You are here
Home > ଲାଟେଷ୍ଟ

ହକିକୁ ଜାତୀୟ କ୍ରୀଡା ଭାବେ ବିଧିବଦ୍ଧ ଭାବେ ମାନ୍ୟତା ଦେବାକୁ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର:ଜାତୀୟ ସ୍ତରରେ ହକିର ପ୍ରାଧାନ୍ୟ ବଢ଼ାଇବା ଲାଗି  ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଭାରତର ଜାତୀୟ ଖେଳ ଭାବେ ହକିକୁ ସରକାରୀ ଭାବେ କୌଣସି ଘୋଷଣା ନାହିଁ। ହକିକୁ ଜାତୀୟ କ୍ରୀଡା ଭାବେ ବିଧିବଦ୍ଧ ଭାବେ ମାନ୍ୟତା ଦେବାକୁ ଦାବି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ମୁଖ୍ୟମନ୍ତ୍ରୀ ହକିକୁ ସମ୍ମାନ ଦେବାକୁ

ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ

ଭୁବନେଶ୍ବର : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିବା ପରେ ରାଜ୍ୟରେ ଅଷ୍ଟମ ଥର ପାଇଁ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ଗତକାଲି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ମେହବୁବା ମୁଫତି ଇସ୍ତଫା ଦେଇଥିଲେ। ରାଜ୍ୟପାଳ ଶାସନ ଲାଗୁ ହେବା ପରେ ସୁରକ୍ଷା ବାହିନୀ କାର୍ଯ୍ୟ କରିବାରେ ଅଧିକ ସହଜ ହେବ ବୋଲି କହିଥିବା ବେଳେ ସେପଟେ ଜାତିସଂଘରେ

ଓଡିଶାର ଅନୁଗୋଳ ସମେତ ଦେଶର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା : ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ବର  : ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ନମୋ ଆପରେ ଚାଷୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ଚାଷୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ । ସେଥିଲାଗି ତାଙ୍କ ସରକାର ସମସ୍ତ ସ୍ଥାନରେ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି । ଭିଡିଓ କନଫରେନ୍ସିଂରେ କଥା

ଗୁଣୁପୁର-ପୁରୀ ଟ୍ରେନରେ ମହିଳାଙ୍କ ମୃତଦେହ :  ଡେଲାଙ୍ଗରୁ ମିଳିଲା ମୁଣ୍ଡ, ପୁରୀରେ ଗଣ୍ଡି

ପୁରୀ  : ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ  ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ । ପୁରୀରେ ଟ୍ରେନରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଛି । ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ୍ ପାଇଖାନାରୁ ମହିଳାଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଛି । ସେପଟେ ଡେଲାଙ୍ଗ ଗାନ୍ଧୀ ପୀଠ ଫାଟକ ନିକଟ ରେଳ ଧାରଣାରୁ ଗୋଟିଏ କଟା ମୁଣ୍ଡ ଉଦ୍ଧାର ହୋଇଛି । ଗଣ୍ଡି ମୁଣ୍ଡ ସେହି ମହିଳାଙ୍କର ବୋଲି ସନ୍ଦେହ

ଏଣିକି ବେଆଇନ ନିର୍ମାଣ ହୋଇପାରିବ ନିୟମିତ : ସର୍ବକ୍ଷମା ଯୋଜନା’ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର : ଏଣିକି ବେଆଇନ ନିର୍ମାଣ ହୋଇପାରିବ ନିୟମିତ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’।  ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇ ନ ଥିବା ଗୃହକୁ ସରକାରୀ ଭାବେ ଅନୁମୋଦନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ଏହି ଯୋଜନା ବିନା ଅନୁମୋଦନରେ ହୋଇଥିବା ଗୃହକାର୍ଯ୍ୟକୁ ଅନୁମୋଦନ କରିବାରେ ସାହାଯ୍ୟ କରିବ । ଏହି

ତାମିଲନାଡୁର ଅନୁକ୍ରୀତି ଭାସ୍ ଏବର୍ଷର ମିସ୍ ଇଣ୍ଡିଆ

ଭୁବନେଶ୍ବର : ଅନୁକ୍ରୀତି ଭାସ୍ ଏବର୍ଷର ମିସ୍ ଇଣ୍ଡିଆ ହୋଇଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ଏଫବିବି କଲରର୍ସ ଫେମିନା ମିସ୍ ଇଣ୍ଡିଆ ୨୦୧୮ ପ୍ରତିଯୋଗିତାରେ ଶ୍ରେଷ୍ଠ ତିନି ଜଣଙ୍କ ନାଁ ଘୋଷଣା କରାଯାଇଛି। ଯେଉଁଥିରେ ତାମିଲନାଡୁ ଡିଭା ଅନୁକ୍ରୀତିଙ୍କୁ ମିସ୍ ଇଣ୍ଡିଆ କ୍ରାଉନ ପିନ୍ଧାଇଥିଲେ ଗତବର୍ଷର ମିସ ଇଣ୍ଡିଆ ମାନୁଷୀ ଚିଲ୍ଲାର।ଏମିତି ଏକ ଘୋଷଣାକୁ ଧକଧକ୍ କରି ଅପେକ୍ଷା କରିଥାନ୍ତି ନିଜର ସୌନ୍ଦର୍ଯ୍ୟ ନେଇ ପରିଚିତ ହେବାକୁ ଇଚ୍ଛା ରଖିଥିବା ସବୁ

ଭାଙ୍ଗିଲା ଜାମ୍ମୁ-କାଶ୍ମୀର ମେଣ୍ଟ ସରକାର : ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଇସ୍ତଫା ଦେଲେ ମଖ୍ୟମୁନ୍ତ୍ରୀ ମେହେବୁବା ମୁଫତି

ଭୁବନେଶ୍ବର : ଭାଙ୍ଗିଲା ଜାମ୍ମୁ-କାଶ୍ମୀର ମେଣ୍ଟ ସରକାର । ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କଲାପରେ ଇସ୍ତଫା ଦେଲେ ମଖ୍ୟମୁନ୍ତ୍ରୀ ମେହେବୁବା ମୁଫତି । ବିଜେପି- ପିଡିପି ଠାରୁ ସମର୍ଥନ ପ୍ରତ୍ୟାହାର ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି ।ମେହେବୁବା ମୁଫତି ସରକାରରୁ ଓହରିବାକୁ ବିଜେପିର ଘୋଷଣା ପରେ ପୁଣି ରାଜନୈତୀକ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି ଆତଙ୍କବାଦ ଅଶାନ୍ତ ଜାମ୍ମୁ-କାଶ୍ମୀର । ଦିଲ୍ଲୀରେ ବିଜେପି ସଭାପତି ଅମିତ

ମୋଦିଙ୍କୁ ନବୀନଙ୍କ ଚିଠି, ଆମ ସମସ୍ୟାକୁ ବିଚାରକୁ ନିଅ

ମୋଦିଙ୍କୁ ନବୀନଙ୍କ ଚିଠି, ଆମ ସମସ୍ୟାକୁ ବିଚାରକୁ ନିଅ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବିରୋଧୀ ଓ ଶାସକଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଚାଲିଛି । ମୁଖ୍ୟମନ୍ତ୍ରୀ ବୈଠକକୁ ନ ଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନୀତି ଆୟୋଗରେ ଆଲୋଚନା ପାଇଁ

ସୋନାଙ୍କ ଆଳରେ ନବୀନଙ୍କୁ ନିରଞ୍ଜନଙ୍କ ବାଣ

ଭୁବନେଶ୍ୱର: ବମ୍ବେରେ ଥିôବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଏବେ ପୁଣି ବିବାଦରେ ଫସିଛନ୍ତି । ପୂର୍ବରୁ ସେ ରଙ୍ଗବତୀ ଗୀତକୁ କଦର୍ଥ କରି ଗାଈଥିବା ଅଭିଯୋଗ କରି ତାଙ୍କ କଡ଼ା ସମାଲୋଚନା କରାଯାଇଥିଲା । ଏଥିନେଇ ମାମଲା ମଧ୍ୟ ସୁପ୍ରିମ୍କୋର୍ଟକୁ ଯାଇଥିଲା । ଏ ନେଇ ‘ଆହେ ନୀଳଶୈଳ’ ପ୍ରାର୍ଥନାକୁ ଗାଈଲାବେଳେ ପୁଣି ଶବ୍ଦକୁ କଦର୍ଥ କରିଥିବା ଅଭିଯୋଗ କରାଯାଇଛି । ଏହାକୁ ନେଇ ତାଙ୍କ ବିରୋଧରେ ପୁରୀରେ

ପ୍ରାକୃତି ବିପର୍ଯ୍ୟୟ କମିଟି ବୈଠରେ ନରସିଂହଙ୍କ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଯୋଗ ଦେବା ଅବସରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଦେଉଥିବା ପ୍ରସ୍ତାବକୁ ସରକାର ଅଣଦେଖା କରୁଥିବା ନେଇ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ ତାଙ୍କ ଅସନ୍ତୋଷ

ନବୀନଙ୍କୁ ସାକ୍ଷାତ ପାଇଁ ଧର୍ମେନ୍ଦ୍ର ଆଗ୍ରହୀ, ଲେଖିଲେ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ବ୍ୟବସ୍ଥା ଓ ସହଯୋଗୀମାନେ ତାଙ୍କୁ ଯେତେ ଅପମାନ ଓ ଲାଞ୍ଛନା ଦେଲେ ବି ସେ ସେସବୁକୁ ବିନା ପ୍ରତିବାଦରେ ମୁଣ୍ଡ ପାତି ସହିବାକୁ ସେ ପ୍ରସ୍ତୁତ ଅଛନ୍ତି । ମାତ୍ର ତାଙ୍କ ଉପରେ ରାଗ ରଖି ଓଡ଼ିଆ ଜାତି ଓ ଓଡ଼ିଶାର ଆଗାମୀ ପୀଢ଼ୀପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ଦୟା ଖରି ଖାରଜ କରନ୍ତୁ ନାହି ବୋଲି ଏକ ଭାବାବେଗପୂର୍ଣ୍ଣ ଚିଠି ମୁଖ୍ୟମନ୍ତ୍ରୀଙ୍କୁ

୨୫ଯାଏଁ ପୁଣି ବଢ଼ିଲା ଖରାଛୁଟି

୨୫ଯାଏଁ ପୁଣି ବଢ଼ିଲା ଖରାଛୁଟି ଭୁବନେଶ୍ୱର: ରାଜ୍ୟରେ ଏବେ ହଠାତ୍ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାରୁ ଏବଂ ଏହା ଆସନ୍ତା ୨୫ ତାରିଖ ଯାଏ ଲାଗି ରହିବ ବୋଲି କୁହାଯାଉଥିବାରୁ ସରକାର ସ୍କୁଲ୍ ଗୁଡ଼ିକର ଗ୍ରୀଷ୍ମବକାଶ ଅବଧି ବୃଦ୍ଧି କରିଛନ୍ତି । ଛୁଟି ସମୟ ଆଉ ୪ ଦିନ ବଢ଼ାଯାଇଛି । ଆବଶ୍ୟକ ହେଲେ ଆହୁରି ମଧ୍ୟ ବଢ଼ିପାରେ । ଆସନ୍ତା ୧୮ ତାରିଖରେ ସ୍କୁଲ୍ ଖୋଲିବାର ଥିଲା । କିନ୍ତୁ

ଅଷ୍ଟ୍ରିଆ ଓ ଜର୍ମାନୀ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଓପେକ ପକ୍ଷରୁ ଆୟୋଜିତ ସପ୍ତମ ଆନ୍ତର୍ଜାତିକ ସେମିନାରରେ ଭାରତୀୟ ଦଳର କରିବେ ନେତୃତ୍ୱ

ଭୁବନେଶ୍ୱର:  କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରିଆ ଓ ଜର୍ମାନୀ ଗସ୍ତରେ ଯାଉଛନ୍ତି । ଅଷ୍ଟ୍ରିଆର ଭିଏନା ଠାରେ ଆଗାମୀ ୧୯ରୁ ୨୦ ପର୍ଯ୍ୟନ୍ତ ଅର୍ଗାନାଇଜେସନ ଅଫ ପେଟ୍ରୋଲ ଏକ୍ସପୋର୍ଟିଂ କଂଟ୍ରିଜ (ଓପେକ) ପକ୍ଷରୁ ଆୟୋଜିତ ସପ୍ତମ ଆନ୍ତର୍ଜାତିକ ସେମିନାରରେ ଭାରତୀୟ ଦଳର ନେତୃତ୍ୱ କରିବା ସହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ । ଶ୍ରୀ ପ୍ରଧାନଙ୍କର ଏହି ଗସ୍ତ ଏପରି

ପୁଣି ନିତି ଆୟୋଗ ବିବାଦ: ଏଥର ଅଫିସର ନିଯୁକ୍ତିକୁ ନେଇ ମତପାର୍ଥକ୍ୟ, ବିଜେଡ଼ିକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବା ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏବେ ଆଉ ଏକ ବିବାଦ ଆସି ପହଞ୍ôଚଛି । ଆକାଂକ୍ଷା ଯୋଜନାରେ ସାମିଲ୍ ଜିଲ୍ଲାଗୁଡ଼ିକରେ ସ୍ଥାୟୀ ଅଫିସର ନିଯୁକ୍ତି ନେଇ ନିତି ଆୟୋଗ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । ଏହି ମର୍ମରେ ଓଡ଼ିଶାକୁ ମଧ୍ୟ ପରାମର୍ଶ ଆସିଛି । ବାରମ୍ବାର ଅଫିସର ନ ବଦଳାଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଯାଏଁ

କୋରାପୁଟ କଂଗ୍ରେସରେ କନ୍ଦଳ : ନିରଞ୍ଜନଙ୍କ ପାଇଁ ଅଗ୍ନିପରୀକ୍ଷା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିବାଦ କମିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଦେଖା ଯାଉନାହିଁ । ରାଜ୍ୟ ସ୍ତରୀୟ ନେତାଙ୍କ ଭିତରେ କନ୍ଦଳ ଯଦିଓ ପଦାକୁ ଆସିନାହିଁ ଜିଲ୍ଲା ସ୍ତରରେ ଏହା ଦେଖିବାକୁ ମିଳୁଛି । ବିଶେଷ କରି କୋରାପୁଟ ଜିଲ୍ଲା କଂଗ୍ରେସରେ ଗୋଷ୍ଠୀ ବିବାଦ ଓ ମତପାର୍ଥକ୍ୟ ଏତେ ତୀବ୍ରତର ହୋଇଛି ଯେ ଯାହା ଏବେ ପିସିସି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ପିସିସି ସଭାପତି

Top