You are here
Home > ବଡ଼ଖବର

ମିଡିଆ ସହ ବି ରାଜନୀତି: ଡିଭାଇଡ୍ ଆଣ୍ଡ ରୁଲ୍ ଫର୍ମୁଲାରେ ବିଜେଡି ମୁଖପାତ୍ର

ବିନୟ ବରାଳ ବିଜୁ ଜନତା ଦଳର ପାୱାର କରିଡରର ବଡ ନାଁ ହେଉଛନ୍ତି ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ସିପାହୀ ପ୍ରତାପ ଦଳର ମୁଖ୍ୟ ମୁଖପାତ୍ର। ବିରୋଧୀଙ୍କ ଯେଉଁ ପରି ବି ପ୍ରଶ୍ନ ବାଣ ହେଉ, ବିଜେଡି ପାଇଁ ତୁଣ୍ଡ ଦ୍ୱାରା ଢାଲ ସାଜନ୍ତି ପ୍ରତାପ। କେନ୍ଦ୍ରାପଡା ଜିଲ୍ଲା ଆଳି ରାଜ ପରିବାର ଟିକାୟତ ପ୍ରତାପ ଦେବଙ୍କ ମିଡିଆ ଓ ସୋସିଆଲ ମିଡିଆରେ

ଇଣ୍ଡିଆ ଟୁଡେରେ ନବୀନ ମିଷ୍ଟିକ୍: ଇମେଜ ବିଲ୍ଡିଂ ପ୍ରୟାସ

ଇଂରାଜୀ ଗଣମାଧ୍ୟମରେ ପ୍ରଶଂସା ହେଲେ ଦିଲ୍ଲୀ ଦରବାରରେ ନେତାଙ୍କର ଭାଉ ବଢ଼େ। ସେଥିପାଇଁ ବିଜୁ ବାବୁ ହୁଅନ୍ତୁ କି ଏବେକାର ସାଂସଦ ବୈଜୟନ୍ତ ପଣ୍ଡା ଅଥବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତେ ଦିଲ୍ଲୀ ନେତୃତ୍ୱକୁ ପ୍ରଭାବିତ କରିବା ପାଇଁ ସବୁବେଳେ ମିଡିଆ ଜରିଆରେ ଚେଷ୍ଟା କରିଥାନ୍ତି। ଏବେ ଏଥିରେ ସମସ୍ତଙ୍କୁ ମାତ୍ ଦେଇଛନ୍ତି ନବୀନ ପଟ୍ଟନାୟକ। ଏକଦା ଲୋକଙ୍କଠାରୁ ଦୂରେଇ ନିଜର ପ୍ରଚାରପ୍ରସାରରେ ମାତିଥିବା ଚନ୍ଦ୍ରବାବୁ ନାଇଡୁଙ୍କୁ ବୁଡ଼ାଇଥିଲା

ଧାନ ଦର ବୃଦ୍ଧି ରାଜନୀତି: ବିଜେଡି ଘେରିବ ରାଜଭବନ

ଭୁବନେଶ୍ୱର: ଦେଶର ସବୁଆଡେ ଚାଷୀ ଆନ୍ଦୋଳନ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ,ପଞ୍ଜାବ ଓ କର୍ଣ୍ଣାଟକର ଚାଷୀ ଏବେ ରାସ୍ତାରେ। ଚାଷୀ ଆନ୍ଦୋଳନକୁ ଦେଖି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଏବଂ କର୍ଣ୍ଣାଟକ ସରକାର ଚାଷୀ ଋଣ ଛାଡ କଲେ। ତେବେ ମଧ୍ୟପ୍ରଦେଶ ପୋଲିସ ଅନ୍ଦୋଳନରତ ଚାଷୀଙ୍କ ଉପରେ ଗୁଳି ଚଳାଇ 5ଚାଷୀଙ୍କୁ ମାରିଦେଲେ। ଯାହାକୁ ନେଇ ଓଡିଶାର କୃଷକ ସମାଜ ଆନ୍ଦୋଳନ କଲା। ଏବେ କେନ୍ଦ୍ରସରାକରଙ୍କ ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ନିଷ୍ପତ୍ତିକୁ

ରାମନାଥ କୋଭିନ୍ଦ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ : ମାୟା-ଲାଲୁ-ନୀତିଶ କ୍ଲିନ୍ ବୋଲ୍ଡ

ଶକ୍ତି ପ୍ରକାଶ ନନ୍ଦ         ପ୍ରତିକ୍ଷାର ଅନ୍ତ ହେଲା । ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ବିଜେପି । ସୋମବାର ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିହାରର ରାଜ୍ୟପାଳ ରାମନାଥ କୋଭିନ୍ଦଙ୍କ ନାମ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର ନେଇ ସୋମବାର ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡର ମହତ୍ୱପୂର୍ଣ୍ଣ ବୈଠକରେ ରାମନାଥ କୋଭିନ୍ଦଙ୍କ ନାମରେ ମୋହର

ସାଂସଦ ଅର୍କ କେଶରୀ ବିଜେଡି ପାଇଁ ବୋଝ; ବିଜେପିର ହେବେ ସମ୍ପତି

-:ବିନୟ ବରାଳ:- ଓଡ଼ିଶା ବିଜେପି ଆପଣାଉଛି ସଞ୍ଜୟ ଗାନ୍ଧୀଙ୍କ ଫର୍ମୁଲା।ରାଜାରାଜୁଡାଙ୍କୁ ନିଜ ଦଳରେ ସାମିଲ କରି ନେତୃତ୍ୱକୁ ନିଷ୍କଣ୍ଟକ କରିବା ଯୋଜନା ସଞ୍ଜୟଙ୍କର ଫଣ୍ଡା ରିପିଟ୍ ହେଉଛି ଓଡ଼ିଶାରେ। ନିଜ ଦୁନିଆଁରେ ମସଗୁଲ ରହି ଠିକାଦାରୀ, ବଦଳି ମନ୍ତ୍ରୀପଦର ଲାଳସା ରଖୁନଥିବା ରାଜପରିବାରଙ୍କୁ ଦଳରେ ନେଲେ  କ୍ଷତି କଣ ବୋଲି ସଞ୍ଜୟ ଏକଦା ପ୍ରଶ୍ନ କରୁଥିଲେ? ଯଦିଓ ଅଧିକାଂଶ ରାଜାମାନେ ରାଜନେତା ହେବାର ଦକ୍ଷତା ରଖୁନଥିଲେ, ତଥାପି ଭୋଟ ରାଜନୀତି ପାଇଁ

ଆଳି ଫେରିବେନି ପ୍ରତାପ: ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ଦେବେନ୍ଦ୍ର!

ସଞ୍ଜୟ ପ୍ରଧାନ :-                         ରାଜତନ୍ତ୍ର ସିନା ନାହିଁ ହେଲେ କେନ୍ଦ୍ରାପଡା ଜିଲ୍ଲାର ଆଳିରେ ରାଜପରିବାର ଶାସନ ଦୀର୍ଘ ଦିନ ଧରି ଚାଲିଥିଲା।୧୯୭୧ରୁ ୨୦୧୪ ଯାଏଁ କ୍ରମାଗତ ଭାବେ ଆଳି ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଆସୁଥିଲେ ରାଜପରିବାର ସଦସ୍ୟ। ଯଦିଓ ମଝିରେ ଦୁଇଟି ବିଧାନସଭା ନିର୍ବାଚନରେ ସେମାନଙ୍କ ହାତରୁ ଏହି ଆସନ ଖସି ଯାଇଥିଲା, ତେବେ ପରବର୍ତ୍ତୀ ସମୟରେ ପୁଣି ଗୋଟି ଚଳାଇ ଫେରିଥିଲେ ଗାଦିକୁ। ଆଳି ରାଜା ଶରତ

ମହାନଗର ନିଗମ ପଲଟିକ୍ସ: ବିଏମସି-ସିଏମସିରେ ହେବନି ନିର୍ବାଚନ

ବିନୟ ବରାଳ : ♦ କୋର୍ଟ ଆଳରେ ଘୁଞ୍ଚିବ ବିଏମସି ନିର୍ବାଚନ  ♦ ସାଧାରଣ ନିର୍ବାଚନ ପରେ ମହାନଗର ଇଲେକ୍ସନ ♦ ବିଜେପି ଗ୍ରୋଥକୁ ଡରୁଛି ବିଜେଡି ଭୁବନେଶ୍ୱର : ନବଗଠିତ ମହାନଗର ନିଗମ ରାଉରକେଲା ଓ ସମ୍ବଲପୁରରେ ବିଜେଡି ସ୍ଥିତି ଭଲ ନଥିବାରୁ ତିନି ବର୍ଷରୁ ଅଧିକ ସମୟ ହେଲାଣି ହୋଇପାରୁନି ନିର୍ବାଚନ। ସେହି ଫର୍ମୁଲା ଏବେ କଟକ-ଭୁବନେଶ୍ୱରରେ ବି ହେବ।ସୀମା ପୁନଃନିର୍ଦ୍ଧାରଣ କଥା ହେଉ କି ୱାର୍ଡ ସଂରକ୍ଷଣକୁ

ରାଇସିନା ହିଲ୍ ପଲଟିକ୍ସ: ଶାହା କରିବେନି ନବୀନଙ୍କୁ ଟାର୍ଗେଟ

ଶକ୍ତି ପ୍ରକାଶ ନନ୍ଦ :- ବଦଳିଛି ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଷ୍ଟ୍ରାଟେଜୀ। ଆଉ ବଦଳିଛି ତାଙ୍କ ଓଡିଶା ଗସ୍ତ ସୂଚୀ।ଜୁନ ୨୨ରେ ନୁହେଁ ଜୁଲାଇ ୪ରେ ସେ ଓଡିଶା ଆସିବେ। ହେଲେ ନବୀନଙ୍କୁ ସେପରି ଟାର୍ଗେଟ କରିବେ ନାହିଁ। ବରଂ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ସମର୍ଥନ ଗୋଟାଇବାକୁ ଉଦ୍ୟମ କରିବେ। ଏହା ଶାହା ସାହେବଙ୍କ ଗସ୍ତ ସୂଚୀ ପରିବର୍ତ୍ତନ ପଛର ରହସ୍ୟ ବୋଲି ଚର୍ଚ୍ଚା ହେଉଛି। ଭୁବନେଶ୍ୱର: ଦେଶର

ଅନୁଗୋଳରେ ଜିନ୍ଦଲ୍ ପ୍ଲାଣ୍ଟ୍ ଲୋକାର୍ପିତ :୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ

ଭୁବନେଶ୍ୱର:ଅନୁଗୋଳର ନିଶାଠାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ପା ୱାର୍ (ଜେଏସ୍ପିଏଲ୍) କମ୍ପାନୀର ୬ ନିୟୁତ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି । ଏହି କାରଖାନାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ତାହା ରାଜ୍ୟକୁ ବିକାଶ ପଥରେ ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାରଖାନାର ଲୋକାର୍ପଣ ଅବସରରେ ଆୟୋଜିତ ଉସôବରେ ମୁଖ୍ୟମନ୍ତ୍ରୀ କହିଲେ ଯେ ସମୃଦ୍ଧ ଓଡିଶା

ନବୀନଙ୍କ ଇଶାରା

ମୁହଁ ଖୋଲିଲେ  ବିଜେପି ବିଧାୟକ । ମୋହର ମାରିଲେ ମଖ୍ୟମନ୍ତ୍ରୀ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁକୁ ନିର୍ମାଣକୁ ନେଇ ଏମିତି ଏବେ ଚର୍ଚ୍ଚା । ପୋଲ ନିର୍ମାଣକୁ ନେଇ ନିଜ ଦଳର ପ୍ରଧାନମନ୍ତ୍ରୀଙ୍କୁ ବାର ବାର ସମାଲୋଚନା କରୁଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ପୋଲକୁ ପ୍ରସଙ୍ଗ କରି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଟେଣ୍ଡର ପକ୍ରିୟା ଆରମ୍ଭ ପରେ ନବୀନଙ୍କ

ଏ ଡେଜର୍ଟ କିଙ୍ଗଡମ୍

ଭୁୂବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଆ ଭାଷା ଓ ଓଡିଶା ବାବଦରେ ଜ୍ଞାନ ନେଇ ସମସ୍ତଙ୍କ ମଧ୍ୟରେ ସନେ୍ଦହ ରହିଛି । କାରଣ ୧୭ବର୍ଷ ଶାସନରେ କେହି କେବେ ନବୀନଙ୍କୁ ବିନା କାଗଜ ପଢି ଓଡିଆ କହୁଥିବା ଦେଖି ନାହାନ୍ତି କି ଶୁଣି ନାହାନ୍ତି । ଆଉ ଦେଖିକରି ପଢିବା ସତ୍ତ୍ୱେ ଠିକ ଭାବେ ଓଡିଆ ଉଚ୍ଚାରଣ କରିପାରନ୍ତି ନାହିଁ । ଓଡିଶା ବାବଦରେ ନବୀନଙ୍କ ଭୌଗୋଳିକ ଜ୍ଞାନ ତ

ଗାଁରେ ହେବେ ମୁହାଁ ମୁହିଁ

ପ୍ରସ୍ତୁତ ହୋଇ ସାରିଛି ରଣନୀତି । ହତିୟାର ବି ତୟାର । ରଣକ୍ଷେତ୍ର ପାଲଟିବ ଗାଁ । ଜନତାଙ୍କ ଦରବାରରେ ସାମ୍ନା ସାମ୍ନି ହେବେ ପରସ୍ପର ଦୁଇ ବିରୋଧୀ ଦଳର ନେତା । ମୋଦି ସେନାକୁ ଟକ୍କର ଦେବେ ନବୀନ ବାହିନୀ । ଭୁବନେଶ୍ୱର: ୨୦୧୯ ଆହୁରି ଦେଢ ବର୍ଷ ବାକି । ହେଲେ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ରାଜନୈତିକ ଯୁଦ୍ଧ ପ୍ରସ୍ତୁତି । ସମର ସଜ୍ଜା ବି ଚାଲିଲାଣି

ଭାରତରେ ୪୮ ହଜାର ‘ରାନସମୱେର ଭାଇରସ୍’ : ପ୍ରଭାବିତ ସହର ତାଲିକାରେ ଭୁବନେଶ୍ୱର ୫ମ

ମୁମ୍ବାଇ: ସାଇବର ଆକ୍ରମଣକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ୱାନା କ୍ରାଏ ରାନସମୱେର ଭାଇରସ୍ ଭୟ ସୃଷ୍ଟି କରିଛି । ଏହି ଭାଇରସ୍ ଏବେ ଓଡ଼ିଶାରେ ପ୍ରବେଶ କରିସାରିଛି । ୱାନା କ୍ରାଏ ରାନସମୱେର ଭାଇରସ୍ ଯୋଗୁ ବ୍ରହ୍ମପୁର ହସ୍ପିଟାଲ କମ୍ପୁ୍ୟଟର ହ୍ୟାକ୍ ହୋଇଥିବା ଜଣାପଡିଛି । ତେବେ ଦେଶ ବ୍ୟାପି ୪୮ ହଜାର ୱାନା କ୍ରାଏ ରାନସମୱେର ଭାଇରସ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଜଣାପଡିଛି । 

ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ କାହାକୁ କେଉଁ ବିଭାଗ

ଭୁବନେଶ୍ବର : ନବୀନ ନିଜର ନୂଆ ଟିମରେ ମୋଟ ୧୦ ନୂଆ ମନ୍ତ୍ରୀଙ୍କୁ ନିଜ ଟିମରେ ସାମିଲ କରିଛନ୍ତି ।  ୨ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦନ୍ନୋତି ଦେଇ କ୍ୟାବିନେଟରେ ସାମିଲ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୮ କ୍ୟାବିନେଟ ୪ ରାଷ୍ଟ୍ରମନ୍ତ୍ରୀ । କ୍ୟାବିନେଟ୍ ବିଜୟଶ୍ରୀ ରାଉତରାୟ- ଜଙ୍ଗଲ ଓ ପରିବେଶ ବିଭାଗ ଦାମୋଦର ରାଉତ- କୃଷି ବିଭାଗ ବିକ୍ରମ ଆରୁଖ- ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ ଉଷା ଦେବୀ- ଯୋଜନା ସମନ୍ୱୟ ଓ

ରାଗିଲେ ତାରା!

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପିତି ଓରଫ ଭାଲୁ ଭାଇନାଙ୍କ ବିଧାନସଭାରେ ଉପସ୍ଥାନ ହାର ଅଧିକ । କେବେ କ୍ରୋଧ ସ୍ୱର ତି ପୁଣି କେବେ ବାଚସ୍ପତିଙ୍କ ପୋଡିଅମକୁ ଚଢିବା । ବିଜେଡିର ବିଶାଳ ବିଧାୟକ ସେନାଙ୍କ ଉପସ୍ଥିତିରେ ନିଜ ଦାବି ଉପସ୍ଥାପନ କରିବା ପାଇଁ ତାରା ଏସବୁ ଅବତାର ନିଅନ୍ତି ବୋଲି ଚର୍ଚ୍ଚା । ଅବଶ୍ୟ ବିରୋଧୀ ଦଳରେ ତାରା ହି ସେହି ବ୍ୟକ୍ତି

Top