You are here
Home > ଅଧିକ ଖବର > ଦାମଙ୍କ ଆକ୍ଷେପକୁ ଭୁଲିଲେ ସୁଲୋଚନା : ବିଜେଡିରେ ମିଶିବାର ସମ୍ଭାବନା

ଦାମଙ୍କ ଆକ୍ଷେପକୁ ଭୁଲିଲେ ସୁଲୋଚନା : ବିଜେଡିରେ ମିଶିବାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନେତାଙ୍କ ଦଳବଦଳ ପର୍ବ ଚାଲିଛି । ଏହି ଧାରାରେ ଆଉ ଏକ ଫର୍ଦ୍ଦ ଯୋଡିହେବାକୁ ଯାଉଛି । କଂଗ୍ରେସର ତୁଣ୍ଡ(ମୁଖପାତ୍ର)  ସୁଲୋଚନା ଦାସ ବିଜେଡି ମୁହାଁ । ଏହାକୁ ଅଧିକ ଖୋରକ ଯୋଗାଇଛି ସୋମବାର ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ସୁଲୋଚନା କଂଗ୍ରେସରୁ ଇସ୍ତଫା ପ୍ରଦାନ ଘଟଣା । ଏଥିସହ ନୀବନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା  ସୁଲୋଚନାଙ୍କ ବିଜେଡିରେ ମିଶିବା ନେଇ ସ୍ପଷ୍ଟ କରୁଛି ।
  ସାମ୍ବାଦିକତାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ସୁଲୋଚନା ଦୁଇ ଦିନ ତଳେ କଂଗ୍ରେସ ଦଳ ଛାଡିବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର ହୋଇପାରି ନଥିଲା । କିନ୍ତୁ ନବୀନଙ୍କୁ ଭେଟିବା ପରେ ବିଜେଡି ମିଶିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବୋଧହୁଏ ମଙ୍ଗଳବାର ବିଧିବଦ୍ଧ ଭାବେ ସୁଲୋଚନା ବିଜେଡିରେ ଯୋଗ ଦେଇପାରନ୍ତି । ଦଳ ଛାଡିବା ନେଇ ସୁଲୋଚନା ନିଜର ପ୍ରତିକ୍ରିୟା ରଖିଛନ୍ତି ।  କଂଗ୍ରେସ ଦଳରେ ସେ ନିଜକୁ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି । ତାଙ୍କ ସହ ବହୁ ନେତା କଂଗ୍ରେସ ଛାଡୁଛନ୍ତି । ଅନୁମାନ କରାଯାଉଥିଲା ଆଗାମୀ ନିର୍ବାଚନରେ ସୁଲୋଚନା ଯାଜପୁର ଜିଲ୍ଲା ବରି ନିର୍ବାଚନ ମଣ୍ଡଳିରୁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି । ହେଲେ  ସୁଲୋଚନାଙ୍କ ଇସ୍ତଫା ପରେ ବରୀରେ କଂଗ୍ରେସର ସଂଗଠନ ଦୃର୍ବଳ ହେବ ବୋଲି ଅନୁମାନ କରାଯାଉଛି । କାରଣ ପୂର୍ବରୁ କଂଗ୍ରେସର ଯୁବ ସଂଗଠକ ତଥା ବରୀର ଟାଣୁଆ ନେତା ବିଶ୍ୱ ମଲ୍ଲୀକ ବିଜେପିରେ ଯୋଗ ଦେଇଛନ୍ତି । ତେବେ ସୁଲୋଚନାଙ୍କର ବିଜେଡିରେ ଯୋଗ ଦେବା ପ୍ରସଙ୍ଗକୁ ଅନେକ ବିଶ୍ୱାସ କରିପାରୁ ନାହାନ୍ତି । କାରଣ ଗତ ମେ ୨୩ରେ ଓଟିଭିରେ ଏକ ବିତର୍କ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଦାମ ରାଉତ, କଂଗ୍ରେସ ମୁଖପାତ୍ର ସୁଲୋଚନାଙ୍କ ପ୍ରତି ଆପତ୍ତି ମୂଳକ ମନ୍ତବ୍ୟ ପ୍ରଦାନ କରିଥିଲେ । ଯାହାକୁ ନେଇ ମହିଳା କଂଗ୍ରେସ କୃଷିମନ୍ତ୍ରୀ ଦାମ ରାଉତଙ୍କ ଇସ୍ତଫା ଦାବି କରିଥିଲା । ଅବଶ୍ୟ ରାଜନୀତିରେ ସବୁ ସମ୍ଭବ । ରାଜନୀତିକ ଅଭିଳାଷାକୁ ଚରିତାର୍ଥ କରିବା ପାଇଁ ସୁଲୋଚନା ଦାସ, ଦାମ ରାଉତଙ୍କ ବ୍ୟକ୍ତତଗତ ଆକ୍ଷେପକୁ ଭୁଲିଗଲେଣି । ଆଉ ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି । ତେବେ ଅନ୍ୟପକ୍ଷରେ ଦେଖିଲେ ଓଡ଼ିଶାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହା ପୂର୍ବରୁ ଢ଼େଙ୍କାନାଳ, ନୟାଗଡର ଜିଲ୍ଲା କଂଗ୍ରେସ ସଭାପତିମାନେ କଂଗ୍ରେସ ଛାଡିଛନ୍ତି ।

ONA

Leave a Reply

Top