You are here
Home > ବଡ଼ଖବର > ଦିଲ୍ଲୀରେ ସ୍କୁଲ ପରିସରରେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ଦିଲ୍ଲୀରେ ସ୍କୁଲ ପରିସରରେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପୁଣି ନାବାଳିକା ଦୁଷ୍କର୍ମ ଘଟଣା ପଦାକୁ ଆସିଛି । ଏହି ଘଟଣା ଲୋମହର୍ଷଣକାରୀ ଓ ଉଦବେଗଜନକ । ସ୍କୁଲ ପରିସର ଭିତରେ ଜଣେ ୨ୟ ଶ୍ରେଣୀର ଛାତ୍ରୀଙ୍କୁ ସେହି ସ୍କୁଲ୍ର ଇଲେକ୍ଟ୍ରିସିଆନ ଦୁଷ୍କର୍ମ କରିଛି । ଏଭଳି ଖବର ପୁଣି ରାଜଧାନୀ ଦିଲ୍ଲୀକୁ ଚର୍ଚ୍ଚାର ପରିସରକୁ ଆଣିଛି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଏହି ଘଟଣା ଘଟିଛି । ଛାତ୍ରୀ ଜଣକ ବୟସ ୬ ବର୍ଷ ହେବ । ଗୁରୁବାର ସେ ଏହି ଦୁଷ୍କର୍ମର ଶୀକାର ହୋଇଥିଲେ । ତାଙ୍କୁ ସମ୍ପୃକ୍ତ ଇଲେକ୍ଟ୍ରିସିଆନ ଘୋଷାଡ଼ି ଘୋଷାଡ଼ି ନେଇ ସ୍କୁଲ ପଛପଟେ ଥିବା ପାଣିପାଇପ ନିକଟରେ ବଳାକ୍ରାର କରିଥିଲେ । ବାଳିକାଟିର ବଡ଼ ଭଉଣୀ ମଧ୍ୟ ସେହି ସ୍କୁଲରେ ପଢ଼ନ୍ତି । ଝିଅଟି ଘରକୁ ଆସିବା ପରେ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକ ସମ୍ପୃକ୍ତ ଥାନାରେ ଖବର ଦେଇଥିଲେ । ପୁଲିସ ପାଖରେ ଅଭିଯୋଗ ପହଂଚିବା ପରେ ତନାଘନା କରାଯାଇଥିଲା । ଝିଅଟି କିଭଳି ଭାବରେ ତାଙ୍କୁ ସମ୍ପୃକ୍ତ ଇଲେକଟ୍ରିସିଆ ଘୋଷାଡ଼ି ଘୋଷାଡ଼ି ନେଇ ବଳାକ୍ରାର କରିଥିଲା ସବୁ ବିଷୟ ଖୋଲାଖୋଲି କହିଥିଲା । ପୁଲିସ ମାମଲା ରୁଜୁ କରି ସମ୍ପୃକ୍ତ ଇଲେକଟ୍ରିସିଆନକୁ ଗିରଫ କରିଛି । ଇଲେକଟ୍ରିସିଆନ ବୟସ ପ୍ରାୟ ୩୭ ହେବ । ମାସେ ହେଲା ସେ ସ୍କୁଲକୁ ଆସିଛନ୍ତି । ଦିଲ୍ଲୀ ପୌରପାଳିକାର ସେ ଜଣେ ସ୍ଥାୟୀ ବିଦ୍ୟୁତ କର୍ମଚାରୀ । ପୁଲିସ ତଦନ୍ତରୁ ଜଣାପଡ଼ିଛି ସମ୍ପୃକ୍ତ ଇଲେକଟ୍ରିସିଆନ ଝିଅକୁ ଡାକି ନେଇ ବଳାକ୍ରାର କରିବା ପରେ ଏ ସମ୍ପର୍କରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲା । ସ୍କୁଲ ପରିସରରେ ପୁଣି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଲୋକଙ୍କ ମାନସିକତା ବଦଳୁ ନ ଥିବା ନେଇ ଉଦବେଗ ପ୍ରକାଶ ପାଇଛି ।

ONA

Leave a Reply

Top