You are here
Home > ବଡ଼ଖବର > ଓଡ଼ିଶାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ : ୨ ମାସରେ ଲୋକାୟୁକ୍ତ ନିଯୁକ୍ତି ସାର

ଓଡ଼ିଶାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ : ୨ ମାସରେ ଲୋକାୟୁକ୍ତ ନିଯୁକ୍ତି ସାର

ଭୁବନେଶ୍ୱର: ଆସନ୍ତା ୨ ମାସ ଭିତରେ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକାୟୁକ୍ତ ନିଯୁକ୍ତି ବିଳମ୍ବ ହେଉଥିବା ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏ କ୍ଷେତ୍ରରେ ତତ୍ପରତା ପ୍ରକାଶ କରୁ ନ ଥିବା ଦେଖାଯାଉଛି । କେନ୍ଦ୍ରରେ ଲୋକାୟୁକ୍ତ ଆଇନ ହେବା ପରେ ବିଭିନ୍ନ ରାଜ୍ୟ ଇତିମଧ୍ୟରେ ଲୋକାୟୁକ୍ତ ନିଯୁକ୍ତ କରିସାରିଛନ୍ତି । କିନ୍ତୁ କେନ୍ଦ୍ରସରକାର ଏଯାଏଁ ଲୋକାୟୁକ୍ତ ନିଯୁକ୍ତ କରିନାହାଁନ୍ତି । ଓଡ଼ିଶା ବି ଏଥିରେ ସାମିଲ ଅଛି । ଏସମ୍ପର୍କରେ ସୁପ୍ରିମ୍କୋର୍ଟରେ ଆଗତ ଏକ ମାମଲାର ଶୁଣାଣି ହୋଇ ଓଡ଼ିଶାକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି କୋର୍ଟରେ ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ଶୁଣାଣି କରାଯାଇଥିଲା । ଓଡ଼ିଶା ସରକାର ଲୋକାୟୁକ୍ତ ଆଇନ ଲାଗୁ କରିଥିବା କୋର୍ଟକୁ ଅବଗତ କରାଇଥିଲେ । ହେଲେ ଲୋକାୟୁକ୍ତ ନିଯୁକ୍ତି ପାଇଁ ସମୟ ଲୋଡ଼ିଥିଲେ । ଅନୂନ୍ୟ ୬ ମାସ ଦେବାପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । କୋର୍ଟ ଏତେ ସମୟ ଦେବା ପାଇଁ ମନା କରିଦେଲେ । ୨ମାସ ଭିତରେ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ।
କେନ୍ଦ୍ରରେ ଆଇନ ପରେ ଓଡ଼ିଶା ପ୍ରଥମ ରାଜ୍ୟ ଯେ କି ଲୋକୟୁକ୍ତ ବିଲ୍ ବିଧାନସଭାରେ ପାରିତ କରିଥିଲା । ୨୦୧୪ ଫେବ୍ରୁଆରୀ ୧୪ରେ ଏହି ବିଲ୍ ପାସ୍ ହୋଇଥିଲା । ବିଲ୍ ପାସ୍ ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ସେହିବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଆସିଥିଲା । ମାତ୍ର ରାଜ୍ୟ ସରକାର ଏଯାଏଁ ଏକ ଆଇନକୁ କାର୍ଯ୍ୟକାରୀ କରିନ ଥିଲା । ସୁପ୍ରିମ୍କୋର୍ଟଙ୍କ ତାଗିଦ ପରେ ଗତ ୭ ତାରିଖରେ ଲୋକୟୁକ୍ତ ଆଇନ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଗଲା । ଲୋକାୟୁକ୍ତ ନିଯୁକ୍ତି ନେଇ ଏକ କମିଟି ମଧ୍ୟ କରାଯାଇଛି । ଏ ସମସ୍ତ ବିଷୟରେ ସତ୍ୟପାଠ ମାଧ୍ୟମରେ ସରକାର କୋର୍ଟଙ୍କୁ ଆଜି ଅବଗତ କରାଇଛନ୍ତି । ସବୁ ବିଷୟ ଶୁଣିଲା ପରେ କୋର୍ଟ ତୁରନ୍ତ ନିଯୁକ୍ତି ପ୍ରକ୍ରୀୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ONA

Leave a Reply

Top