You are here
Home > Breaking News

ଶ୍ରୀମନ୍ଦିରକୁ ନେଇ ବିଧାନସଭା ଅଚଳ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଏବେ ନୀତି ବିଭ୍ରାଟ ଲାଗି ରହିଛି । ଅବ୍ୟବସ୍ଥାର ଶିକାର ହୋଇଛନ୍ତି ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ । ୨ ଦିନ ଓପାସରେ ରହିଛନ୍ତି ମହାପ୍ରଭୁ । ସେପଟେ ଅସନ୍ତୁଷ୍ଟ ସୁଆର-ମହାସୁଆରମାନେ ସେମାନଙ୍କ ଦାବି ପୂରଣ ଲାଗି ଧାରଣାରତ । ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ କିଛି ଦୃଢ ପଦକ୍ଷେପ ନେବାକୁ ଅନୁରୋଧ କରିଛି । କିନ୍ତୁ ଶ୍ରୀମନ୍ଦିରରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଆଜି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି

ସ୍ୱର୍ଣ୍ଣ ଜିତି ରେକର୍ଡ଼ କଲେ ମନିକା

ଗୋଲଡ଼କୋଷ୍ଟ: ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗିଚାଲିଛନ୍ତି ଭାରତୀୟ ଖେଳାଳୀ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ସିଙ୍ଗଲ୍ସ ଟେବୁଲ ଟେନିସ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି ମନିକା ବାତ୍ରା । ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ମନିକା ତାଙ୍କର ସିଙ୍ଗାପୁର ପ୍ରତିଦ୍ୱନ୍ଦୀ ମେ ୟୁଂ ୟଂଙ୍କୁ ୧୧-୭, ୧୧-୬, ୧୧-୨ ଓ ୧୧-୭ ରେ ପରାସ୍ତ କରିଛନ୍ତି । ସବୁଠାରୁ ଖୁସିର କଥାହେଲା ମନିକା

ବିପୁଳ ପରିମାଣର ବିସ୍ଫୋରକ ଜବତ: ମାଓବାଦୀଙ୍କୁ ସନ୍ଦେହ!

କୋରାପୁଟ: ଜଣଙ୍କ ଘରେ ବିସ୍ଫୋରକ ଗୋଦାମ । ବେଆଇନ ବିସ୍ଫୋରକ କ’ଣ ପାଇଁ ଓ କେଉଁଥିପାଇଁ ମହଜୁଦ ରଖାଯାଇଥିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଜୟନ୍ତଗିରିରେ ଜଣଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏକ କ୍ରସର ଉପରେ ଚଢଉ କରିବା ବେଳେ ପୋଲିସକୁ ଏହି ବିସ୍ଫୋରକ ସାମଗ୍ରୀ ସମ୍ପର୍କରେ ସୂଚନା ମିଳିଥିଲା । ବିଳମ୍ବିତ ରାତିରେ

ସୁଶିଲ କୁମାର ଜିତିଲେ ସ୍ୱର୍ଣ୍ଣ ପଦକ: ଭାରତର ସ୍ୱର୍ଣ୍ଣ ପଦକ ୧୪କୁ ବୃଦ୍ଧି

ଗୋଲଡ଼କୋଷ୍ଟ: ଭାରତୀୟ ରେସଲିଂ ଆଇକନ ସୁଶିଲ କୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁଶିଲ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଲାଗି ୧୪ ତମ ସ୍ୱର୍ଣ୍ଣ ପଦକ ଆଣିଦେଇଛନ୍ତି । ପୁରୁଷ ୭୪ କେଜି ଫ୍ରିଷ୍ଟାଇଲ୍ ବିଭାଗରେ ସୁଶିଲ କୁମାର ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବୋଥାଙ୍କ ବିପକ୍ଷରେ ୧୦-୦ ପଏଣ୍ଟରେ ଏକ ଜବରଦସ୍ତ ବିଜୟ ହାସଲ କରିପାରି ରାଜ୍ୟଗୋଷ୍ଠୀ ରେକର୍ଡ଼ କରିଛନ୍ତି ।

ପ୍ରଧାନ ବିଚାରପତି ନେଇପାରିବେ ମାମଲା ଆବଣ୍ଟନ ନିଷ୍ପତ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାମଲା ଆବଣ୍ଟନ ନିଷ୍ପତ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନେଇପାରିବେ ଏବଂ ଏହା ତାଙ୍କର ଦାୟିତ୍ୱ ବୋଲି ଆଜି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାପତି ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ତିନି ବିଚାପତି ବିଶିଷ୍ଟ ଏକ ଖଣ୍ଡପୀଠ ଏ ସମ୍ପର୍କିତ ଏକ ଆଗତ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସେ କହିଛନ୍ତି ଯେ, କାର୍ଯ୍ୟ ଆବଣ୍ଟନ କରିବାର କ୍ଷମତା ଭାରତୀୟ ସମ୍ବିଧାନ ପ୍ରଧାନ ବିଚାରପତିଙ୍କ ଉପରେ ନ୍ୟସ୍ତ

ଆଲଜେରିଆରେ ବିମାନ ଦୁର୍ଘଟଣା: ୨୫୭ ମୃତ

ଆଲଜିରିସ: ଆଲଜେରିଆର ରାଜଧାନୀ ଆଲଜିରିସରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୫୭ ଜଣଙ୍କ ପ୍ରାଣହାନୀ ଘଟିଛି । ଏକ ଇଲ୍ୟୁସିନ ଆଇଏଲ ୭୬ ସାମରିକ ବିମାନରେ ଯାନ୍ତ୍ରିକ ତୃଟିଯୋଗୁଁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ବୋଲି ସୂତ୍ରରୁ ଜଣାପଡ଼ିଛି । ତେବେ ଗୁରୁତର ହୋଇଥିବା ଅନେକ ଆହତ ବ୍ୟକ୍ତିଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ମାଓ ସମୀକ୍ଷା ବୈଠକ: ମୁକାବିଲା ଲାଗି ଡ଼ିଜିପିଙ୍କ ଆଲୋଚନା

ରାୟଗଡ଼ା: ଆଜି ରାୟଗଡ଼ାଠାରେ ମାଓବାଦୀଙ୍କୁ ଟକ୍କର ଦେବାଲାଗି ମାଓ ସମୀକ୍ଷା ବୈଠକ କରିଛନ୍ତି ଡ଼ିଜିପି ରାଜେନ୍ଦ୍ର ଶର୍ମା । କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲା ପରି ମାଓପ୍ରବଣ ଅଞ୍ଚଳରେ ମାଓବାଦୀଙ୍କ ମୁକାବିଲା ଲାଗି ଏକ ସ୍ୱତନ୍ତ୍ର ମାଓ ସମୀକ୍ଷା ବୈଠକରେ ସମ୍ପୃକ୍ତ ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ଡ଼ିଜିପି । ତେବେ ମାଓବାଦୀଙ୍କ ହିଂସାକୁ ଦମନ କରିବାକୁ ଏବଂ ପୋଲିସ ସେମାନଙ୍କର ମୁକାବିଲା

ବିଧାନସଭାରେ ତେଜିଲା ମହାନଦୀ ତାତି: ବିଧାୟକଙ୍କ ହୋ ହଲ୍ଲା

ଭୁବନେଶ୍ୱର: ଏବେ ବେଶ୍ ଚର୍ଚ୍ଚାରେ ରହିଥିବା ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣା ଓଟରା ଚାଲିଛି । ତେବେ ଆଜି ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧି ନୁହେଁ ବରଂ ଶାସକ ବିଜେଡ଼ି ର ବିଧାୟକମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଥିଲେ । ଏହି ପ୍ରସଙ୍ଗକୁ ନେଇ ବିଜେଡ଼ି ବିଧାୟକମାନେ କେନ୍ଦ୍ର ସରକାରଙ୍କୁ ଦୃଢ ସମାଲୋଚନା କରି ନିଜ ନିଜ ସ୍ଥାନରୁ

ବିଜେଡ଼ିର ପ୍ରେସମିଟ – ମେକଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରିବା ପ୍ରସଙ୍ଗ

ଭୁବନେଶ୍ୱର: ମେକଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରିବା ନେଇ ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ଜାଗି ମଙ୍ଗତ ପଣ୍ଡା ଗତକାଲି ସ୍ପଷ୍ଟିକରଣ ଦେଇଥିଲେ । ତେବେ ଅଧ୍ୟକ୍ଷାଙ୍କ ଏହି ସ୍ପଷ୍ଟିକରଣ ଓ କନକ୍ଲେଭରୁ ଓହରିବା ପ୍ରସଙ୍ଗକୁ ନେଇ ଆଜି ବିଜେଡ଼ି ଏକ ପ୍ରେସମିଟ କରିଛି । ଏହି ପ୍ରେସମିଟରେ ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଦେବ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜାଗି ମଙ୍ଗତ ପଣ୍ଡାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଜାଗି

ପୁଣି ଦବିଲା ଗୁରୁପ୍ରିୟା ସେତୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଗୁରୁପ୍ର୍ରିୟା ସେତୁ ପୁଣି ଦବିଛି । ବିିଚ୍ଛିନ୍ନାଞ୍ଚଳର ଜୀବନରେଖା କୁହାଯାଉଥିବା ନିର୍ମାଣାଧିନ ଗୁରୁପ୍ରିୟା ସେତୁ ପୁଣି ଦବିବା ଫଳରେ ଏହାର ନିର୍ମାଣ ଉପରେ ପୁନର୍ବାର ପ୍ରଶ୍ନ ଉଠିଛି । ମାଲକାନାଗିରିର ଏହି ନିର୍ମାଣାଧିନ ସେତୁର ୧୬ ନଂ ପିଲରର ୨ଟି ପାଇଲ୍ ଦବିଥିବାର ଜଣାପଡ଼ିଛି । ୨ଟି ପାଇଲ ସମ୍ପୂର୍ଣ୍ଣ ବଙ୍କା ହୋଇଯାଇଛି । ତେବେ ଜଳଭଣ୍ଡାରରୁ ପାଣି କମିଯିବା ଫଳରେ ପାଇଲ୍ ଦବିଥିବା କଥା

ସୁଟିଂରେ ଶ୍ରେୟସୀ ଜିତିଲେ ସ୍ୱର୍ଣ୍ଣ

ଗୋଲଡ଼କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ସୁଟର୍ ଶ୍ରେୟସୀ ସିଂହ ଏକ ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି । ମହିଳା ଡ଼ବଲ ଟ୍ରାପ ସୁଟିଂର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ହାସଲ କରି ଶ୍ରେୟସୀ ଭାରତ ଲାଗି ସ୍ୱର୍ଣ୍ଣ ହାସଲ କରିଛନ୍ତି । ଏହି ସ୍ୱର୍ଣ୍ଣପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ଏବେ ୨୩ରେ ପହଞ୍ଚିଛି ଏବଂ ଭାରତ ୧୨ଟି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । ଏବେ ସୁଦ୍ଧା ଭାରତ

ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା: ଦେଶବ୍ୟାପୀ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ଆସନ୍ତା କାଲି ସାରା ଦେଶରେ ଭାରତ ବନ୍ଦର ଡ଼ାକରା ଦେଇଛନ୍ତି କେତେକ ଜାତୀୟ ସଂଗଠନ । ଭାରତ ବନ୍ଦକୁ ସଫଳ କରିବାକୁ ଏବଂ ଜାତିଗତ ସଂରକ୍ଷଣକୁ ବିରୋଧ କରିବାକୁ କେତେକ ସଂଗଠନ ସାମଜିକ ଗଣମାଧ୍ୟମରେ କହିଛନ୍ତି । ଭାରତବନ୍ଦ ଯୋଗୁଁ ହିଂସା ଏବଂ ଅପ୍ରୀତିକର ପରିସ୍ଥିତିକୁ ଆଶଙ୍କା କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଏନେଇ ଆଡ଼ଭାଇଜରି ଜାରି କରିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା

କୁନ୍ଦୁଲିକୁ ନେଇ ରାଜନୀତି ତେଜିଲା: “ଗଣମାଧ୍ୟମର କଣ୍ଠରୋଧ କରାଯାଉଛି” ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ/ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଗସ୍ତ କରିଛନ୍ତି । କୋରାପୁଟର କୁନ୍ଦୁଲି ଯାଇ ଆତ୍ମହତ୍ୟା କରିଥିବା କୁନ୍ଦୁଲି ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଥଲେ । ତେବେ କୁନ୍ଦୁଲି ଗସ୍ତପରେ ଧର୍ମେନ୍ଦ୍ର ଦୋଷୀ ଏପର୍ଯ୍ୟନ୍ତ ଧରାନପଡ଼ିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । କୁନ୍ଦୁଲିକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ୍ ସରଗରମ ହେବାରେ ଲାଗିଛି । ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଏହି ଚର୍ଚ୍ଚିତ ମାମଲା ଏବେ

ରାୟଗଡ଼ାରେ ମାଇନ ବିସ୍ଫୋରଣ: ଜଣେ ଯବାନ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅନ୍ତର୍ଗତ ସୁକୁଡ଼ାଠାରେ ଏକ ମାଇନ ବିସ୍ପୋରଣରେ ଜଣେ ଡିଭିଏଫ ଯବାନ ଆହତ ହୋଇଛନ୍ତି । କମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ମାଇନ ବିସ୍ଫୋରଣ ହେବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଗୁରୁତର ହୋଇଥିବା ଯବାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସିତ କରାଯାଉଛି ଏବଂ ରାୟଗଡ଼ା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ବିଡ଼ିଓ ଓ ଠିକାଦାରଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ

ଯାଜପୁର: ବ୍ଲକ ବିଡ଼ିଓ ଓ ଜଣେ ଠିକାଦାରଙ୍କୁ ଦଣ୍ଡାଦେଶ ହୋଇଛି । ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ମାମଲାରେ ଯାଜପୁର ବ୍ଲକରେ ଟଙ୍କା ହଡ଼ପ ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ୧୯୯୭ ମସିହାରେ ଯାଜପୁର ବ୍ଲକରେ ସାଂସଦ ପାଣ୍ଠି ହଡ଼ପ ମାମଲାରେ ତକ୍ରାଳୀନ ବିଡ଼ିଓ ଓ କାର୍ଯ୍ୟ କରୁଥିବା ଠିକାଦାର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ

Top