You are here
Home > ଲାଟେଷ୍ଟ > ପୁଣି ହାଜର ହେବାକୁ ସାଂସଦ ରବୀନ୍ଦ୍ରଙ୍କୁ ନୋଟିସ

ପୁଣି ହାଜର ହେବାକୁ ସାଂସଦ ରବୀନ୍ଦ୍ରଙ୍କୁ ନୋଟିସ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜୋନାଙ୍କୁ ପୁଣି ନୋଟିସ ଜାରି କରିଛି ସିବିଆଇ । ଆସନ୍ତା ୧୨ ତାରିଖରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି । ଗତ ଡିସେମ୍ବର ୧୦ ତାରିଖରେ ସିବିଆଇ ତାଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା । ସିସୋର ସହ ତାଙ୍କର କଣ ଲିଙ୍କ ଥିଲା, କିଏ କାହାକୁ କେତେ ଟଙ୍କା ଦେଇଥିଲା ସେ ସବୁ ନେଇ ପ୍ରଶ୍ନ କରିଥିଲା ସିବିଆଇ ଏନେଇ ସିବିଆଇ ଯାହା ସବୁ ପଚାରିଥିଲା ସେ ତାର ସମସ୍ତ ଉତ୍ତର ଦେଇଥିଲେ ବୋଲି ସାଂସଦ ଜେନା କହିଥିଲେ ।
  ପୂର୍ବରୁ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ ବ୍ୟକ୍ତିଗତ ଭାବେ ସିବିଆଇରେ ହାଜର ହୋଇଥିଲେ । ତାଙ୍କ ସହ ବିଜେଡି ନେତା ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ସିବିଆଇ ଅଫିସ ଆସି ହାଜିରା ପକାଇଥିଲେ । ବ୍ୟକ୍ତିଗତ ଭାବେ ତାଙ୍କୁ ହାଜର ହେବାକୁ ଗତ ୨ ତାରିଖରେ ସିବିଆଇ ପକ୍ଷରୁ ନୋଟିସ୍ ପଠାଯାଇଥିଲା । ପୂର୍ବରୁ ଗତ ନଭେମ୍ବର ୨୬ ତାରିଖରେ ମଧ୍ୟ ସିବିଆଇ ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇ ହାଜର ହେବାକୁ କୁହାଯାଇଥିଲା । ଏହା ପୂର୍ବରୁ ୨୦୧୫ ଜାନୁଆରୀରେ ସିବିଆଇରେ ହାଜର ହୋଇଥିଲେ । ନଭେମ୍ବର ୨୬ରେ ରବୀନ୍ଦ୍ର ଓ ଲକ୍ଷ୍ମୀବିଳାସିନୀ ସିବିଆଇରେ ହାଜର ହେବା ଥିଲା । କିନ୍ତୁ ନିଜେ ହାଜର ହେବା ବଦଳରେ ଜଣେ ପ୍ରତିନିଧିଙ୍କୁ ସିବିଆଇ ଅଫିସକୁ ପଠାଇଥିଲେ ଲକ୍ଷ୍ମୀବିଳାସିନୀ ଓ ରବୀନ୍ଦ୍ର । ଉଭୟଙ୍କୁ ସିସୋର ଲିଙ୍କ ନେଇ ପଚରାଉଚରା କରାଯିବାର ଥିଲା । ଲକ୍ଷ୍ମୀବିଳାସିନୀ ବିଶ୍ୱାଳ ଯାଜପୁରର ବେଣାପୁରଠାରେ ଥିବା ଜମିକୁ ସିସୋରକୁ ୩୨ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଲକ୍ଷ୍ମୀବିଳାସିନୀ ଟଙ୍କା ଆକାରରେ ସିସୋରକୁ ଅର୍ଥ ଫେରାଇ ଦେଇଥିବା କହିଥିଲେ । ତେଣୁ ଏହି ମାମଲାରେ ବାରମ୍ବାର ତାଙ୍କୁ ସିବିଆଇ ଜେରା କରୁଛି । ଏପରକିରି ଗତ ୫ ତାରିଖରେ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ସିବିଆଇ କାର୍ଯ୍ୟାଳୟରେ ଅଧିକାରୀ ଲକ୍ଷ୍ମୀବିଳାସିନୀଙ୍କୁ ପଚରାଉଚରା କରିଥିଲେ ।      ସେପଟେ ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର୍ର ଜେନା ସିସୋରଠାରୁ ୧୮କୋଟି ଟଙ୍କା ନେବାର ପ୍ରମାଣ ପାଇଛି ସିବିଆଇ । ରବୀନ୍ଦ୍ର ଜେନାଙ୍କ କମ୍ପାନୀ ବାଲେଶ୍ୱର ଆଲଏଜ୍ ସିସୋର ସଂସ୍ଥାଠାରୁ ୧୮କୋଟି ଟଙ୍କା କ’ଣ ପାଇଁ ନେଇଥିଲେ, ସେ ବାବଦରେ ସିବିଆଇ ଖୋଳତାଡ଼ କରୁଛି ।

ONA

Leave a Reply

Top