You are here
Home > ବଡ଼ଖବର > ବିଜୟ ଓ ବିଜେଡିକୁ ଧର୍ମେନ୍ଦ୍ର ମାରିଲେ ବାଣ

ବିଜୟ ଓ ବିଜେଡିକୁ ଧର୍ମେନ୍ଦ୍ର ମାରିଲେ ବାଣ

ଭୁନନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଘଟଣାକୁ ନେଇ ରାଜ୍ୟରେ ରାଜନୀତିକ ବାତାବରଣ ବେଶ ଉଷ୍ମ ରହିଛି । ଦୈନିକ ବୟାନବାଜୀ ଚାଲିଛି । ଏହା ଭିତରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମତ ରଖି ନିଜ ଦଳକୁ ସମାଲୋଚନା କରିଛନ୍ତି । ଏହାଦ୍ୱାରା ବିଜେପିର ଅଧିକ କ୍ଷତି ହେବ ବୋଲି ସେ କହିଛନ୍ତି । ବିଜୟଙ୍କ ଏହି କଥାକୁ ବିଜେପି ସମାଲୋଚନା କରିଥିବା ବେଳେ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ପହଞ୍ôଚଲା ପରେ ବିଜୟଙ୍କ ନା ନ ନେଇ ତାଙ୍କୁ ତାତ୍ସଲ୍ୟ କରିଛନ୍ତି ଏବଂ ବିଜେଡି କୋର୍ଟକୁ ବଲ ଗଡ଼ାଇଛନ୍ତି । ବିଜେପି ଆଭିମୁଖ୍ୟ ସ୍ପଷ୍ଟ ବୋଲି ସେ କହିଛନ୍ତି । ବିଜେଡି କାହିଁକି ସମର୍ଥନ ଦେଲା ଏବଂ ନିଜେ କାହିଁକି ପ୍ରାର୍ଥୀ ନ ଦେଲା ସେ କଥା ମଧ୍ୟ ଉଠାଇଛନ୍ତି । ନା’ ନ ଧରିଥିଲେ ବି ବିଜେଡିର ଆଭିମୁଖ୍ୟ କାହିଁକି ବଦଳିଲା ସେ କଥା ସେ ଦଳ କହିବା ଦରକାର ବୋଲି ଧର୍ମେନ୍ଦ୍ର ମତ ରଖିଛନ୍ତି । ଫଳରେ ଧର୍ମେନ୍ଦ୍ର ଆସିଲା ପରେ ରାଜନୀତିକ ବାତାବରଣ ପୁଣି ସରଗରମ ହୋଇଛି ।
ଶନିବାର ବିଜୟ କହିଥିଲେ କ୍ଷତିତ ନିଶ୍ଚିତ ଭାବରେ ବିଜେପିର ହେଲା ଏଥିରେ କୌଣସି ସନ୍ଦେହ ନାହିଁ । ଗୋଟିଏ ପଟେ ତାଙ୍କ ପାଖକୁ ଯାଇ ସମର୍ଥନ ମାଗିବ ଓ ଅନ୍ୟପଟରେ ସେହିଦିନ ସନ୍ଧ୍ୟା ବେଳକୁ ତାଙ୍କ ବିରୋଧରେ କହିବ,ଏଥିରେ କଣ ଲୋକେ ବିଶ୍ୱାସ କରିବେ । ଏ ନେଇ ଉଭୟ ବିଜେପି-ବିଜେଡି ସ୍ପଷ୍ଟ କରିବା ଦରକାର । ନଚେତ ଲୋକେ ଦ୍ୱନ୍ଦ୍ୱରେ ପଡ଼ିବେ ବୋଲି ସେ କହିଥିଲେ । ବିଜୟଙ୍କ ଏହି ମତକୁ କଡ଼ା ସମାଲୋଚନା କରି ବିଜେପି ଉପସଭାପତି ସମୀର ମହାନ୍ତି କହିଥିଲେ ଏଥିରେ ବିଜୟ ମହାପାତ୍ରଙ୍କ କଥାରୁ ଜଣାପଡୁଛି ଯେଉଁମାନେ ଭୋଟ ଦେଇଛନ୍ତି ସେ ଦଳ ସହିତ ଟିକେ ବନ୍ଧୁତ୍ୱ ବଢ଼ୁଛି । ତାଙ୍କୁ ପଚାରିବା ଦରକାର ସେ କହିଁକି ଭୋଟଦେଲେ । ଏନଡିଏ ପ୍ରାର୍ଥୀ ଦେଇଥିଲା କଣ ହାରିବା ପାଇଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ହେଲେ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ôଚବା ପରେ ବିଜୟଙ୍କୁ କଟାକ୍ଷ କରି କହିଛନ୍ତି କିଛି ବନ୍ଧୁମାନଙ୍କର ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି ନ୍ୟାୟରେ ବକ୍ତବ୍ୟମାନ ଆସୁଛି । କିଏ କାହାକୁ ସମର୍ଥନ ଦେଲା ନ ଦେଲା ସବୁ କିଛି ତଥ୍ୟ ଲୋକଲୋଚନରେ ଅଛି । କିଏ କାହାକୁ କହିଲା କିଏ କାହାକୁ ଅନୁରୋଧ କଲା ଏ ସବୁ ଲୋକଲୋଚନରେ ସ୍ପଷ୍ଟ ଅଛି ବୋଲି ଧର୍ମେନ୍ଦ କହିଛନ୍ତି ।
ସେହିପରି ବିଜେଡି ନା ନ ନେଇ ମଧ୍ୟ କହିଛନ୍ତି ଭାରତ ବର୍ଷ ୪୦ ବର୍ଷ ଧରି ରାଜ୍ୟସଭା ଉପସଭାପତି ପଦ କଂଗ୍ରେସ ଦଳର ଥିଲା । ଆମର ଦାୟିତ୍ୱ ଥିଲା ଏଥର କଂଗ୍ରେସ ଦଳରୁ ତାକୁ ଛଡ଼ାଇ ଆଣି ଅନ୍ୟ କୌଣସି ସ୍ଥାନରେ ପହଞ୍ଚାଇବା । ଆମର କେବେ ଜିଦି ନ ଥିଲା ବିଜେପିର କେହି ହେଉ । ଓଡ଼ିଶାର ତ କେହି ହୋଇ ପାରିଥାନ୍ତା । ଯେଉଁମାନେ ଆକୁ ସମର୍ଥନ କଲୁ ତାକୁ ସମର୍ଥନ କଲୁ କହୁଛନ୍ତି ଜଣେ ଓଡ଼ିଆ ପୁଅକୁ କଣ ପାଇଁ କଲେନି । ମୋର ଯାହା ଅନୁମାନ କିିଛି ବାଧ୍ୟବାଧକତା ଥିବ ଧୀରେଧୀରେ କଥାକୁ ସେମାନଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ । ଆମ ପ୍ରତି କାର ଆଭିମୁଖ୍ୟ ବଦଳିବ ତାହା ସେମାନଙ୍କୁ ଜଣାଥିôବ । ବିଜେପି ଭାରତବର୍ଷରେ କଂଗ୍ରେସ ମୁକ୍ତ ଅଭିଯାନରେ ଅଛି ସେଥିପାଇଁ ଆମେ ରାଜ୍ୟସଭା ଉପସଭାପତି ପଦ ଆମର ପ୍ରାଥମିକ ଦାୟିତ୍ୱ ଥିଲା କଂଗ୍ରେସ ଦଳରୁ ଛଡ଼ାଇ ଆଣିବା ଏଣୁ ଆମେ ଗୋଟିଏ ସର୍ବସମ୍ମତକ୍ରମେ ପ୍ରାର୍ଥୀଦେବାକୁ ପ୍ରଚେଷ୍ଟା କରିଥିଲୁ । ଯେଉଁ ବନ୍ଧୁମାନେ ସେଥିରେ ସମର୍ଥନ କଲେ ତାକୁ ଆମେ କୃତଜ୍ଞତା ଜଣାଉଛୁ । ଓଡ଼ିଶାରେ ୨୧ଟି ଯାକ ଲୋକସଭା ଓ ୧୪୭ଟି ବିଧାନସଭା ବିଜେପି ୩୬ ହଜାର ବୁଥକୁ ବଝବୁତ କରିବ । ନରେନ୍ଦ୍ର ମୋଦିଙ୍କର ନେତୃଥ୍ୱରେ କେନ୍ଦ୍ର ଓ ରାଜ୍ୟରେ ବିଜେପିର ସରକାର ହେଉ ଏଇଟା ବିଜେପିର ଲକ୍ଷ୍ୟ ।

ONA

Leave a Reply

Top