You are here
Home > ପଲିଟିକ୍ସ

ମୁକୁଳିବେ କୋଟିପତି ଠକ

  କଳାଟଙ୍କା ବାଦଶାହା ସିସୋର ଗ୍ରୁପ ମାଲିକ ପ୍ରଶାନ୍ତ ଦାଶଙ୍କୁ ମିିଳିଛି ଆଶ୍ୱସ୍ଥି । ସେ ଜେଲରୁ ମୁକୁଳିବେ । ଦୀର୍ଘ ୪ ବର୍ଷର ଜେଲ୍ ରହଣୀ ପରେ ଶେଷରେ କୋର୍ଟ ତାଙ୍କୁ ଦେଇଛନ୍ତି ସର୍ତ୍ତମୂଳକ ଜାମିନ୍ । ଫଳରେ ପ୍ରଶାନ୍ତଙ୍କ ଝାରପଡା ଜେଲ ଠିକଣା ଖୁବଶୀଘ୍ର ବଦଳିବାକୁ ଯାଉଛି । ୨୦୧୩ରୁ ଗିରଫ ହୋଇଥିବା ପ୍ରଶାନ୍ତଙ୍କୁ ହାଇକୋର୍ଟ ଏକାଧିକ ସର୍ତ୍ତରେ ଜାମିନ ମଞ୍ଜୁର କରିଛନ୍ତି । ପାସ୍ପୋର୍ଟ ଦାଖଲ

ଅଡୁଆରେ ନବୀନ, ଉଦ୍ଧାରିବେ ତାରା

ଭାଲୁ ଭାଇନା ହାତ ଛାଡି ଶଙ୍ଖ ଫୁଙ୍କିବେ ! ଜୟପୁର ବିଧାନସଭା ଆସନ ନୁହେଁ  ବ୍ରହ୍ମପୁର ଲୋକସଭା ଆସନରୂୁ ବିଜେଡି ଟିକେଟରେ ଲଢିବେ । ଏଥିପାଇଁ କୁଆଡେ ଭିତିରିଆ ଡିଲ୍ ଚାଲିଛି । ଆଉ ତାରାଙ୍କୁ ବିଜେଡିକୁ ଆଣି ନିଜ ହିଞ୍ଜିଳି ଆସନକୁ ସୁରକ୍ଷିତ ରଖିବା ଚକ୍କରେ ନବୀନ ଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର, (ସମ୍ବ୍ରିତା ମହାନ୍ତି): ବିରୋଧୀ ଦଳ ମୁଖ୍ୟ-ସଚେତକ ତଥା ବିଧାୟକ ତାରା ପ୍ରସାଦ ବାହିନୀପତିି

ଓଲ୍ଡ ଗାର୍ଡ ପାୱାର ଫୁଲ

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ପ୍ରଦେଶ କଂଗ୍ରେସ ଲାଗି ନୂଆ ମୁଣ୍ଡିଆଳ ଖୋଜା ଚାଲିଛି । ଖାସ୍ ସେଥିପାଇଁ ଓଡିଶା ଆସିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ୩ ଜଣିଆ ପର୍ଯ୍ୟବେକ୍ଷକ କମିଟି । ଜିତେନ୍ଦ୍ର ସିଂ, ତାମ୍ରଧ୍ୱଜ ସାହୁ ଓ କଂଗ୍ରେସ ସାଂସଦ ଗୌରବ ଗୋଗଇ ୩ ଦିନିଆ ଗସ୍ତରେ ଆସି ରାଜ୍ୟ କଂଗ୍ରେସ ମୁଣ୍ଡିଆଳ କିଏ ହୋଇପାରେ ତା’ର ତାଲିକା ପ୍ରସ୍ତୁତ କରୁଛନ୍ତି । ପ୍ରସାଦ ହରିଚନ୍ଦନଙ୍କ ପରେ

ରାଧାରାଣୀଙ୍କ ହୋମକମିଂ

ଝାରସୁଗୁଡା : ଓଡ଼ିଶା ସାରା ଶଙ୍ଖନାଦ । କିନ୍ତୁ ଶିଳ୍ପ ସମୃଦ୍ଧ ଜିଲ୍ଲା ଝାରସୁଗୁଡା ଜିଲ୍ଲାରେ ବିଜେଡି ବ୍ୟାକଫଟ୍ରେ । ବ୍ରଜରାଜନଗର ଆସନରୁ ଗତ ନିର୍ବାଚନରେ କଂଗ୍ରେସର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଜେଡି ଲଢ଼ାଇବା ସତ୍ତ୍ୱେ ସେ ଚିତପଟ୍ଟାଙ୍ଗ୍ ମାରିଲେ । ଝାରସୁଗୁଡାରେ ଏବେ ରାଜ କରୁଛି କଂଗ୍ରେସ । ବିଜେଡି ସୁପ୍ରିମୋଙ୍କୁ ନାକେଦମ କରି ଦେଉଥିବା ଝାରସୁଗୁଡାର କଂଗ୍ରେସ ବିଧାୟକ  ନବ କିଶୋର ଦାସ ଓ ବ୍ରଜରାଜନଗର

କିଏ ରଖିବ ଭଣ୍ଡାର ଚାବି

ଭଣ୍ଡାର ଘର ହିସାବକୁ ନେଇ ଚିନ୍ତାରେ ପଡ଼ିଛି ବିଜେଡି । ଦଳ ମୁଖିଆଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା କଥା ଅଦାଲତରେ ପହଞ୍ଚିଲାଣି । ବିରୋଧୀ ଏହି ପ୍ରସଙ୍ଗକୁ ଗଣ୍ଠି କରି ଦଳ ଓ ସରକାରଙ୍କୁ ଘେରୁଛନ୍ତି । ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚାଲିଛି ତମ୍ବି ତୋଫାନ । ରାଜ୍ୟ ରାଜନୀତିରେ ନିର୍ବାଚନ ଲାଗି ପାଗଭିଡ଼ା ଚାଲିଥିବା ବେଳେ ଏହି ପ୍ରସଙ୍ଗ ବିଜେଡିକୁ ଅଡୁଆରେ ପକାଇଛି । ଏତିକି ବେଳକୁ ତୃତୀୟ

ମରିଯିବ ଇନ୍ଦ୍ରାବତୀ

ଭବାନୀପାଟଣା : ଆଉ ମିଳିବନି ଇନ୍ଦ୍ରାବତୀରୁ ବିଜୁଳି! ଏସିଆ ମହାଦେଶର ସର୍ବବୃହତ ଜଳଭଣ୍ଡାର ଇନ୍ଦ୍ରାବତୀ ଧୀରେ ଧୀରେ ପୋତି ହେବାରେ ଲାଗିଛି । କମିବାରେ ଲାଗିଛି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା । ଅବବାହିକା ଅଞ୍ଚଳରେ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁଁ ଜଳଭଣ୍ଡାର କ୍ରମଶଃ ପୋତି ହୋଇଯାଉଛି । ଇନ୍ଦ୍ରାବତୀର ଜଳଧାରଣ କ୍ଷମତା ୬୪୨ ମିଟର । ଜୁଲାଇ ଶେଷ ସୁଦ୍ଧା ଜଳପତ୍ତନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର

ନଟୁ-କେଦାର ଫିକ୍ସିଂ

ଭୁବନେଶ୍ୱର, (ଅମ୍ବୁଜ ବିଶୋଇ): ଓଡିଶା ରାଜନୀତିରେ ଏବେ ପିପିଲି ନିର୍ବାଚନ ମଣ୍ଡଳୀକୁ ନେଇ ଜୋରଦାର ଚର୍ଚ୍ଚା । ରାଜନୀତିର ମଇଦାନରେ ଦୁଇ ପାରମ୍ପରିକ ଶତ୍ରୁ ସମୟର ସ୍ରୋତରେ ଭାସି ଯାଇ ପାଲଟି ଯାଇଛନ୍ତି ବନ୍ଧୁ । ରାଜନୀତିରେ ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବା ଲାଗି ମହାରଥୀଙ୍କ ସହ ହାତ ମିଶାଇଛନ୍ତି କଂଗ୍ରେସର କେଦାର ସାମନ୍ତରାୟ । ନିକଟରେ ନଟୁ-କେଦାରଙ୍କ କୋଳାକୋଳିକୁ ନେଇ ସଚିବାଳୟରେ ବେଶ ଚର୍ଚ୍ଚା ହୋଇଥିଲା । କାରଣ

ମହିଳାଙ୍କ ଦାୟିତ୍ୱ ଅରୁଣଙ୍କର

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ଏଲ୍ପିଜି ଗ୍ୟାସ ରିହାତି ଉଚ୍ଛେଦକୁ ନେଇ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ ଜୋରଦାର । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବିପିଏଲ ପରିବାରକୁ କମ ଟଙ୍କାରେ ରନ୍ଧନ ଗ୍ୟାସ ସଂଯୋଗ ଦେଇ ମହିଳାମାନଙ୍କ ସମର୍ଥନ  ହାସଲ ପାଇଁ ଉଦ୍ୟମ କରୁଛି ବିଜେପି । ଅଥଚ ଗ୍ୟାସ ଦର ସିଲିଣ୍ଡର ପିଛା ମାସକୁ ୪ ଟଙ୍କା ବୃଦ୍ଧି କରି ୨୦୧୮ ମାର୍ଚ୍ଚ ସୁଦ୍ଧା ସବସିଡି ପ୍ରତ୍ୟାହାର ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର

ପୁଅ ଚିନ୍ତାରେ ନବ

ସବୁବେଳେ ନବ ବାବୁ ଚିନ୍ତାରେ । ଅଶୀ ଦଶକରେ ଚିନ୍ତା କଲେ କିପରି ଛାତ୍ର ଆନେ୍ଦାଳନ ପାଣିଚିଆ ହେବ । ୨୦୦୭ରେ ଚିନ୍ତା କଲେ ଚାଷୀ ଆନେ୍ଦାଳନ ଭଣ୍ଡୁର କରି  ହୀରାକୁଦରୁ ବେଦାନ୍ତ କିପରି ପାଣି ନେବ । ଆଉ ବିଧାନସଭାରେ ଚିନ୍ତା କଲେ କାମନା ବାସନାର କଥା, ଦେଖିଲେ ୟୁ ଟ୍ୟୁବରେ ଭାଇରାଲ ଭିଡିଓ । ଏସବୁ ପରେ  ଏବେ ନବଙ୍କୁ ଘାରିଛି ନେଷ୍ଟ ଜେନେରେସନର ଚିନ୍ତା ।

ବିଗାଡ଼ି ଦେଲା ବିଧାୟକଙ୍କ ମେସେଜ୍

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ଓଡିଶା କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । କାହା ପଲା କେବେ ଭାରି ରହୁଛି ତ ଆଉ କେବେ ହାଇକମାଣ୍ଡଙ୍କ ଗୁଡବୁକ୍ରେ ଅଚାନକ କେହି ବି ସାମିଲ ହୋଇଯାଉଛି । ଏହାରି ଭିରେ ଘୁଞ୍ଚିଘୁଞ୍ଚି ଯାଉଛି ନୂଆ ପିସିସି ସଭାପତି ଚୟନ ପ୍ରକ୍ରିୟା । ନୂଆ ସଭାପତିଙ୍କ ନାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସୋନିଆ ଗାନ୍ଧିଙ୍କ ଅନୁମୋଦନ ପାଇଁ ଯାଉଥିବା ସମୟରେ ବି ଫାଇଲ ଅଟକି ଯାଇଛି

ଭଙ୍ଗା ଯୋଡାରେ ସାମ୍ବାଦିକ

ଆଠ ବର୍ଷ ତଳେ ହୋଇଥିଲା ଡିଭୋର୍ସ; ସାକ୍ଷିଥିଲେ ସାମ୍ବାଦିକ । ଏବେ ପୁଣି  ପଡିବ ଗଣ୍ଠି । ଦୁଇ ଦଳ ଭିତରେ ହେବ ମଧୁ ଚନ୍ଦ୍ରିକା । ଏବେ ଏହି ମିଳନର ସାକ୍ଷୀ ହେବାକୁ ଯାଉଛନ୍ତି ଅନ୍ୟ ଜଣେ ସାମ୍ବାଦିକ । ଉଭୟ ନବୀନ ଓ ମୋଦିଙ୍କ ଭାରି କ୍ଲୋଜ ସେହି ସାମ୍ବାଦିକ ଜଣଙ୍କ ଲେଖୁଛନ୍ତି ପଦ୍ମ-ଶଙ୍ଖ ହନିମୁନର ସ୍କ୍ରିପ୍ଟ । ଭୁବନେଶ୍ୱର,(ଅମ୍ବୁଜ ବିଶୋୟୀ): ବିହାରରେ ପୁଣି ଥରେ ସରକାରକୁ ଫେରିଛି

ମିଷ୍ଟେକରୁ ମାଫ୍

ଭୁବନେଶ୍ୱର: ନିଲମ୍ବିତ ନେତା ଜୟନାରାୟଣ ମିଶ୍ର ପୁଣି ବିଜେପିକୁ ଫେରିଲେ । ସମ୍ବଲପୁରରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ମାଡ ମରା ଘଟଣାରେ ୬ ବର୍ଷ ଲାଗି ଦଳରୁ ନିଲମ୍ବିତ ହୋଇଥିଲେ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ଚୟନ ସମୟରେ ଗତ ମାର୍ଚ୍ଚ ୧୨ରେ ବିଜେପି ପର୍ଯ୍ୟବେକ୍ଷକ ସମୀର ମହାନ୍ତିଙ୍କ ଉପରେ ଜୟଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୬

ଡିନରରେ ବ୍ଲାକମେଲ

ଜୟଲଳିତାଙ୍କ ଚା’ କପରେ ଝଡ ସୃଷ୍ଟି ହେଲା ଆଉ ବାଜପେୟୀ ସରକାରର ପତନ ଘଟିଲା । ସେତେବେଳେ ଜୟଲଳିତାଙ୍କ ସାଙ୍ଗରେ ଥିଲେ ସୁବ୍ରମଣ୍ୟମ ସ୍ୱାମୀ । ଆଉ ଏବେ ନବୀନଙ୍କୁ ଗାଦିଚୁ୍ୟତ କରିବାକୁ ବୈଜୟନ୍ତ ପଣ୍ଡା ଓରଫ୍ ଜୟ ଦେଲେଣି ଡିନର ପାର୍ଟି ।  ବିଜେଡି ସାଂସଦ ଜୟ ଏକାଠି କଲେଣି ବିଜେଡି-ବିଜେପି ସାଂସଦଙ୍କୁ । ଭାଇ ଶୁଭ୍ରକାନ୍ତ ନବୀନଙ୍କ ସହ ପ୍ୟାଚ୍ ପକାଉଛନ୍ତି; ଏପଟେ ଜୟ ଡିନର ପାର୍ଟି

ଅଧା ତରଳିଲେ ଦିଲୀପ

ଭୁବନେଶ୍ୱର: ପାଖାପାଖି ଅଢ଼େଇ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି । ୨୦୧୫ ଉକ୍ରଳ ଦିବସରେ ପ୍ରଧାନମନ୍ତ୍ରୀ ରାଉରକେଲାବାସୀଙ୍କୁ ବ୍ରାହ୍ମଣ ନଦୀରେ ଦ୍ୱିତୀୟ ସେତୁର ସ୍ୱପ୍ନ ଦେଖାଇଥିଲେ । ସେହିପରି ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରି ଦେବେ ବୋଲି ଭାଷଣରେ କହିଥିିଲେ ମୋଦି । ହେଲେ ପ୍ରଧାନମନ୍ତ୍ରୀଙ୍କ କଥା ବାସ୍ତବ ରୂପ ନେବାକୁ ୨ ବର୍ଷ ୩ ମାସ ଲାଗିଲା

ଶନିବାର ଓଡ଼ିଶା ଆସିବେ ମୀରା କୁମାର

♦ ଗସ୍ତ ସମ୍ପର୍କରେ ବରିଷ୍ଠ ନେତାଙ୍କ ପାଖରେ ନାହିଁ ସୂଚନା ଭୁବନେଶ୍ୱର: ଶନିବାର ୟୁପିଏ ପ୍ରାର୍ଥୀ ମୀରା କୁମାର ଓଡ଼ିଶା ଆସିବେ । ହେଲେ ଏ ସମ୍ପର୍କରେ ରାଜ୍ୟ କଂଗ୍ରେସ ପକ୍ଷରୁ କୌଣସି ସୂଚନା ମିଳିନାହିଁ କିମ୍ବା ବରିଷ୍ଠ ନେତାଙ୍କ ପାଖରେ ମୀରାଙ୍କ ଗସ୍ତ ନେଇ କିଛିବି ସୂଚନା ନାହିଁ । ବଡ ବିଡମ୍ବନାର ବିଷୟ । କାରଣ ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ କେଉଁ ସ୍ତରରେ

Top