You are here
Home > ସ୍ପୋର୍ଟସ୍ (Page 2)

କୁସ୍ତିରେ ସ୍ୱର୍ଣ୍ଣ ଜିତିଲେ ରାହୁଲ: ୭୪ କେଜି କୁସ୍ତି ଫାଇନାଲରେ ସୁଶିଲ କୁମାର

ଗୋଲଡ଼କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଗି ୮ମ ଦିବସରେ ଭାରତ କୁସ୍ତିରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । ୫୭ କେଜି କୁସ୍ତି ଫ୍ରିଷ୍ଟାଇଲ୍ ବର୍ଗରେ ଭାରତୀୟ କୁସ୍ତିଯୋଦ୍ଧା ରାହୁଲ ଆୱାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚ୍ରେ ରାହୁଲ କାନାଡ଼ାର କୁସ୍ତିଯୋଦ୍ଧା ଷ୍ଟିଭେନ ତାକାହାସିଙ୍କୁ ୩-୧ ରେ ପରାସ୍ତ କରିଛନ୍ତି । ତେବେ ଭାରତୀୟ ରେସଲିଂ ଆଇକନ ସୁଶିଲ କୁମାର ୭୪ ବର୍ଗରେ ଫାଇନାଲକୁ ଉନ୍ନିତ ହୋଇଛନ୍ତି, ତେଣୁ

ଆଇପିଏଲ ଟି-୨୦: ଆଜି ‘ରାଜସ୍ଥାନ’ ଭେଟୁଛି ‘ଦିଲ୍ଲୀ’କୁ

ଭୁବନେଶ୍ୱର: ଆଜି ଆଇପିଏଲ ଟି-୨୦ରେ ଦିଲ୍ଲୀ ଡ଼େୟାର୍ ଡ଼େଭିଲ୍ ଭେଟୁଛି ରାଜସ୍ଥାନ ରୟାଲସକୁ । ଜୟପୁରର ସବାଇ ମାନସିଂ କ୍ରିକେଟ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ତେବେ ଏହି ଦୁଇଦଳ ତାଙ୍କର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଯୋଗୁଁ ଆଜିର ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟାକରିବେ । ତେବେ ଦୁଇ ଭାରତୀୟ ଅଭିଜ୍ଞ ଖେଳାଳୀ ଏହି ୨ ଦଳର ନେତୃତ୍ୱ ନେଉଛନ୍ତି ।

ସୁଟିଂରେ ଶ୍ରେୟସୀ ଜିତିଲେ ସ୍ୱର୍ଣ୍ଣ

ଗୋଲଡ଼କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ସୁଟର୍ ଶ୍ରେୟସୀ ସିଂହ ଏକ ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି । ମହିଳା ଡ଼ବଲ ଟ୍ରାପ ସୁଟିଂର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ହାସଲ କରି ଶ୍ରେୟସୀ ଭାରତ ଲାଗି ସ୍ୱର୍ଣ୍ଣ ହାସଲ କରିଛନ୍ତି । ଏହି ସ୍ୱର୍ଣ୍ଣପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ଏବେ ୨୩ରେ ପହଞ୍ଚିଛି ଏବଂ ଭାରତ ୧୨ଟି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । ଏବେ ସୁଦ୍ଧା ଭାରତ

ସୁଟିଂରେ ଭାରତର ଭଲ ପ୍ରଦର୍ଶନ ଜାରି: ଜିତୁଙ୍କୁ ସ୍ୱର୍ଣ୍ଣ ଓ ମେହୁଲିଙ୍କୁ ରୌପ୍ୟ

ଗୋଲଡ଼କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫ଦିନରେ ଭାରତୀୟ ସୁଟର୍ମାନେ ଭଲ ପ୍ରଦର୍ଶନ କରିପାରିଛନ୍ତି । ସୁଟିଂରେ ଅଧିକ ପଦକ ପାଇବା ଯୋଗୁଁ ଭାରତ ଏବେ ମେଡ଼ାଲ ଟାଲିରେ ୩ୟ ସ୍ଥାନ ହାସଲ କରିପାରିଛି । ଭାରୋତ୍ତନରେ ୫ଟି ସ୍ୱର୍ଣ୍ଣ, ୨ଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିବା ପରେ ଏବେ ସୁଟିଂରେ ଭଲ ପଦକ ଆଶାକୁ ଉଦଜୀବିତ କରିପାରିଛନ୍ତି ଭାରତୀୟ ସୁଟର୍ । ଭାରତୀୟ ସୁଟର୍ ଜିତୁ ରାୟ

ବ୍ୟାଡ଼ମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣ

ଗୋଲଡ଼କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଲା ଭାରତୀୟ ବ୍ୟାଡ଼ମିଣ୍ଟନ ଟିମ । ସାଇନା ନେହୱାଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଦଳଗତ ବିଭାଗରେ ଶକ୍ତିଶାଳୀ ମାଲେସିଆକୁ ୩-୧ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିପାରିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତର ଏହା ପ୍ରଥମ ବ୍ୟାଡ଼ମିଣ୍ଟନ ସ୍ୱର୍ଣ୍ଣପଦକ । ଏହି ଦଳଗତ ଇଭେଣ୍ଟରେ ସାଇନା ନେହେୱାଲଙ୍କ ସମେତ, କିଦାମ୍ବୀ ଶ୍ରୀକାନ୍ତ, ଅଶ୍ୱୀନି ପୁନ୍ନାପା, ସ୍ୱାତିକ ରାଙ୍କିରେଡ଼ି ଓ ଚିରାଙ୍ଗ ଚନ୍ଦ୍ରଶେଖର ରେଡ଼ି ପ୍ରତିଦ୍ୱନ୍ଦିତା

ଟେବୁଲ ଟେନିସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଲା ଭାରତୀୟ ମହିଳା ଦଳ

ଗୋଲ୍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ କ୍ରମାଗତ ଭଲ ଖବର ଆସୁଛି। ସୁପର ସଣ୍ଡେରେ ଭାରତର ଖେଳାଳି କରିଛନ୍ତି ଦମଦାର ପ୍ରଦର୍ଶନ। ଆଜି ଭାରତୀୟ ଟେବୁଲ ଟେନିସ ଦଳ ସିଙ୍ଗାପୁରରକୁ ପରାସ୍ତ କରି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଆଜି ଦିନରେ ଭାରତ ୩ଟି ସ୍ଵର୍ଣ୍ଣ ଜିତିବା ସହିତ ଏହି କ୍ରୀଡାରେ ମୋଟ୍ ୭ଟି ସ୍ଵର୍ଣ୍ଣ ପଦକ ହାସଲ କରିଛି। ଅକ୍ସେନଫୋର୍ଡ ଷ୍ଟୁଡିୟୋଜରେ ଖେଳାଯାଇଥିବା

ୱେଟଲିଫ୍ଟର୍ ଭେଙ୍କଟ ରାହୁଲ ଭାରତକୁ ଦେଲେ ୪ର୍ଥ ସ୍ୱର୍ଣ୍ଣ

ଗୋଲଡ଼କୋଷ୍ଟ: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ହାସଲ କରିଛି ୪ର୍ଥ ସ୍ୱଣ୍ଣପଦକ । ପୁରୁଷ ୮୫ କେଜି ଭାରୋତ୍ତଳନ ବିଭାଗରେ ଭାରତ ପକ୍ଷରୁ ଭେଙ୍କଟ ରାହୁଲ ଏହି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି । ଫଳରେ ପୂର୍ବରୁ ଭାରତ ୩ଟି ସ୍ୱଣ୍ଣ ଗୋଟିଏ କରି ରୌପ୍ୟ ଏବଂ କାଂସ୍ୟ ପଦକ ପାଇଥିଲା । ଏବେ ଭାରତ ୬ଟି ପଦକ ହାସଲ କରି ମେଡ଼ାଲ ଟାଲିରେ ୫ମରେ ପହଞ୍ଚିଛି

ଆଜିଠୁ ଆଇପିଏଲ୍ ଟି୨୦: ରୋହିତ-ଧୋନୀଙ୍କ ମଧ୍ୟରେ ହେବ ଟକ୍କର

ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟି-୨୦ କ୍ରିକେଟ ଟକ୍କର । ୨୦୧୮ ମସିହା ଆଇପିଏଲ୍ର ଏହା ହେଉଛି ୧୧ଶ ସଂସ୍କରଣ । ଆଜି ଏହି କ୍ରିକେଟ ମହାକୁମ୍ଭ ଆରମ୍ଭ ହୋଇ ମେ ୨୭ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଆଜି ପ୍ରଥମ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନାଇ ସୁପର କିଙ୍ଗ୍ ଭେଟୁଛି ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍କୁ । ଆଜି

ଭାରତକୁ ଭାରୋତ୍ତଳନରେ ୩ୟ ସ୍ୱର୍ଣ୍ଣପଦକ

ଗୋଲଡ଼କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଭୟ ପୁରୁଷ ଓ ମହିଳା ଭାରୋତ୍ତଳନକାରୀମାନେ ଚମକ୍ରାର ପ୍ରଦର୍ଶନ କରିଚାଲିଛନ୍ତି । ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତକୁ ୨ଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଆଜି ମଧ୍ୟ ୭୭ କେଜି ପୁରଷ ବର୍ଗରେ ସତୀଶ ଶିବଲିଙ୍ଗମ ଭାରତ ଲାଗି ୩ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଲାଗି ୧ମ ସ୍ୱର୍ଣ୍ଣ ଜିତିଲେ ମୀରାବାଇ ଚାନୁ, ରୌପ୍ୟ ଜିତିଲେ ଗୁରୁରାଜ ପୁଜାରୀ

ଗୋଲ୍ଡ଼କୋଷ୍ଟ: ଅଷ୍ଟ୍ରେଲିଆର ସହର ଗୋଲ୍ଡ଼କୋଷ୍ଟରେ ଅନୁଷ୍ଠିତ ହେଉଥିବା ୨୦୧୮ ମସିହାର ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତଳନ ବିଭାଗରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣପଦକ । ମହିଳା ଭାରୋତ୍ତଳନକାରୀ ମୀରାବାଇ ଚାନୁ ୪୮ କେଜି ବର୍ଗରେ ୧ମ ସ୍ଥାନ ଦଖଲ କରି ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ୱେଟ୍ଲିଫ୍ଟର ଗୁରୁରାଜ ପୁଜାରୀ । ଭାରତ ଆଜି ଏପର୍ଯ୍ୟନ୍ତ

ଆରମ୍ଭ ହେଲା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ପତାକା ଧରିଲେ ପି.ଭି ସିନ୍ଧୁ

ଗୋଲଡ୍କୋଷ୍ଟ: ଅଷ୍ଟ୍ରେଲିଆର ଗୋଲଡ଼କୋଷ୍ଟଠାରେ ଉଦ୍ଘାଟିତ ହୋଇଛି କ୍ରୀଡ଼ା ମହାକୁମ୍ଭ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା । ଆସନ୍ତା ୧୫ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି ୨୨୭ ଜଣ ଭାରତୀୟ ପ୍ରତିଯୋଗୀ ଏବଂ ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ଓଡ଼ିଆ କ୍ରୀଡ଼ାବିତ । ସାରା ବିଶ୍ୱର ୭୧ଟି ଦେଶ ଏହି ପ୍ରତିଯୋଗୀତାରେ ଭାଗ ନେଉଛନ୍ତି । ସର୍ବମୋଟ ୪ହଜାର ୩ଶହ ପୁରୁଷ/ମହିଳା ପ୍ରତିଯୋଗୀ

ବିଶ୍ବକପ ହକି : ମେ ୩୧ ସୁଦ୍ଧା ସରିବ କଳିଙ୍ଗ ଷ୍ଟାଡିୟମ ମରାମତି କାମ

ଭୁବନେଶ୍ବର: ନଭେମ୍ବର ୨୮ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ହକି ୱାର୍ଲଡ କପ୍ । ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ରହଣି ଓ ଗମନାଗମନ ନେଇ ବୈଠକରେ ଆଲୋଚନା ହୋଇଛି । ଖେଳାଳି ଓ ଅଫିସିଆଲଙ୍କ ପାଇଁ ୮ ହଜାର ୬୦୦ଟି ରୁମ୍ ବୁକ୍ କରାଯାଇଛି । ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଖେଳାଳିମାନେ ରହିବେ ଏବଂ ଅଫିସିଆଲମାନେ

ଭାରତ-ଦକ୍ଷିଣ ଆଫ୍ରିକା ତିନି ଟିକିଆ ଟି ଟ୍ବେଣ୍ଟି ସିରିଜ ଆରମ୍ଭ

ଭୁବନେଶ୍ବର : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ତିନି ଟିକିଆ ଟି ଟ୍ବେଣ୍ଟି ସିରିଜ ଆରମ୍ଭ। ଦିନିକିଆ ସିରିଜକୁ ୫-୧ରେ ଜିତିବାପରେ ବିରାଟ ବାହିନୀଙ୍କ ମନୋବଳ ଦୃଢ ରହିଛି। ବିରାଟଙ୍କ କରିସ୍ମା ଯୋଗୁ ଭାରତ ଘରୋଇ ଦଳକୁ ମାତ୍ ଦେବା ସହିତ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ଦିନିକିଆ ସିରିଜକୁ ହାତେଇଛି। ଏବେ ଟି ଟ୍ବେଣ୍ଟି ସିରିଜକୁ ହାତେଇବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ। ସେପଟେ ଭ୍ରମଣକାରୀଙ୍କ ଦଳଠୁ ଦିନିକିଆ

ଝୁଲଣ ୨୦୦ ଦିନିକିଆ ଓ୍ଵିକେଟ୍‌ ନେବାରେ ପ୍ରଥମ ମହିଳା

କିମ୍ବର୍ଲି: ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଅବସରରେ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ମାମୀ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍‌ରେ ୭-୦-୨୯-୧ ବୋଲିଂ ଚିତ୍ର ପାଇଥିବା ଝୁଲଣ ଆନ୍ତର୍ଜାତିକ ଦିନିକିଆରେ ୨୦୦ ଓ୍ଵିକେଟ୍‌ ପୂରଣ କରିବାର ବିରଳ ସଫଳତା ପାଇଥିଲେ। ସେ ପ୍ରାରମ୍ଭିକ ଖେଳାଳି ଲଉରା ଉଲ୍‌ଭାର୍ଡଙ୍କୁ ଆଉଟ୍‌ କରି ନିଜର ୨୦୦ତମ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଆଉ ୨୦୦ ଓ୍ଵିକେଟ୍‌ ଦଖଲ

୨ୟ ଦିନିକିଆ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଓ୍ଵିକେଟରେ ଜିତି ୨-୦ରେ ଭାରତ ସିରିଜ ଆଗୁଆ

ସେଞ୍ଚୁରିଅନ୍‌: ଭାରତୀୟ ଖେଳାଳିମାନେ ରବିବାର ସେଞ୍ଚୁରିଅନ୍‌ର ସୁପର ସ୍ପୋଟସ୍‌ର୍ ପାର୍କ ଷ୍ଟାଡ଼ିୟମରେ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଭାରତ ଦମ୍‌ଦାର ବୋଲିଂ କରିଥିବା ବେଳେ ଦଳର ବ୍ୟାଟସ୍‌ମ୍ୟାନ୍‌ମାନେ ମଧ୍ୟ ବଳ କଷି ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବଡ଼ାଙ୍କ ବଲ ମର୍ଣ୍ଣ ମର୍କେଲଙ୍କୁ କ୍ୟାଚ୍‌ ଦେଇ ରୋହିତ ଶର୍ମା(୧୫) ପାଭଲିଅନ୍‌ ଫେରିଥିଲେ। ସେତେବେଳକୁ ଭାରତର ସ୍କୋର ୨୬ ରନ୍‌ ଥିଲା। ରୋହିତଙ୍କ

Top