You are here
Home > ବଡ଼ଖବର > ବିଜେଡି ନେତା ଥିବାରୁ କାର୍ଯ୍ୟକ୍ରମକୁ ବର୍ଜନ କଲେ କଂଗ୍ରେସ ବିଧାୟକ

ବିଜେଡି ନେତା ଥିବାରୁ କାର୍ଯ୍ୟକ୍ରମକୁ ବର୍ଜନ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ସରକାରଙ୍କ ପକ୍ଷରୁ ଆୟୋଜିତ ସମବାୟ ଆପଣଙ୍କ ଦ୍ୱାରରେ-୨୦୧୮ କାର୍ଯ୍ୟକ୍ରମକୁ କଂଗ୍ରେସ ବିଧାୟକ ବର୍ଜନ କରିଛନ୍ତି । ବିଜେଡିକୁ ଏବେ ତା’ ଷ୍ଟାଇଲ୍ରେ ଜବାବ ଦେଇଛି କଂଗ୍ରେସ ବୋଲି କୁହାଯାଉଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କୁ ବିରୋଧ କରି କଂଗ୍ରେସ ବିଧାୟକ ଏହି ବର୍ଜନ କରିଥିବା କହିଛନ୍ତି ।
ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲାସଭାପତି ଧ୍ରୁବ ସାହୁଙ୍କ ସମେତ କଂଗ୍ରେସର ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଓ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ କଂଗ୍ରେସ ବିଧାୟକ ଦୁଇଜଣ ଧ୍ରୁବ ସାହୁଙ୍କୁ ବିରୋଧ କରି କାର୍ଯ୍ୟକ୍ରମକୁ ଯାଇ ନ ଥିଲେ । ଏ ସମ୍ପର୍କରେ ଅଂଶୁମାନ ମହାନ୍ତି ପ୍ରତିକ୍ରୀୟା ରଖି କହିଛନ୍ତି ଧ୍ରୁବ ସାହୁ ଦୁର୍ନୀତିରେ ଜଡ଼ିତ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସଭାରେ ଅତିଥି କରାଯାଇଥିବାରୁ ପ୍ରତିବାଦରେ ଆମେ ବର୍ଜନ କରିଛୁ । ତାଙ୍କ ସହ ବସି ପ୍ରୋତ୍ସାହିତ କଲେ ଦୁର୍ନୀତି ବଢ଼ିବ । ଧ୍ରୁବ ସାହୁଙ୍କ ବିରୋଧରେ ବିଧାନସଭାରେ ଅଭିଯୋଗ ଆଣିବା ସହ ତଥ୍ୟ ପ୍ରମାଣ ସରକାରଙ୍କୁ ପ୍ରଦାନ କରିଛୁ । ଏଣୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବଦଳରେ ତାଙ୍କୁ କାର୍ଯ୍ୟକ୍ରମରେ ଅତିଥି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଆମେ କାର୍ଯ୍ୟକ୍ରମକୁ ବର୍ଜନ କଲୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ, ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁସବୁ କାର୍ଯ୍ୟକ୍ରମରେ ଏକାଠି ସାମିଲ ହେଉଛନ୍ତି ତାଙ୍କୁ ବିରୋଧ କରି ସେ କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରୁଛି । ନିକଟରେ ରେଳବାଇର ହୋଇଥିବା କାର୍ଯ୍ୟକ୍ରମରେ ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ମିଶାଇ ୫ ଜଣଙ୍କୁ ଅତିଥି କରାଯାଇଥିଲେ ମଧ୍ୟ କେହି ଜଣେ ହେଲେ ଜାଇ ନ ଥିଲେ । ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ ସାମିଲ ହୋଇ ନଥିଲେ । ଏଣୁ ଏବେ ବିଜେଡି ଦେଖାଇଥିବା ବାଟରେ କଂଗ୍ରେସ ଚାଲିବା ଆରମ୍ଭ କରିଛି ।

ONA

Leave a Reply

Top