You are here
Home > ଅଧିକ ଖବର > ଜୟପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ମହା ସମାବେଶରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନେତା

ଜୟପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ମହା ସମାବେଶରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନେତା

ଜୟପୁର : ଜୟପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ମହା ସମାବେଶରେ ଶକ୍ତି ପ୍ରଦର୍ଶନ କରି କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାଷୀ ଓ ଗରିବ ବିରୋଧୀ କହିଛି କଂଗ୍ରେସ । ଚାଷୀ ଓ ଗରିବଙ୍କ ସହ କଂଗ୍ରେସ ଅଛି ବୋଲି କହି କଂଗ୍ରେସ ମୁଖିଆ ମାନେ ଠିଆ କରିଛନ୍ତି ପ୍ରତିଶ୍ରୁତିର ପାହାଡ଼ । ସେପଟେ ବିଜେଡି କହିଛି, କଂଗ୍ରେସ ଯେତେ ଲୋଭ ଦେଖାଇଲେ ବି ଲୋକେ ବିଶ୍ବାସ କରିବେନି

ପଶ୍ଚିମରେ ବିଜେଡି, ଦକ୍ଷିଣରେ କଂଗ୍ରେସ । ରାଜନୀତି ମୈଦାନ ପୂରା ସରଗରମ ।  ମହନଦୀକୁ ନେଇ ବିଜେଡି ଯାତ୍ରା ଆରମ୍ଭ କରିଥିବା ବେଳେ ଜୟପୁରରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା । କହିଛନ୍ତି, ଏହି ଦୁଇ ସରକାର, ଚାଷୀ ଓ ଗରିବ ବିରୋଧୀ । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନାମ ବଦଳାଇ ବାଃ ବାଃ ନେଉଥିବା ବେଳେ ବିଜେପି ସରକାର, କଂଗ୍ରେସ ଅମଳର ଯୋଜାନାର ନାଁ ବଦଳାଇବାରେ ମାହିର୍ । ଭାଗ ଚାଷୀ ପାଇଁ ଆଇନ ଆଣିବାରେ ସରକାର ପଛଘୁଛା ଦେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏଭଳି ସ୍ଥିତିରେ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଛି ଦଳ । କ୍ଷମତାକୁ ଆସିଲେ, ଚାଷୀଙ୍କ ଋଣ ଛାଡ଼ ସହ ସେମାନଙ୍କୁ ପେନସନ୍ ଦିଆଯିବ ବୋଲି କହିଛି କଂଗ୍ରେସ ।

ଜୟପୁରରେ ମହା ସମାବେଶ କରି ବିଜେଡି ଓ ବି​‌ଜେପିକୁ ଟକ୍କର ଦେଇଛି କଂଗ୍ରେସ । ୧୯ ନିର୍ବାଚନ ପୂର୍ବରୁ କଂଗ୍ରେସର ଏଭଳି ଗ୍ରାଉଣ୍ଡ ୱର୍କ, ନେତାଙ୍କ ନିଦ ହଜାଇ ଦେଲାଣି ବିଜେଡି କହୁଛି, ସଭା ପାଇଁ ଲୋକ ଠୁଳ କରାଯାଇଥିଲା । ହେଲେ ଏହା ଭୋଟରେ ପରିଣତ ହେବନି । କଂଗ୍ରେସ ଉପରେ ଭୋଟର୍ କେବେ ବି ଆସ୍ଥା ପ୍ରକଟ କରିବେ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ, ।

କଂଗ୍ରେସ ଫୋକସରେ ଏବେ ଦକ୍ଷିଣ ଓଡ଼ିଶା । ଯେଉଁଥି ପାଇଁ ଦଳ ତାର ପୁରୁଣା ଗଡ଼ରେ ମହାସମାବେଶ କରି କର୍ମୀଙ୍କୁ ଆକ୍ଟିଭ୍ କରାଇବା ସହ ଲୋକଙ୍କ ବିଶ୍ବାସ ବାଜନ ହେବାକୁ ଚେଷ୍ଟା କରୁଛି ।

ONA

Leave a Reply

Top