You are here
Home > ଲାଟେଷ୍ଟ > ତାମିଲନାଡୁ ଆଡେ ମୁହାଁଇଛି ଘୂର୍ଣ୍ଣିଝଡ ‘ନାଡା’: ଗୁରୁବାରଠୁ ରାଜ୍ୟରେ ବର୍ଷା ସମ୍ଭାବନା

ତାମିଲନାଡୁ ଆଡେ ମୁହାଁଇଛି ଘୂର୍ଣ୍ଣିଝଡ ‘ନାଡା’: ଗୁରୁବାରଠୁ ରାଜ୍ୟରେ ବର୍ଷା ସମ୍ଭାବନା

-ଶୀତ କମିବ, କୁହୁଡି ବଢ଼ିବ
ଭୁବନେଶ୍ୱର: ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ଆଉ ଏକ ଘୂର୍ଣ୍ଣିଂଝଡ ଘନୀଭୂତ ହୋଇଛି । ଏହା ଅବପାତର ରୂପ ଧାରଣ କରିବା ପରେ ଉତ୍ତର ଓ ଉତ୍ତା-ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ ୨୫ କିଲୋମିଟର ବେଗରେ ଆଗକୁ ବଢୁଛି । ଗୋପାଳପୁରଠାରୁ ଏହା ଏବେ ୧୨୨୦ କିଲୋମିଟର ଦୂରରେ ରହିଛି  । ରାଜ୍ୟର ସବୁ ବନ୍ଦରରେ  ୨ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଅବପାତ   ଆହୁରି ଘନିଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଡିସେମ୍ବର ୨ ତାରିଖ ସୁଦ୍ଧା ତାମିଲନାଡୁ ଏବଂ ପଣ୍ଡିଚୋରୀ ଉପକୂଳ ପାର କରିବାର ସମ୍ଭବାନା ରହିଛି । ଏହି ଘୂର୍ଣ୍ଣିଝଡକୁ ‘ନାଡା’ ନାମରେ ନାମକରଣ କରାଯାଇଛି ।
   ସେପଟେ ଘନକୁହୁଡି ଯୋଗୁଁ ବୁଧବାର ରାଜଧାନୀ ଭୁବନେଶ୍ୱର ଓ ପୁରୀ ସମେତ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡିଥିଲା । କୁହୁଡିର ମାତ୍ରା ଅଧିକ ରହିଥିବାରୁ ଭିଜିବିଲିଟି ୫୦ ମିଟରରୁ କମ୍ ରହିଛି ।  ଫଳରେ ଯାନବାହାନ ଚଳାଚଳରେ ଘୋର ଅସୁବିଧା ହୋଇଥିଲା । ଭୋର ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡି ସମସ୍ୟା ଲାଗି ରହିଥିଲା । କୁହୁଡି ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଅବତରଣ ନେଇ ସମସ୍ୟା  ଉପୁଜିଥିଲା । ଅନ୍ୟପକ୍ଷରେ ଆଜିଠାରୁ ପାଗ ପରିବର୍ତ୍ତନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକାଶ ମେଘାଚ୍ଛନ୍ନ ରହିବା ସହ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଆକାଶ ମେଘୁଆ ରହିବା କାରଣରୁ ଆଗାମୀ କିଛି ଦିନ ପାଇଁ ଶୀତକମ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି  ।

ONA

Leave a Reply

Top