You are here
Home > ଏଣ୍ଟରଟେନମେଣ୍ଟ > ଆଥିଆଙ୍କ କମେଡି

ଆଥିଆଙ୍କ କମେଡି

ଭୁବନେଶ୍ୱର: ବଲିଉଡ୍ ଅଭିନେତା ସୁନିଲ୍ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟି ଫିଲ୍ମ ‘ମୋତିଚୁର୍ ଚକ୍ନାଚୁର୍’ରେ ଅଭିନୟ କରିବେ । ଉକ୍ତ ଫିଲ୍ମରେ ତାଙ୍କ ସହ ନୱାଜ୍ଉଦ୍ଦିନ୍ ସିଦ୍ଦିକ ମଧ୍ୟ କାମ କରିବେ । ବିଶେଷ କରି କମେଡ଼ି ଉପରେ ଫିଲ୍ମିଟି ନିର୍ମିତ ହୋଇଥିବା ଜଣାପଡ଼ିଛି । ବିବାହ ପୂର୍ବରୁ ଉଭୟ ବର କନ୍ୟାଙ୍କ ଘରେ ହେଉଥିବା ରୀତିନୀତି ସବୁ ବେଶ୍୍ କମେଡିର ଭରପୁର ମଜା ଅଛି । ଆଗରୁ ଆଉ ଏକ କମେଡି ଫିଲ୍ମରେ ‘ମୁବାରକାନ୍’ରେ ଆଥିଆ ଅଭିନୟ କରିସାରିଛନ୍ତି । ‘ମୋତିଚୁର୍ ଚକ୍ନାଚୁର୍’ ଫିଲ୍ମଟି ଡିସେମ୍ବରରେ ସରିବାର ଯୋଜନା ରହିଛି । ନିର୍ଦ୍ଦେଶକ ଦେବମିତ୍ର ହସନ୍ଙ୍କର ଏହା ଡେବ୍ୟୁ ଫିଲ୍ମ । ଫିଲ୍ମର ପ୍ରଯୋଜକ ରାଜେଶ ଭାଟିଆ କହିଛନ୍ତି ଏହି କମେଡି ଫିଲ୍ମର କାହାଣୀ ବିଷୟରେ ଶୁଣି ତାଙ୍କର ସବୁ ସଦସ୍ୟମାନେ ବହୁତ ଖୁସି ଅଛନ୍ତି ।

ONA

Leave a Reply

Top