You are here
Home > ଲାଟେଷ୍ଟ > ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

-ରାସନକାର୍ଡ ବଣ୍ଟନରେ ଅନିୟମିତତା ନେଇ ଉଦବେଗ
ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ ମହାନଦୀ ବିବାଦ ପ୍ରସଙ୍ଗରେ ବିଧାନସଭାରେ ମୁହଁଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଧାନସଭାର ଶୂନ୍ୟକାଳରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀ ହେଉଛି ଓଡ଼ିଶାର ଲାଇଫ ଲାଇନ୍ । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛି । ଛତିଶଗଡ ସରକାର ମହାନଦୀ ଉପରେ ନିର୍ମାଣ କରୁଥିବା ପ୍ରକଳ୍ପ ବିରୋଧରେ ଗତକାଲି ସୁପ୍ରିମକୋର୍ଟରେ ଏକ ଇନଞ୍ଜକ୍ସନ ସୁଟତ ଦାଏର କରାଯାଇଛି । ତା ପୂର୍ବରୁ ନଭେମ୍ବର ୨୨ ତାରିଖରେ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍ ୧୯୫୬ ଅନୁଯାୟୀ ଏକ ଟ୍ରିବୁ୍ୟନାଲ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବୈଧାନିକ ଅଭିଯୋଗ କରାଯାଇଥିଲା । ହୀରାକୁଦ ପ୍ରକଳ୍ପର ୧୯୭୪ ଡିପିଆର ଅନୁଯାୟୀ ଡ୍ୟାମରେ ଅତିକମରେ ୧୨.୨୮ ବିଲିୟନ ଏକର ଫିଟ୍ ଜଳ ପ୍ରବାହିତ ହେବା ନେଇ ଆମେ ଦାବି କରିଛୁ । ଏହାବାଦ ୩.୬୭ ମିଲିୟନ ଏକର ଫିଟର ଅତିରିକ୍ତ ଜଳ ପ୍ରବାହ ପାଇଁ ଆମେ ଦାବି କରିଛୁ । ମହାନଦୀ ପ୍ରସଙ୍ଗ ନେଇ ବିଭିନ୍ନ ସଂଗଠନ , ରାଜନୈତିକ ଦଳ, କୃଷକ ସଂଗଠନ ଓ ଅନେକ ବ୍ୟକ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ସେଥିପାଇଁ ସେମାନଙ୍କୁ ଧନ୍ୟବାଦ । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକୁ ଏଡାଇ ଯିବା ପାଇଁ ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ଗୃହରେ ବିବୃତି ଦେଇଛନ୍ତି । ମିଛ ବାହାବା ନେବାକୁ ମୁଖ୍ୟମନ୍ତ୍ରୀ ବିବୃତି ଦେଇଛନ୍ତି । ଏ ପ୍ରସଙ୍ଗରେ ପ୍ରଥମେ ଟ୍ରିବୁ୍ୟନାଲ ଗଲେ, ପରେ ସୁପ୍ରିମକୋର୍ଟ ଗଲେ ? ଏହା କେତେ ଯୁକ୍ତିଯୁକ୍ତ?
ସେପଟେ ବିଧାନସଭା ପ୍ରଶ୍ନକାଳରେ ରାସନକାର୍ଡ ବଣ୍ଟନରେ ଅନିୟମିତତା ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ଅଧିକାଂଶ ଯୋଗ୍ୟ ହିିତାଧିକାରୀଙ୍କୁ ରାସନକାର୍ଡ ଦିଆଯାଇନି ବୋଲି ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି । ସେ କହିଛନ୍ତି, ଦଳର ଜନସମ୍ପର୍କ ଯାତ୍ରାବେଳେ ଏଥିପାଇଁ ହଟ୍ଟହଟ୍ଟ ହେବାକୁ ପଡିଛି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ରାସନକାର୍ଡ ଅନିୟମିତା କଥା ଉଠାଇବା ସହ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କରିଥିଲେ ।

ONA

Leave a Reply

Top