You are here
Home > ଅଧିକ ଖବର > ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ଧରାପଡ଼ିଲା: ଚେନ୍ନାଇରୁ ଆତଙ୍କବାଦୀ ଗିରଫ

ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ଧରାପଡ଼ିଲା: ଚେନ୍ନାଇରୁ ଆତଙ୍କବାଦୀ ଗିରଫ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ଧରାପଡ଼ିଗଲା । ଏଥିରେ ସମ୍ପୃକ୍ତ ଜଣେ ଆତଙ୍କବାଦୀକୁ ଗିରଫ କରିଛି ତାମିଲନାଡୁ ପୋଲିସ । ଏହି ହତ୍ୟା ଷଡ଼ଯନ୍ତ୍ର ଏକ ଅଡ଼ିଓ ଟେପରୁ ଜାଣିପାରି ଇଣ୍ଟେଲିଜେନ୍ସ ବିଭାଗ ଧରପଗଡ଼ କରିଥିଲା ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ କରୁଥିଲା ଆତଙ୍କବାଦୀ ମହମ୍ମଦ ରଫିକ । ଅନ୍ୟ ଜଣକଙ୍କ ସହିତ ଫୋନରେ କଥାବାର୍ତ୍ତା ବେଳେ ମୋଦିଙ୍କୁ କିପରି ହତ୍ୟା କରିବାର ଷଡ଼ଯନ୍ତ୍ର ରଚିଛି ତାହା କହିଚାଲିଥିଲା ରଫିକ । ତେବେ ତାମିଲନାଡୁ ପୋଲିସ ଏସମ୍ପର୍କରେ ଜାଣିପାରି ତାକୁ ଗିରଫ କରିବାକୁ ଖୋଜୁଥିଲା । ଆଜି ତାମିଲନାଡୁ ପୋଲିସ ତାକୁ ଚେନ୍ନାଇରୁ ଗିରଫ କରି ବିଚାରବିଭାଗୀୟ ଜେଲକୁ ପଠାଇଦେଇଛି ।

ଆତଙ୍କବାଦୀ ମହମ୍ମଦ ରଫିକ ୧୯୯୮ ମସିହାରେ ବିଜେପି ନେତା ଏଲକେ ଆଡ଼ଭାନୀଙ୍କୁ ହତ୍ୟା କରିବାକୁ କୋଇମ୍ବାଟୁରର ଏକ ସଭାରେ ବୋମା ବିସ୍ଫୋରଣ ଘଟଣାରେ ସଂଶ୍ଳିଷ୍ଟ ଥିଲା । ଏହି ବିସ୍ଫୋରଣରେ ସେତେବେଳେ ୫୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହି ଅପରାଧ ଲାଗି ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗି ସାରିଛି ରଫିକ୍ । ତେବେ ଜେଲରୁ ମୁକୁଳିବା ପରେ ମୋଦିଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲା । ସେ ହତ୍ୟା ସମ୍ପର୍କରେ କରିଥିବା ଯୋଜନା କଥାବାର୍ତ୍ତା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ONA

Leave a Reply

Top