You are here
Home > ବଡ଼ଖବର (Page 2)

ଲୁଲୁ ସେନାରେ ଖାକି ବାକୁ

ଭୁବନେଶ୍ୱର:୧୪ଫେବୃଆରି, ୨୦୧୬ । ସାରା ଦୁନିଆ ଭାଲେଣ୍ଟାଇନସ୍ ଡେ ଅର୍ଥାତ୍ ପ୍ରେମ ଦିବସ ପାଳନ କରୁଥିଲା । ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଠଓଜ-୧୬ -୧୬ ସରକାରୀ କ୍ୱାଟର୍ସ ବି ଥିଲା ଉତ୍ସବମୁଖର । କାରଣ କଂଗ୍ରେସର ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁ ଭାଇଙ୍କର ବି ଏହି ତାରିଖରେ ଜନ୍ମଦିନ । ଯେଉଁ ସମର୍ଥକ ଚାହୁଁଥିଲେ ଲୁଲୁଙ୍କୁ ପ୍ରଦେଶ କଂଗ୍ରେସ କିମିଟି ସଭାପତି କରିବା ପାଇଁ, ସେମାନେ

ବଦଳିବ ମନ୍ତ୍ରୀ ପରିଷଦ

ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଚାଲିଛି ସମୀକ୍ଷା । ବିଜେପି ଦ୍ୱିତୀୟ ନମ୍ବରରେ ଥିବାରୁ ନବୀନ ବିଚଳିତ । ଏହାରି ଭିତରେ ଆସିଛି ଗୁଇନ୍ଦା ରିପୋର୍ଟ ।  ବିଶେଷକରି ୮ ମନ୍ତ୍ରୀଙ୍କ ଲୋକପ୍ରିୟତା ବିଜେଡି ଲାଗି ଘାତକ ହେଉଛି, ଆଉ ସେମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ । ନବୀନଙ୍କ ଚତୁର୍ଥ ପାଳି ମନ୍ତ୍ରିମଣ୍ଡଳର ଖୁବଶୀଘ୍ର ହେବ ପ୍ରଥମ ଅଦଳବଦଳ । ବିଦା ହୋଇପାରନ୍ତି ୪ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ

ଆଶୀର୍ବାଦଙ୍କୁ ଝଟକା: ଲଢ଼ିପାରିବେନି ନିର୍ବାଚନ

-ବାରବାଟୀ ଜମି ଦୁର୍ନୀତିର ତଦନ୍ତ କରିବ ସିବିଆଇ କଟକ: ବାରବାଟୀ ଷ୍ଟାଡିୟମର ଜମି, ବାରବାଟୀ ପ୍ୟାଲେସ୍ ତତ୍ସଂଲଗ୍ନ ୨୩ଟି ଦୋକାନ ଘର ଓ ଅନ୍ୟାନ୍ୟ ଦୁର୍ନୀତି ନେଇ ଚାଲିଥିବା ମାମଲା ଉପରେ ଆଜି ସୁପ୍ରିମକୋର୍ଟ ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ନିର୍ଦେଶନାମାରେ ଏହି ଦୁର୍ନୀତିର କେତେକ ନିର୍ଦିଷ୍ଟ ଅଭିଯୋଗ ଉପରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି  । ସେହିପରି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ର

ଜୟ ଦହନ

ବିଜେଡି ଭାଙ୍ଗିବ ନା ଗୋଟା ରହିବ ! ଏମିତି ଚର୍ଚ୍ଚା କିଛି ଦିନ ହେଲା ଆରମ୍ଭ ହୋଇଛି; ତଥାଗତ-ବୈଜୟନ୍ତଙ୍କ ଟ୍ୱିଟ ଓ ଆର୍ଟିକଲ ତୀର ପରେ । ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପାଇଁ ଅମଲାତନ୍ତ୍ର ଆଡକୁ ଆଙ୍ଗୁଳି ଉଠାଇଛନ୍ତି ବୈଜୟନ୍ତ ଓରଫ ଜୟ ପଣ୍ଡା । ସୁପ୍ରିମୋ ନବୀନଙ୍କୁ ନିଜ ଗଣମାଧ୍ୟମ ଜରିଆରେ ସେ ଚ୍ୟାଲେଞ୍ଜ ଦେଲେଣି । ଏଥିପାଇଁ ତାଙ୍କୁ ସାବାଡ କରିବାକୁ ବିଜେଡିରେ ଜୟ ଦହନ

ବଦଳିବେ ମାନ୍ୟବାର

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ପଞ୍ଚାୟତ ନିର୍ବାଚରେ ବ୍ୟାକଫୁଟରେ ଥିବା ବିଜୁ ଜନତା ଦଳ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍କାନରରେ । ଏହାର ସମୀକ୍ଷା ପାଇଁ ନିଦେ୍ର୍ଦଶ ସହ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ସଙ୍କେତ ଦେଇ ସାରିଛନ୍ତି ନବୀନ । କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ସମ୍ବଲପୁର, ଦେବଗଡ ଜିଲ୍ଲାରେ ବିଜେପି ବାଜିମାତ୍ କରିବା ପାଇଁ ଧାନର ଅଭାବୀ ବିକ୍ରିକୁ ଦାୟୀ କଲେ ମନ୍ତ୍ରୀ ଓ ବିଜେଡି ବିଧାୟକ । ଆଉ ସବୁ

ମୟୂରଭଞ୍ଜରେ ହେବ ଉପନିର୍ବାଚନ!

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ପାର୍ଲାମେଣ୍ଟକୁ ନିୟମିତ ଆସୁନାହାନ୍ତି ମାନ୍ୟବର ସାଂସଦ । ତେଣୁ ସେଲିବ୍ରିଟି ସାଂସଦମାନଙ୍କ ସଭ୍ୟପଦ ରଦ୍ଦ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଏଭିତ୍ତିରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ଅଭିନେତ୍ରୀ ରେଖା ଓ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସମାଜବାଦୀ ପାର୍ଟି ସାଂସଦ ନରେଶ ଅଗ୍ରୱାଲ । ଯଦିଓ ସଂସଦରେ ଅନୁପସ୍ଥିତ ରହିବା ନେଇ କୌଣସି ସାଂସଦଙ୍କ ସଭ୍ୟ

ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା: ଉଠିଲେ ଧର୍ମେନ୍ଦ୍ର, ଖସିଲେ ନବୀନ

ଭୁବନେଶ୍ୱର: ଜାତୀୟ ସ୍ତରର ଇଂରାଜୀ ଗଣମାଧ୍ୟମ ‘ଇଫିଆନ୍ ଏକ୍ସପ୍ରେସ୍’ ତରଫରୁ ପ୍ରସ୍ତୁତ କରାଯାଇଛି ଦେଶର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ଆଗକୁ ଚାଲିଯାଇଛନ୍ତି । ଏଥିରେ ୩୦ତମ ସ୍ଥାନରେ ଅଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ଜଣେ ପ୍ରଭାବଶାଳୀ ନେତା ଭାବେ ଉଲ୍ଲେଖ କରାଯିବା ସହ ଜାତୀୟ ସ୍ତରର

ଦାଦା କଟକ ଛାଡ

କଟକ ମୋହ ଛାଡ । ସାଂସଦ ହେବାର ଆଶା ବି ମନରୁ ଲିଭାଇ ଦିଅ । ସହର ଛାଡି ଏଥର ଗାଁକୁ ଚାଲ । ବିଜେପିର ତୁଙ୍ଗ ନେତୃତ୍ୱ ସମୀର ଦେ’ଙ୍କୁ ଏମିତି ସିଗିନାଲ ଦେଇଛନ୍ତି । ଆଉ ପୁଣି ଥରେ ବିଧାୟକ ହେବା ଆଶାରେ ସମୀର ଦେ ଫୋକସ କଲେଣି ବଡମ୍ବା-ନରସିଂହପୁର ବିଧାନସଭା ଆସନକୁ । ଭୁବନେଶ୍ୱର,(ଅମ୍ବୁଜ ବିଶୋଇ):୨୦୧୪ରେ କଟକ ଲୋକସଭା ସିଟରେ ଲଢି ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲେ

କୋର୍ଟରେ ପହଞ୍ଚିଲା ମାମଲା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ମାମଲା ଏବେ ପହଞ୍ଚିଛି ଅଦାଲତରେ  । ଏହି ଅଧ୍ୟକ୍ଷ ନିର୍ବାଚନରେ ଗୋଟିଏ ଭୋଟ ନାକଚ ଦାବି କରି ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ଏକ ନିର୍ବାଚନୀ ମାମଲା ଜିଲ୍ଲା ଓ ଦୋ÷ରାଜଜଙ୍କ ଅଦାଲତରେ ରୁଜୁ କରିଛନ୍ତି  । ୩/୨୦୧୭ରେ ରୁଜୁ ଏହି ମାମଲାକୁ ଜିଲ୍ଲା ଓ ଦୋ÷ରାଜଜ ବିଶ୍ୱଜିତ ଦାସ ବିଚାର ପାଇଁ ଗ୍ରହଣ କରିଛନ୍ତି । ପଞ୍ଚାୟତ ନିର୍ବାଚନ ନିୟମ ୧୯୯୪ର

ଏକା କଲା କିଏ?

ଭୁବନେଶ୍ୱର: ଉତ୍ତରପ୍ରଦେଶକୁ ବିଜେପି ଦଖଲ କରିବା ପରେ ଚିନ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଜନତା ପରିବାରକୁ ଢାଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଧମକ ଦେଉଥିଲେ, ତାହା ଏବେ ବୁମେରାଂ ହୋଇଛି । ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳର କିଛି ଘଣ୍ଟା ପରେ ହିଁ ନବୀନ ବାହାରିଲେ ଦିଲ୍ଲୀ । କୁହାଗଲା ଯେ ନବୀନ ଭଉଣୀ ଗୀତା ମେହେଟ୍ଟା ଓ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଦିଲ୍ଲୀରେ

ବଞ୍ଚେଇ ଦେଲେ ପ୍ରାଚୀ

ଭୁବନେଶ୍ୱର: ବିଜୁ ଜନତା ଦଳର ଭେଟେରାନ୍ ନେତାଙ୍କ ମଧ୍ୟରେ କ୍ଷମତା ପାଇଁ କନ୍ଦଳ ବଢିବାକୁ ଲାଗୁଛି । ଖାସ୍ କରି ବରିଷ୍ଠ ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ଓ ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତଙ୍କ ଭିତରେ ଲଢେଇ ତ ମୁହାଁମୁହିଁ । ୨୦୧୪ ନିର୍ବାଚନ ପରେ ମନ୍ତ୍ରୀ ହୋଇ ପାରିନଥିବା ଆନ୍ନା ଓରଫ ସୂର୍ଯ୍ୟ ପାତ୍ର କେଉଁଠି ନା କେଉଁଠି ଅସନ୍ତୁଷ୍ଟ ଅଛନ୍ତି । ବିଚକ୍ଷଣ ସୂର୍ଯ୍ୟ ବାବୁ

କ୍ୟାବିନେଟ୍ରେ ନବକଳେବର

ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ହେଲା ପୋଷ୍ଟମର୍ଟମ । ବିଜେପି ଦ୍ୱିତୀୟ ନମ୍ବରରେ ଥିବାରୁ ନବୀନ ବିଚଳିତ । ବିଶେଷକରି ଯେଉ ଁ୬ ମନ୍ତ୍ରୀଙ୍କ ଇଲାକାରେ ବିଜେଡି ଚିତ୍ପଟାଙ୍ଗ ମାରିଛି ସେମାନଙ୍କ ଉପରେ ସେ ଭୀଷଣ କ୍ଷୁବ୍ଧ । ନବୀନଙ୍କ ଚତୁର୍ଥ ପାଳି ମନ୍ତ୍ରିମଣ୍ଡଳର ଖୁବଶୀଘ୍ର ହେବ ପ୍ରଥମ ଅଦଳବଦଳ । ବିଦା ହୋଇପାରନ୍ତି ୪ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୬ ମନ୍ତ୍ରୀ । ଦିଲ୍ଲୀ ଗସ୍ତରୁ ଫେରିବା ପରେ

ରାଣୀ-ରମେଶ ମେଣ୍ଟ

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ପଞ୍ଚାୟତ ନିର୍ବାଚନ ପରେ ବ୍ଲକ ଅକ୍ତିଆରକୁ ନେଇ ଚିନ୍ତାରେ ସବୁ ରାଜନୈତିକ ଦଳ । ଯେଉଁଥିପାଇଁ ପଞ୍ଚାୟତରେ ସମିତି ସଭ୍ୟଙ୍କ ଦେଖା ନାହିଁ । ଚର୍ଚ୍ଚା ହେଉଛି, ଆଶାୟୀ ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀ ନବ ନିର୍ବାଚିତ ସମିତି ସଭ୍ୟଙ୍କୁ  ଗୋପନ ସ୍ଥାନରେ ଲୁଚାଇ ରଖିଛନ୍ତି । ଠିକ୍ ମାର୍ଚ୍ଚ ୧୧ ତାରିଖରେ ଏମାନେ ଅଜ୍ଞାତବାସରୁ ସାରି ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେବେ । ତେବେ ପଞ୍ଚୟତ

ଏକାମ୍ରରୁ ଅରୁଣ, ମୋରଡା ମୁହାଁ ଧର୍ମେନ୍ଦ୍ର

ନବୀନଙ୍କ ପରେ ବିଜେଡିର ମଙ୍ଗ ଧରିବେ କିଏ? ବିଜୁ ଲିଗାସୀ ରହିବ କାହା ପାଖରେ? ବିଜୁ ପଟ୍ଟନାୟକଙ୍କ ନାଁକୁ ବିକି ଭୋଟ ସାଉଁଟୁଥିବା ନବୀନ ନିଜ ବଡଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣଙ୍କୁ ଲିଗାସୀର ଦାୟିତ୍ୱ ଦେବାକୁ ସ୍ଥିର କରିଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନରେ ସଫଳତା ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜର ମୋରଡା ଦେଇ ମୁଖ୍ୟମନ୍ତ୍ରୀ ଅଫିସରେ ଏଣ୍ଟ୍ରି ମାରିବା ଯୋଜନାରେ । ଭୁବନେଶ୍ୱର, (ଅମ୍ବୁଜ ବିଶୋଇ) :ମୁଖ୍ୟମନ୍ତ୍ରୀଙ୍କ

‘ବେନାମୀ’ ପାଇଁ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ଏବଂ ବେନାମୀ କାରବାରରେ ଲିପ୍ତ ବ୍ୟକ୍ତିଙ୍କୁ ଆୟକର ବିଭାଗ ସତର୍କସୂଚନା ଜାରି କରିଛି । ବେନାମୀ ସମ୍ପତ୍ତି କାରବାର କରୁଥିବା ବ୍ୟକ୍ତିବିଶେଷ ବିରୋଧରେ ଦୁଇ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୭ ବର୍ଷ ଜେଲ ଓ ଜରିମାନା ଦଣ୍ଡ ସାଙ୍ଗକୁ ଆୟକର ବିଭାଗର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ   ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ଆୟକର ବିଭାଗ ପକ୍ଷରୁ ବିଭିନ୍ନ ଖବରକାଗଜ ଗୁଡିକୁ

Top