You are here
Home > କ୍ରାଇମ୍‍ > ପିଲାଚୋରୀ ଗୁଜବ ଓ ଚୋର ସନ୍ଦେହରେ ଆକ୍ରମଣକୁ ରୋକିବାକୁ ଆଡଭାଇଜରି ଜାରିକଲା ପୋଲିସ

ପିଲାଚୋରୀ ଗୁଜବ ଓ ଚୋର ସନ୍ଦେହରେ ଆକ୍ରମଣକୁ ରୋକିବାକୁ ଆଡଭାଇଜରି ଜାରିକଲା ପୋଲିସ

ଭୁବନେଶ୍ବର : ପିଲା ଚୋରି ଗୁଜବ ଅଣାୟତ୍ତ ହେଲାଣି ଗତ ଦିନ ଧରି ରାଜ୍ୟର କେଉଁଠି ନା କେଉଁଠି ଅଚିହ୍ନା ଲୋକ କିମ୍ବା ମାନସିକ ଅନଗ୍ରସର ନୀରିହ, ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ  ଲୋକେ ଆକ୍ରମଣ କରୁଛନ୍ତି ସେପଟେ ଡିଜିପି ଜାରି କରିଥିବା ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି ଭାଇରାଲକାରୀ ଆକ୍ରମଣକାରୀ ଏହି ଗୁଜବକୁ ନେଇ କଳାହାଣ୍ଡି କେସିଙ୍ଗାରେ ଜଣେ ଯୁବକଙ୍କୁ ନିସ୍ତୁକ ଛେଚିଛନ୍ତି ଲୋକେ ଆଉ ସେହି ପିଲା ଚୋର ସନ୍ଦହ ଘଟଣାକୁ ନେଇ ଗଞ୍ଜାମ ଗୋବିନ୍ଦପୁର ଗାଁରେ ହୋଇଛି ଲଙ୍କାକାଣ୍ଡ ପୋଲିସ ଉପରେ ଆକ୍ରମଣ କରିବାକୁ ଲୋକେ ପଛାଇ ନାହାନ୍ତି

ପିଲାଚୋର ଗୁଜବର ଆଉ ଏକ ଭୟଙ୍କର ପରିଣତି । କଳାହାଣ୍ଡିର କେସିଙ୍ଗାରେ ପିଲା ଚୋର ସନ୍ଦେହରେ ଜଣେ  ମାନସିକ ରୋଗୀକୁ  ଆକ୍ରମଣ କରିଛନ୍ତି ସିରୋଲ ଗାଁର ଲୋକେ । ନିର୍ଦ୍ଧୁମ ପାଟିଛନ୍ତି ।  ଯୁବକ ଜଣକୁ ଉଦ୍ଧାର କରିଛି କେସିଙ୍ଗା ପୋଲିସ । ତାଙ୍କୁ ଆହତ ଆବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି  । ଯୁବକ ଜଣକ ବିହାର ବାସିନ୍ଦା । ଆଉ ଏ ହେଉଛି ପୋଲିସର ଅବସ୍ଥା । ଗଞ୍ଜାମ ପାଟପୁର ପୋଲିସ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏଥିରେ ଆଇଆଇସିଙ୍କ ସହ ଥାନାର ଏସ୍‌ଆଇ, ଏଏସ୍‌ଆଇ ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ତପ୍ତପାଣିର ଜଣେ ଯୁବକକୁ ପିଲାଚୋର ସନ୍ଦେହକରି ଗୋବିନ୍ଦପୁର ଗାଁ ଲୋକେ ଗୋଟିଏ ଘରେ ବାନ୍ଧି ରଖିଥିଲେ। ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲା।  ଗାଁ ଲୋକେ ଏକାଠି ହୋଇ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଆହତ ପୋଲିସ ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପିଲା ଚୋର ଗୁଜବ ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ପୋଲିସ ଆକ୍ସନକୁ ଆସିଛି ।ରାୟଗଡାରେ ଘଟଣାରେ ବେରୁଗୁଡା ଓ ଶୁଣ୍ଡିପଦା ଗାଁର ୧୪ଜଣଙ୍କୁ ପୋଲିସ ଗିରଫ କରାଯାଇଛି । ଏଥି ସହ ୨ ଜଣଙ୍କୁ ଆମ୍ବଦଳା ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଗତ ୪ଦିନ ତଳେ ପିଲାଚୋର ସନ୍ଦେହରେ ବେରୁଗୁଡା ଗ୍ରାମବାସୀ ୨ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ସେହିଭଳି ଗତକାଲି ସୋରରେ ମାନସିକ ବିକୃତ ମହିଳାଙ୍କୁ ମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ସେପଟେ ସୋସିଆଲ ମିଡିଆରେ ପିଲା ଚୋର ଗୁଜବ ଓ ନୀରିହ ଲୋକଙ୍କୁ ଆକ୍ରମଣ ଘଟଣା ଅଣାୟତ୍ତ ହେଉଥିବା ଦେଖି ଆଡଭାଇଜରୀ ଜାରି କରିଛନ୍ତି ପୋଲିସ ମହାନିର୍ଦ୍ଦେଶକଗୁଜବ ସୃଷ୍ଟିକାରୀଙ୍କ  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।  ନୀରିହ , ନିର୍ଦ୍ଦୋଶ ଲୋକଙ୍କୁ ପିଲାଚୋର ସନ୍ଦେହରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୋଲିସର ଆଡଭାଇଜରୀ ସତ୍ତ୍ବେ ଏହାକୁ ଖାତିର କରୁ ନାହାନ୍ତି ଗୁଜବ ସୃଷ୍ଟିକାରୀ । ନା ଲୋକେ ଏହାକୁ ମାନୁଛନ୍ତି ନା ଏଥିପ୍ରତି ସଜାଗ ହେଉଛନ୍ତି । ଏଭଲି ଗୁଜବ ଠାରୁ ଦୂରେଇ ରହିବା ସହ ସାମାଜିକ ସଚେତନତା ହିଁ ଏହା ଉପରେ ଅଙ୍କୁଶ ଲଗାଇପାରିବ ବୋଲି ଆଶା କରାଯାଉଛି ।

ONA

Leave a Reply

Top