You are here
Home > ପଲିଟିକ୍ସ > ବଢିବ ରାଜ୍ୟ କଂଗ୍ରେସ ସେବାଦଳର କଳେବର ,କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ-ନିରଞ୍ଜନ

ବଢିବ ରାଜ୍ୟ କଂଗ୍ରେସ ସେବାଦଳର କଳେବର ,କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ-ନିରଞ୍ଜନ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତୋଳନ କରାଯାଇଥିଲା ଓ ଜନନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ପ୍ରଦେଶ କଂଗ୍ରେସ ସେବାଦଳ ମୁଖ୍ୟସଂଗଠକ ଶ୍ରୀ ବିରେନ ମୋହନ ପଟ୍ଟନାୟକ ସେବାଦଳର ରାଷ୍ଟ୍ରୀୟ ସଂଗଠକ ଶ୍ରୀ ରାମଜୀ ଲାଲ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ପରେ ଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି କହିଲେଯେ ଆପଣମାନେ ନିଷ୍ଠାର ସହ ପରିଶ୍ରମ କରିପାରିଲେ ସେବାଦଳ ସଂଗଠନ ସୁଦୃଢ଼ ହୋଇପାରିବ । ସେଥିପାଇଁ ଜିଲା କମିଟି, ବ୍ଲକ କମିଟି, ପଂଚାୟତ କମିଟି ଗଠନ କରି ପ୍ରଶିକ୍ଷଣ ମାଧ୍ୟମରେ ନୂତନ କର୍ମୀ ସୃଷ୍ଟି କରାଯିବାକୁ ସେ ଗୁରୁତ୍ୱ ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟି ସେବାଦଳକୁ ସବୁସମୟରେ ସହଯୋଗ ପ୍ରଦାନ କରିଆସୁଛନ୍ତି ବୋଲି ସେ କହିଥିଲେ ।
ଉôଦବୋଧନ ଦେଇ ରାଷ୍ଟ୍ରୀୟ ସଂଗଠକ ଶ୍ରୀ ରାମଜୀ ଲାଲ କହିଲେ ଯେ ଯେତେବେଳେ କଂଗ୍ରେସ ସେବାଦଳ ଦୁର୍ବଳ ହୋଇଛି କଂଗ୍ରେସ ଦଳ ମଧ୍ୟ ଦୁର୍ବଳ ହୋଇଛି । କଂଗ୍ରେସ ଦଳ ଦୁର୍ବଳ ହେଲେ ଦେଶ ଦୁର୍ବଳ ହୋଇଛି । ଏଣୁ ସେବାଦଳକୁ ଏକ ଦକ୍ଷ ଓ ସଂଗଠିତ ଭାବରେ ଗଢ଼ିତୋଳିବାକୁ ସେ ଗୁରୁତ୍ୱ ଦେଇଥିଲେ । ପ୍ରଦେଶ କଂଗ୍ରେସ ସେବାଦଳର ଆଗାମୀ ଦିନରେ ସମସ୍ତ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ଅତିତରେ ସେବାଦଳ ସଂଗଠନକୁ ସୁଦୃଢ଼ କରିବାପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ବର୍ତମାନ ଖୁବ୍ଶୀଘ୍ର ଆମେ ପାଂଚ ଛଅଟି ଶିବିର ଅନୁଷ୍ଠିତ କରିବାପାଇଁ ଦୃଷ୍ଟିରେ ରଖି ପ୍ରାରମ୍ଭିକ କାର୍ଯ୍ୟ ସଂପନ୍ନ କରିବା ଆବଶ୍ୟକ । ଦଳରେ ଶୃଙ୍ଖଳାକୁ ଗୁରୁତ୍ୱ ଦେବାପାଇଁ ସମସ୍ତେ ଧ୍ୟାନ ଦେବା ଦରକାର । ଆଗାମୀ ଦିନରେ ସମସ୍ତେ ଏକଜୁଟ ହୋଇ ଦଳପାଇଁ କାର୍ଯ୍ୟକରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଥିଲେ ।
କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବାସୁଦେବ ପରିଡ଼ା, ଶିବେନ୍ଦ୍ର ହାତୀ, ରାମ ପ୍ରସାଦ ଜୟସୁଆଲ, ଅଶୋକ ସିଂ, ମହମ୍ମଦ କୁଦୁସ, ନବ ନାୟକ, ଧନି ଡୁଙ୍ଗଡୁଙ୍ଗ, ଘିସାଲାଲ ଶର୍ମା, ଧିରେନ ଦାସ, ମାଧବ ବିଶ୍ୱାଳ, ସୁଶାନ୍ତ ମହାପାତ୍ର, ଜଗଦାନନ୍ଦ ବେହେରା, ଜୟଦେବ ବେହେରା, ମୁରଲୀ ମନୋହର ଯାଦବ ପ୍ରମୁଖ ଉଦ୍ବୋଧନ ଦେଇ ସଂଗଠନକୁ ସୁଦୃଢ଼ କରିବାକୁ ଉପାଦେୟ ପରାମର୍ଶ ମାନ ଦେଇଥିଲେ । ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭେନ୍ଦୁ ମହାନ୍ତି, ଜ୍ୟୋତିଷ ସାହୁ, ତୃପ୍ତି ଦାସ, ସୁରେନ୍ଦ୍ର ପାଣି, ନଳିନୀ ବେହେରା, ଝୁଲିଆ ବାରିକ୍ ପ୍ରମୁଖ ବହୁ ସେବାଦଳ କର୍ମକର୍ତା ଯୋଗଦେଇଥିଲେ ।
ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ପୂର୍ବତନ କାର୍ଯ୍ୟାଳୟ ସଂପାଦକ ଶ୍ରୀ ବାନାମ୍ବର ପାତ୍ରଙ୍କ ବିୟୋଗରେ ଶୋକପ୍ରକାଶ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ONA

Leave a Reply

Top