପାରାଦ୍ୱୀପ ବନ୍ଦରର ଆଧୁନିକୀକରଣର ୭ଟି ବିଭିନ୍ନ ପ୍ରକଳ୍ପରେ ୧୬ ହଜାର ୬୩୭ କୋଟି ବ୍ୟୟ ନେଇ ଚର୍ଚା
 ବନ୍ଦର ସହିତ ସଂଯୋଗୀକରଣ ପାଇଁ ୯ଟି ବିଭିନ୍ନ ପ୍ରକଳ୍ପରେ ୧୩ ହଜାର ୬୯୦ କୋଟି
 ୮ଟି ବନ୍ଦର ଆଧାରିତ ଶିଳ୍ପାୟନ ପ୍ରକଳ୍ପରେ ପାଖାପାଖି ୫୫ ହଜାର ୫୫୦ କୋଟି
 ୧୦ଟି ଉପକୂଳ ଅଂଚଳ ବିକାଶ ପ୍ରକଳ୍ପରେ ୪ ହଜାର ୭୯୩ କୋଟି ବ୍ୟୟବରାଦକୁ ନେଇ ଆଲୋଚନା
 ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାପନା ହେବ
 ପାରାଦୀପରେ ଶିଳ୍ପାୟନର ଯୋଗ୍ୟ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ବିଶ୍ୱ ମାନର ଦକ୍ଷତା ବିକାଶ ଖୋଲିବା ପାଇଁ ଶ୍ରୀ ପ୍ରଧାନଙ୍କ ଘୋଷଣା
 ନିମନ୍ତ୍ରଣ ସତ୍ୱେ ବୈଠକରେ ଯୋଗ ଦେଲେ ନାହିଁ ଓଡିଶା ସରକାରଙ୍କ ପ୍ରତିନିଧି

ଏହି ବନ୍ଦର ନଗରୀ ଓଡିଶାର ପ୍ରମୁଖ ଶିଳ୍ପାଚଂଳ ହେବାକୁ ଯାଉଛି । ଭାରତ ସରକାରଙ୍କ ଏହି ବନ୍ଦର ପାଇଁ ଗୁରୁତ୍ୱ କାରଣରୁ ଗତବର୍ଷ ୧୦୦ ମିଲିୟନ ଟନରୁ ଉର୍ଦ୍ଦ ମାଲ ପରିବହନ କରି ଦେଶର ୩ଟି ବନ୍ଦର ମଧ୍ୟରେ ସ୍ଥାନ ପାଇଥିଲା । ୨୦୨୦ ମସିହା ସୁଦ୍ଧା ଏହି ବନ୍ଦର ବାର୍ଷିକ ୩୩୨ ନିୟୁତ ଟନ ପଣ୍ୟପରିବହନ ସହ ଦେଶର ସର୍ବବୃହତ ବନ୍ଦର ହେବାର
ଆକଳନ କରାଯାଇଛି । ଖଣିଜ ସମ୍ପଦରେ ଭରପୁର ରାଜ୍ୟମାନଙ୍କ ପାଖରେ ଥିବାରୁ ପାରାଦ୍ୱୀପ ବନ୍ଦର ରେକର୍ଡ ପରିମାଣ ମାଲ ପରିବହନର ହକଦାର ହୋଇପାରିବ । ପାରାଦ୍ୱୀପରେ ୧୫ ଏମଏମଟିପିଏର ତୈଳବିଶୋଧନାଗାର, ୧୨ ଏମଏମଟିପିଏର ପିଲେଟ ପ୍ରକଳ୍ପ ମୋଟ ୪
ଏମଏମଟିପିଏ କ୍ଷମତାସମ୍ପନ୍ନ ଦୁଇଟି ସାର କାରଖାନା ପ୍ରତିଷ୍ଠିତ ହୋଇସାରିଛି । ଏହାସହ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତରଫରୁ ବଡ ଶିଳ୍ପାୟନ ପ୍ରକଳ୍ପ ସହ ବର୍ତମାନର ତୈଳ ବିଶୋଧନାଗାର କ୍ଷମତାକୁ ୨୧ ଏମଏମଟିପିଏକୁ ବୃଦ୍ଧି କରିବାର ବ୍ୟବସ୍ଥା ହୋଇଛି । କେନ୍ଦ୍ର ତୈଳମନ୍ତ୍ରଣାଳୟ ଦ୍ୱାରା ପାରାଦ୍ୱୀପରେ ସ୍ଥାପିତ ହେଉଥିବା ୭୦୦ ଟିଏମଟି କ୍ଷମତା ବିଶିଷ୍ଟ ପ୍ରଲିପ୍ରପଲିନ ପ୍ରକଳ୍ପ ୨୦୧୮ ମସିହା ସୁଦ୍ଧା ଶେଷ ହେବାକୁ ଥିବା ବେଳେ ୩୫୫ ଟିଏମଟି କ୍ଷମତା ସମ୍ପନ୍ନ ମନୋମିଥାଇଲ ଗ୍ଲାଇକୋ ପ୍ରକଳ୍ପ ଡ୍ରାଉନଷ୍ଟ୍ରିମ ଶିଳ୍ପର ଦ୍ରୁତ ବିକାଶ ପାଇଁ ସୁଯୋଗ ତିଆରି କରିବ । ପ୍ଲାଷ୍ଟିକ, ପେଂଟ, ରବର ଏବଂ ସିନ୍ଥେଟିକ କପଡା ଶିଳ୍ପ ପାରାଦ୍ୱୀପ ଆଖପାଖରେ ଦ୍ରୁତ ଶିଳ୍ପାୟନରେ ସହାୟକ ହେବ । ଏହାସହ ବିଭିନ୍ନ ସଡକ ପ୍ରକଳ୍ପ, ନଦୀ ଆଧାରିତ ବନ୍ଦର ତଥା ଆନ୍ତରଷ୍ଟ୍ରୀୟ ଜଳପଥ ବିକାଶ ପାରାଦ୍ୱୀପ ଓ ଆଖପାଖ ଅଂଚଳ ବିକାଶକୁ ତ୍ୱରାନ୍ୱିତ କରିବ ।
ପାରାଦ୍ୱୀପ ଆଖପାଖ ଶିଳ୍ପାୟନକୁ ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ଗ୍ୟାସ ପାଇପ ଲାଇନ ଶକ୍ତି ଯୋଗାଣରେ ସହେଯାଗର ହାତ ବଢାଇବ । ପାରାଦୀପର ଦୃତ ବିକାଶର ସମ୍ଭାବନାକୁ ଦେଖି ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବେସାମରିକ ବିମାନଚଳାଚଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ବୈଠକ ପରେ ପାରାଦୀପରେ ଶିଳ୍ପାୟନର  ଯୋଗ୍ୟ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ବିଶ୍ୱ ମାନର ଦକ୍ଷତା ବିକାଶ ଖୋଲିବା ପାଇଁ ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି । ଏହି ବୈଠକରେ ଓଡିଶା ସରକାରଙ୍କୁ ଯୋଗଦେବାପାଇଁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଓଡିଶାରେ କୌଣସି ପ୍ରତିନିଧି ଏହି ବୈଠକରେ ଯୋଗଦେଇନଥିଲେ । ଏହି ବୈଠକରେ ଖାଦ୍ୟପକ୍ରିୟାକରଣ ମନ୍ତ୍ରୀ ଶ୍ରୀମତୀ ହର୍ଷ ମିରତ କୌର ବାଦଲ ତଥା ଇସ୍ପାତ ସଡକ ପରିବହନ ରାଜମାର୍ଗ ଜାହଜ ଚଳାଚଳ, ବେସାମରିକ ଜାହଜ ଚଳାଚଳ, କ୍ଷୁଦ୍ର, ମଧ୍ୟମ ଓ ଅଣୁଶିଳ୍ପ, ତୈଳ ଓ ପ୍ରାକୃତିକ ଗ୍ୟାସ, ରେଳ, ସାର ଓ ରସାୟନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ ।

ONA

Leave a Reply

Top