You are here
Home > ଲାଟେଷ୍ଟ > ସବୁ ବ୍ଲକରେ ଖୋଲିବ କୋର୍ଟ, ଦ୍ୱାର ମୁହଁରେ ପହଁଚିବ ଆଇନ – ଆଇନ ମନ୍ତ୍ରୀ

ସବୁ ବ୍ଲକରେ ଖୋଲିବ କୋର୍ଟ, ଦ୍ୱାର ମୁହଁରେ ପହଁଚିବ ଆଇନ – ଆଇନ ମନ୍ତ୍ରୀ

ଭୁବନେଶ୍ୱର   : ରାଜ୍ୟର ପ୍ରତି ଘରର  ଦ୍ୱାର ମୁହଁରେ ଆଇନ ସେବା ପହଁଚିବ । ଏଥିପାଇଁ ପ୍ରତି ବ୍ଲକରେ ନିଯୁକ୍ତି ହେବେ ଆଇନଜୀବି।   ଖୁବ ଶିଘ୍ର ରାଜ୍ୟର ପ୍ରତ୍ୟେକ ବ୍ଲକରେ କୋର୍ଟ ଖୋଲାଯିବ ଏବଂ ପଂଚାୟତ ଜରିଆରେ ଆଇନଜୀବିଙ୍କୁ ନିଯୁକ୍ତି କରାଯାଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ରବିବାର ସୂଚନା ଦେଇଛନ୍ତି ।ବିଜେଡ଼ିର ଆଇନଜୀବି ସାମ୍ମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଆଇନମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଯେତେ ଶିଘ୍ର ଲୋକଙ୍କୁ ନ୍ୟାୟ ମିଳିବ ଆମେ ଚେଷ୍ଟା କରିବୁ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତି ପଂଚାୟତରେ ଆଇନଜୀବି ନିଯୁକ୍ତି କରାଯିବ ଏବଂ ସବୁ ବ୍ଲକରେ କୋର୍ଟ ସ୍ଥାପନା କରାଯିବ । ଆଇନଜୀବି ସାମ୍ମୁଖ୍ୟ ଜରିଆରେ ଲୋକଙ୍କୁ ନ୍ୟାୟ ଦେବାର ପ୍ରୟାସ ଜାରୀ ରହିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ONA

Leave a Reply

Top