You are here
Home > ବଡ଼ଖବର > ସୂର୍ଯ୍ୟଙ୍କ ପୁଅଙ୍କୁ ପୁଣି ସିବିଆଇ ଡାକିଲା!

ସୂର୍ଯ୍ୟଙ୍କ ପୁଅଙ୍କୁ ପୁଣି ସିବିଆଇ ଡାକିଲା!

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଡୁଆ ବଢ଼ୁଥିବା ଏବେ ଜୋର୍ଦାର୍ ଚର୍ଚ୍ଚା ହେଉଛି । କାରଣ ସିବିଆଇ ପୁରାଦମ୍ରେ ଲାଗିଛି ଶ୍ରୀ ପାତ୍ରଙ୍କ ବିପ୍ଳବଙ୍କ ପଛରେ । ବିପ୍ଳବଙ୍କୁ ପୁଣି ଥରେ ଜେରା ପାଇଁ ଡକାଯାଇଥିବା ଜଣାପଡିଛି । ସିବିଆଇ ତାଙ୍କୁ ବାରମ୍ବାର ଜେରା ପାଇଁ ଡାକୁଥିବାରୁ ସୂର୍ଯ୍ୟଙ୍କ ପାଇଁ ବିପଦ ବଢ଼ିପାରେ ବୋଲି କୁହାଯାଉଛି ।
ଅର୍ଥତତ୍ୱ ଚିଟ୍ଫଣ୍ଡ ମାମଲାରେ ସିବିଆଇ ଯାଚ୍ କଲାବେଳେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅର ସମ୍ପୃକ୍ତି ଜାଣିବାକୁ ପାଇଥିଲା । ବିପ୍ଳବଙ୍କ ଥିବା ଆଇଟି ବ୍ୟବସାୟରେ କମ୍ପ୍ୟୁଟର କିଣା ଲାଗି ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ ସହାୟତା କରିଥିବା ଅଭିଯୋଗ ହୋଇଛି । ସିବିଆଇ ବିପ୍ଳାବଙ୍କ କାର୍ଯ୍ୟାଳୟରେ ଛାପା ମାରିଥିଲା । ସେଠାରେ ଲାଗିଥିବା କମ୍ପ୍ୟୁଟରଗୁଡ଼ିକର ହିସାବ ଲୋଡ଼ିଥିଲା । ବିପ୍ଳବଙ୍କୁ କମ୍ପ୍ୟୁଟର କିଣାର କାଗଜପତ୍ର ଆଣି ଦେବାପାଇଁ ନୋଟିସ୍ କରାଯାଇଥିଲା । ପୂର୍ବରୁ ଜେରା ସମୟରେ ବିପ୍ଳବଙ୍କୁ କମ୍ପ୍ୟୁଟର ହିସାବ ସିବିଆଇ ମାଗିଥିଲା । ହେଲେ କୁହାଯାଉଛି ବିପ୍ଳବ କାଗଜପତ୍ର ଠିକ୍ଭାବରେ ଦର୍ଶାଇ ନଥିଲେ । ଏଣୁ ତାଙ୍କୁ ପୁଣି ଥରେ ସିବିଆଇ ଟାକିଛି ବୋଲି ଆଲୋଚନା ହେଉଛି ।
ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମରେ ପ୍ରତିକ୍ରୀୟା ରଖିସାରିଛନ୍ତି । ସେ କହିଥିଲେ ଏ ବିଷୟରେ ତାଙ୍କର ଧାରଣା ନାହିଁ । ଗଣମାଧ୍ୟମକୁ ସେ ଏହା ଜାଣିବାକୁ ପାଇଛନ୍ତି । ଖବରକାଗଜ ପଢ଼ି ଜାଣିବା ପରେ ସେ ସିବିଆଇ ଅଧିକାରୀଙ୍କୁ ଫୋନ୍ କରି ପଚାରିଥିଲେ । କିନ୍ତୁ ସେମାନେ କିଛି କହିଲେନାହିଁ । ଅଯଥାରେ ତାଙ୍କୁ ବିବାଦକୁ ଟଣା ଯାଉଛି ବୋଲି ସେ କହିଥିଲେ । କିନ୍ତୁ ସିବିଆଇ ଯେଉଁଭଳି ଭାବରେ ଲାଗିଛି ସେଥିରେ କିଛିନା କିଛି ସମସ୍ୟା ରହିଛି ବୋଲି କୁହାଯାଉଛି ।

ONA

Leave a Reply

Top