You are here
Home > ଅଧିକ ଖବର > ଆଜି ବିଜୁବାବୁଙ୍କ ୨୧ତମ ଶ୍ରାଦ୍ଧ ଦିବସ

ଆଜି ବିଜୁବାବୁଙ୍କ ୨୧ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ ତମ ଶ୍ରାଦ୍ଧ ଦିବସ ଆଜି ସାରା ରାଜ୍ୟରେ ପାଳିତ ହେଉଛି । ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ବିଜୁ ପଟ୍ଟନାୟକଙ୍କ ସ୍ମୁତିପୀଠରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭା ପରିସରରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଫରେଷ୍ଟପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟର ଅନେକ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହିତ ନିଜ ପିତାଙ୍କ ସ୍ମୃତିଚାରଣ କରିଥିଲେ ନବୀନ ପଟ୍ଟନାୟକ ।

ସମଗ୍ର ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହେବା ସହିତ ସ୍ମୃତିସଭାର ଆୟୋଜନ କରାଯାଇଛି ।

ONA

Leave a Reply

Top