You are here
Home > ଲାଟେଷ୍ଟ > ମୋଦି ଓ ନବୀନ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କପିଲ ଶିବଲ

ମୋଦି ଓ ନବୀନ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କପିଲ ଶିବଲ

ଭୁବନେଶ୍ବର : ମୋଦି ଓ ନବୀନ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କପିଲ ଶିବଲ ।  କେନ୍ଦ୍ର ସରକାରଙ୍କ ୪ବର୍ଷର ବିଫଳତାକୁ ପଏଣ୍ଟଆଉଟ୍‌ କରିବା ସହ ରାଜ୍ୟର ନବୀନ ସରକାରଙ୍କୁ ଦୋଷ ଦୁର୍ବଳତା ବଖାଣିଥିଲେ କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ । ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତିକୁ କଂଗ୍ରେସ ବିଶ୍ବାସଘାତକ ଦିବସ ରୂପେ ପାଳନ କରୁଥିବା ବେଳେ ଭୁବନେଶ୍ବରରେ କପିଲ ସିବଲଙ୍କ ଉପସ୍ଥିତି ରାଜ୍ୟ କଂଗ୍ରେସ ନେତାଙ୍କ ଉତ୍ସାହ ବଢ଼ାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ଚାରି ବର୍ଷର ସଫଳତା ବଖାଣିଲା ବେଳେ ଭୁବନେଶ୍ବର​‌ରେ ପ୍ରେସମିଟ୍‌ କରି କେନ୍ଦ୍ର ସରକାରଙ୍କ ବିଫଳତା ବଖାଣିଥିଲେ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ । ପ୍ରଶ୍ନ କରିଥିଲେ ଓଡ଼ିଶା ପାଇଁ କ’ଣ କରିଛନ୍ତି ମୋଦି ?  ଧାନର ସର୍ବନିମ୍ନ ସାହାୟକ ମୂଲ୍ୟ କାହିଁକି ଦ୍ବିଗୁଣା ହୋଇନିଇଷ୍ଟର୍ଣ୍ଣ କରିଡର ସ୍ବପ୍ନ କୁଆଡେ ଗଲା ? କେବିକେ ଯୋଜନା କାହିଁକି କାଟାଯାଇଛି ? ବିଦେଶରୁ କଳାଧନ ଆଣିବା ପ୍ରତିଶ୍ରୁତି କୁଆଡେ ଗଲା ? ପାନାମା ପେପରରେ କଳାଧନ ରଖିଥିବା ବ୍ୟକ୍ତିଙ୍କ ତାଲିକା ଜନସାଧରଣଙ୍କ ଆଗରେ କାହିଁକି ରଖୁନାହାନ୍ତି ? ଭୁବନେଶ୍ବରରେ ବସି କପିଲ ଶିବଲ ମୋଦିଙ୍କ ଉପରେ ଏଭଳି ହମଲା କରୁଥିବାବେଳେ ଦିଲ୍ଲୀରେ କଂଗ୍ରେସର ପୋଲ ଖୋଲିଥିଲେ ଅମିତ ଶାହା ।  କହିଥିଲେ, ୫୦ବର୍ଷ କ୍ଷମତାରେ ରହି ଦେଶକୁ ବରବାଦ କରିଦେଇଥିବା କଂଗ୍ରେସ ୪ବର୍ଷର ମୋଦି ସରକାରଙ୍କ ଠାରୁ  ଜବାବ ମାଗୁଛି

କଂଗ୍ରେସ ନେତା କପିଲ ଶିବଲ କେବଳ ମୋଦି ସରକାରକୁ ଟାର୍ଗେଟ କରିନଥିଲେ, ବରଂ ନବୀନ ସରକାରଙ୍କୁ ବି ନିଶାନା ସାଧିବାକୁ ଭୁଲିନଥିଲେ। କହିଥିଲେ, ବିଭିନ୍ନ ସମୟରେ ବିଜେଡି ବିଜେପିକୁ ସହଯୋଗ କରି ଆସୁଛି । ହେଲେ ତା ବଦଳରେ ପାଇଛି କଣ ? ମହାନଦୀ ପାଇଁ ରାଜ୍ୟ ସରକାର ଖାଲି ହୋ ହଲ୍ଲା କରୁଛନ୍ତି। ଛତିଶଗଡ ୧୦୦ ବନ୍ଧ କଲେ ବି କିଛି କ୍ଷତି ହେବନି ବୋଲି ଖୋଦ ଓଡିଶା ସରକାର ବିଧାନସଭାରେ କହିଛନ୍ତି। ରାଜ୍ୟରୁ ୬୦ଲକ୍ଷ ଯୁବକ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି ।  କିନ୍ତୁ ସେମାନଙ୍କ ନିଯୁକ୍ତି ପାଇଁ ସରକାର କଣ ମାଧ୍ୟମ ଆପଣାଇଛନ୍ତି ?  କପିଲ ଶିବଲଙ୍କ ଏସବୁ ପ୍ରଶ୍ନର ଜବାବ୍‌ ରଖିଛି ବିଜେଡି । ୧୦ ବର୍ଷର ଉପା ସରକାର ଓଡିଶା ପାଇଁ କଣ କରିଛି ବୋଲି ଦଳ ପ୍ରଶ୍ନ କରିଛି। ସେପଟେ କପିଲ ଶିବଲଙ୍କ ମଧ୍ୟ କାଉଣ୍ଟର କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୨୦୧୯ ନିର୍ବାଚନ ପାଇଁ ସବୁ ଦଳ ଛକାପଞ୍ଚାରେ ବ୍ୟସ୍ତ ଯେହେତୁ ମୋଦି ନିଜେ ଓଡିଶା ଆସି ୪ବର୍ଷ ସଫଳତା ବଖାଣିଛନ୍ତି। ସେଥିପାଇଁ ତାର କାଉଣ୍ଟର କରିବାକୁ ସାରା ଦେଶରେ ବିଶ୍ବାସଘାତକ ଦିବସ ପାଳନ କରିବା ସହ ପ୍ରେସ୍‌ମିଟ୍‌ କରି କଂଗ୍ରେସର ପ୍ରଚାର କରୁଛନ୍ତି ଦଳୀୟ ନେତା ।

ONA

Leave a Reply

Top