You are here
Home > ଲାଟେଷ୍ଟ > କଟକ ମସୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ବବିଦ୍ୟାଳୟ,ବିଜେଡି ଆଇନଜୀବୀ ସାମୁଖ୍ୟର କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କଟକ ମସୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ବବିଦ୍ୟାଳୟ,ବିଜେଡି ଆଇନଜୀବୀ ସାମୁଖ୍ୟର କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର : ବଢିଲା ଆଇନଜୀବୀ  ୱେଲ୍ଫେୟାର ଫଣ୍ଡ୍। ୩ କୋଟିରୁ ୫ କୋଟିକୁ ବୃଦ୍ଧି କଲେ ରାଜ୍ୟ ସରକାର।। ଏହା ସହ ଆଇନଜୀବୀ ଙ୍କ ଦକ୍ଷତା ବୃଦ୍ଧି କରିବାକୁ ହୋଇଛି ଯୋଜନା । ବିଜେଡି ଆଇନଜୀବୀ ସାମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ପହଞ୍ଚିବ ଆଇନ ସେବା । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ସ୍ବତନ୍ତ୍ର ଓକିଲ । ରାଜ୍ୟର ପ୍ରତିଟି ନାଗରିକ ଯେମିତି ଆଇନ ସେବା ପାଇପାରିବେ ସେନେଇ ଖୁବ୍ ଶୀଗ୍ର ସରକାର ଏଭଳି ବ୍ୟବସ୍ଥା କରିବାକୁ ଯାଉଛନ୍ତି । ସେପଟେ ଆଇନଜୀବୀ କଲ୍ୟାଣ ପାଣ୍ଠି ମଧ୍ୟ ୩ କୋଟିରୁ ୫ କୋଟି ବଢ଼ାଇଛନ୍ତି ସରକାର । ବିଜେଡି ଆଇନଜୀବୀ ସାମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଆଗାମୀ ବର୍ଷରୁ ଆଇନଜୀବୀ ୱେଲ୍‌ଫେୟାର ଫଣ୍ଡ୍ ୫ କୋଟି ହେବ।  ଏହା ସହ ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଖୋଲିବ  ସ୍କିଲ୍ ଡେଭଲପମେଣ୍ଟ ଏକାଡେମୀ ।

ଆଇନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା  କଟକ ମସୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯିବ ।  ରାଜ୍ୟର ୩୧୪ ବ୍ଲକରେ କୋର୍ଟ ଖୋଲିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇ ସାରିଛନ୍ତି ।

ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ଆବାହକ ମିଲନ୍ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ ସାମୁଖ୍ୟର ରାଜ୍ୟ, ଜୋନାଲ ଓ ଜିଲ୍ଲା ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ONA

Leave a Reply

Top