You are here
Home > ଲାଟେଷ୍ଟ > ସବକା ସାଥ୍ ସବକା ବିକାଶ: ରାଷ୍ଟ୍ରପତି

ସବକା ସାଥ୍ ସବକା ବିକାଶ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ସଂସଦର ମିଳିତ ବଜେଟ୍ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସବକା ସାଥ ସବକା ବିକାଶ ହେଉଛି ମୋ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଥିଲେ  । ଏହା ସହିତ ନାରୀ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର  । ସ୍ୱଚ୍ଛ ଭାରତ ମିଶନ ଏକ ଆନେ୍ଦାଳନରେ ପରିଣତ ହୋଇଛି । ସବୁ ବାସହୀନଙ୍କୁ ଘର ଯୋଗାଇଦେବାର ଲକ୍ଷ୍ୟ ରଖିଛନ୍ତି ସରକାର । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ  ଚଳିତବର୍ଷ ସାଧାରଣ ବଜେଟ୍ ଓ ରେଳ ବଜେଟ୍ ଏକାଠି ଆସିବ । ଏହା ଏକ ଐତିହାସିକ ପଦକ୍ଷେପ । ସମସ୍ତଙ୍କର ସହଯୋଗ ମିଳିଲେ ସରକାରଙ୍କ ଏହି ପରିବର୍ତ୍ତିତ  କାର୍ଯ୍ୟପନ୍ଥା ସଫଳ ହେବ । ଗରିବ, ପୀଡିତ, ଦଳିତ ଓ ବଞ୍ଚିତଙ୍କ  ମଙ୍ଗଳସାଧନ ହିଁ ସରକାରଙ୍କ ଏକମାତ୍ର ଆଭିମୁଖ୍ୟ । ସମସ୍ତଙ୍କ ସହଯୋଗ ଓ ବିକାଶ ସରକାରଙ୍କ ଲକ୍ଷ୍ୟ । ଏହି କ୍ରମରେ ସେ ଦେଶର ଗରିବ ଜନସାଧାଣ , ମହିଳା ଓ କୃଷକଙ୍କର ସଶକ୍ତିକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ  । ନାରୀ ସଶକ୍ତିକରଣ ଉପରେ ସରକାର ଗୁରୁତ୍ୱ ଦେଉଥିନ୍ତି ବୋଲି ମତବ୍ୟକ୍ତ କରିଥିଲେ  । ନାରୀ ସଶକ୍ତିକରଣ ସରକରଙ୍କ ମୂଳ ଲକ୍ଷ୍ୟ  । ମହିଳାମାନଙ୍କ ପାଇଁ ୬୦୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ କରାଯାଇଛି । ଯାହା ଜରିଆରେ ମହିଳାଙ୍କ ସକାଶେ ୧.୧ କୋଟି ଚାକିରି ସୃଷ୍ଟି କରାଯିବ । ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ପିଭି ସୁନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କ ଭଳି ମହିଳା ଖେଳାଳିଙ୍କ ନାମ ଉଲ୍ଲେଖ କରି ସେମାନେ ନାରୀ ସଶକ୍ତିକରଣର ଗୋଟିଏ ଗୋଟିଏ ଜ୍ୱଳନ୍ତ ଉଦାହରଣ ବୋଲି ଅଭିହିତ କରିଥିଲେ । ସେହିପରି ତାଙ୍କ ଅଭିଭାଷଣରେ ରାଷ୍ଟ୍ରପତି   ଉଲ୍ଲେଖ କରିଥିଲେ କି ୫୦ ଲକ୍ଷ କର୍ମଚାରୀଙ୍କ ସହିତ ୩୫ ଲକ୍ଷ ପେନସନ୍ ଭୋଗୀଙ୍କ ସକାଶେ ସପ୍ତମ ବେତନ ଲାଗୁ ହୋଇଛି । ଦୀନଦୟାଲ ଅନ୍ତ୍ୟେଦୟ ଯୋଜନାରେ ୧୬,୦୦୦ କୋଟି ହିତାଧିକାରୀ ସ୍ଥାନ ପାଇଛନ୍ତି । ଇତି ମଧ୍ୟରେ  ୫ କୋଟି ଲୋକଙ୍କୁ ଇନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି ।

ONA

Leave a Reply

Top