You are here
Home > ବଡ଼ଖବର > ରଥାରୁଢ଼ ହେଲେ ତିନି ଠାକୁର

ରଥାରୁଢ଼ ହେଲେ ତିନି ଠାକୁର

ଭୁବନେଶ୍ୱର: ଆଜି ପବିତ୍ର ବାହୁଡ଼ା ଯାତ୍ରା । ଶ୍ରୀଜିଉ ରଥାରୁଢ଼ ହୋଇସାରିଛନ୍ତି । ଛେରା ପହଁରା ସରିଛି । ମହାପ୍ରଭୁଭ ଶ୍ରୀଜଗନ୍ନାଥ ଭାଇ, ଭଉଣୀଙ୍କୁ ଧରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ । ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ପ୍ରବଳ ପାଣି । ଏହା ସତ୍ତେ୍ୱ ବାହୁଡ଼ା ଯାତ୍ରାରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଛି । ଛେରା ପହଁରା ସରିବା ପରେ ଚାରମାଳ ଖୋଲା ଚାଲିଛି । ରତ୍ନବେଦିକୁ ମହାପ୍ରଭୁଙ୍କୁ ଟାଣି ନେବା ପାଇଁ ଭକ୍ତ ପ୍ରସ୍ତୁତ ହୋଇ ରହିଛନ୍ତି । ସୂଚନା ପାଇବା କ୍ଷଣି ସେମାନେ ମହାପ୍ରୁଭୁଙ୍କୁ ଆନନ୍ଦ ଉଲ୍ଲାସରେ ଟାଣିନେବେ ସିଂହଦ୍ୱାର ଅଭିମୁଖେ । ଆସନ୍ତାକାଲି ରଥରେ ଶ୍ରୀଜୀଉଙ୍କର ସୁନାବେଶ ହେବ । ବର୍ଷାକୁ ନ ମାନି ଭକ୍ତମାନେ ସେମାନଙ୍କ ଆରଧ୍ୟ ଦେବତାଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଯାଇଛନ୍ତି ବଡ଼ଦାଣ୍ଡକୁ । ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

ONA

Leave a Reply

Top