You are here
Home > ଗସିପ ଖବର > କଂଗ୍ରେସର କର୍ଣ୍ଣାଟକ ମଡେଲ

କଂଗ୍ରେସର କର୍ଣ୍ଣାଟକ ମଡେଲ

ଗୁଜୁରାଟ ମଡେଲକୁ ନେଇ ୨୦୧୪ରେ ସିଏମ୍ ନରେନ୍ଦ୍ର ମୋଦି ପିଏମ୍ ହୋଇଗଲେ । ଏବେ ଗୁଜୁରାଟ ମଡେଲକୁ ମାତ୍ ଦେବାକୁ କଂଗ୍ରେସ ଆଣୁଛି କର୍ଣ୍ଣାଟକ ମଡେଲ୍ । ବିଜେପିକୁ ଜବାବ ଦେବାକୁ ଆଇଆଇଏମ ବାଙ୍ଗାଲୋର ସହଯୋଗରେ କଂଗ୍ରେସ ଏକ ମଡେଲ ପ୍ରସ୍ତୁତ କରିଛି । ୨୦୧୭ ଡିସେମ୍ବରରେ ଅନୁଷ୍ଟିତ କର୍ଣ୍ଣାଟକ ଇନୋଭେସନ୍ ରିପୋର୍ଟ ଷ୍ଟେକ୍ ହୋଲଡର୍ସ ଡାଇଲଗ ସେମିନାର ଆଧାରରେ ଆଇଆଇଏମ ଏକ ମଡେଲ୍ ରିପୋର୍ଟ ତିଆରି କରିଛି । ଏହି ରିପୋର୍ଟରେ ପଞ୍ଚାୟତିରାଜ, କୃଷି, ଷ୍ଟାଟଅପ୍, ଜଳସେଚନ, ସ୍ୱାସ୍ଥ୍ୟ ଓ ଶକ୍ତି ବିଭାଗର କାମକୁ ନେଇ ସିଦ୍ଧରମେୟା ସରକାରକୁ ପ୍ରଶଂସା କରାଯାଇଛି । ମେ’ ୧୨ରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସିଦ୍ଧରମେୟାଙ୍କ ଏହି ସଫଳତାର ଶଦ୍ଧ ଶୁଣିବାକୁ ମିଳୁଛି । କଂଗ୍ରେସ, ସିଦ୍ଧରମେୟା ସରକାରଙ୍କ ଶାସନକୁ ସୁଶାସନ ବୋଲି ଅବିହିତ କରୁଛି । କଂଗ୍ରେସ ସମୟରେ କର୍ଣ୍ଣାଟକର ଉନ୍ନତି ହିଁ ଅସଲ ମଡେଲ ବୋଲି ପ୍ରଚାର କରୁଛି ଦଳ । କଂଗ୍ରେସର ୩ଟି ଟିମ୍ ରାଷ୍ଟ୍ରିୟ ପ୍ରବକ୍ତା ରଣଦୀପ ସୂର୍ଯ୍ୟବାଲାଙ୍କ ନେତୃତ୍ୱରେ କମ୍ୟୁନିକେସନ ୱଙ୍ଗ, ଦିବ୍ୟା ସ୍ପନ୍ଦନାଙ୍କ ନେତୃତ୍ୱରେ ସୋସିଆଲ ମିଡିଆ ଟିମ ଏବଂ ରାଜୀବ ଗୌଡାଙ୍କ ନେତୃତ୍ୱରେ ଥିବା ରିସର୍ଚ ଟିମ କର୍ଣ୍ଣାଟକ ମଡେଲ କିପରି ଯୁବ ଭୋଟରଙ୍କୁ ପ୍ରଭାବିତ କରିବ ସେନେଇ ଉଦ୍ୟମ କରୁଛନ୍ତି । ତେବେ ୧୫ ମେ’ର ଫଳାଫଳ କହିବ କଂଗ୍ରେସର କର୍ଣ୍ଣାଟକ ମଡେଲ ବିଜେପିର ଗୁଜୁରାଟ ମଡେଲକୁ କେତେ ଟକ୍କର ଦେଇପାରିଲା ।

ONA

Leave a Reply

Top