You are here
Home > ଗସିପ ଖବର

ବିଜେଡିର ଅମର ପଟ୍ଟନାୟକ

ସର୍ବଭାରତୀୟ ସେବା ଅଫିସର୍ ଅମର ପଟ୍ଟନାୟକ କୁଆଡ଼େ ଏବେ ବିଜେଡିର ଥିଙ୍କ୍ଟ୍ୟାଙ୍କ୍ ପାଲଟିଛନ୍ତି । ଚର୍ଚ୍ଚା ହେଉଛି, ଓଡ଼ିଶାର ଆକାଉଂଟାଟ୍ ଜେନେରାଲ ଥିବା ନିଇତି ନବୀନ ପଟ୍ଟନାୟକ ସରକାରଙ୍କୁ ଭର୍ତ୍ସନା କରୁଥିବା ତଥା ଅନେକ ଜାଲିଆତିକୁ ପଦାରେ ପକାଇଥିବା ଶ୍ରୀ ପଟ୍ଟନାୟକ ଏବେ କୁଆଡ଼େ ବିଜେଡିର ପରାମର୍ଶଦାତା ପାଲଟିଛନ୍ତି । ବାବୁ ଏବେ କୁଆଡ଼େ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିକୁ ସୋସିଆଲ ମିଡିଆରେ ଅଧିକ ଲୋକପ୍ରିୟ କରାଇବା ପାଇଁ ରଣନୀତି

କାହିଁକି ବଦଳିଲେ ସଚିବ

ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଅଚାନକ ଉଚ୍ଚଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ବଦଳି ହେଲା । ଜିଭିଭି ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଲା । ବ୍ଲକ୍ଗ୍ରାଂଟ୍ ଶିକ୍ଷକ ଓ ଅଧ୍ୟାପକଙ୍କ ଦ୍ୱାରା ଦାଖଲ ହେବାକୁ ଥିବା ସତ୍ୟପାଠକୁ ନେଇ ଜିଭିଭି ଶର୍ମା ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁ ତାଙ୍କର ବଦଳି

ଟିକେଟ ଲଡ଼ୁ

ବିଜେଡିରେ ଏବେ ସବୁ ଛାମୁଆ ସଂଗଠନର ପଦାଧିକାରୀ କୁଆଡ଼େ ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ଲବି ଜୋରଦାର କରୁଛନ୍ତି । ବିଶେଷକରି ଦଳର ଛାତ୍ର ଓ ଯୁବ ସଂଗଠନରେ ଥିବା ଅଧିକାଂଶ କୁଆଡ଼େ ଏବେଠୁ ନିଜ ନିଜ ନିର୍ବାଚନମଣ୍ଡଳୀ ମୁହାଁ ହେଲେଣି । ସେମାନଙ୍କର ସମ୍ପର୍କ ତୃତୀୟ ମହଲା ସହ ବେଶ୍ ଘନିଷ୍ଠ ବୋଲି ସନ୍ଦେଶ ଦେଇ ଏହି ଯୁବ ଓ ଛାତ୍ର ନେତା-ନେତ୍ରୀମାନେ କୁଆଡ଼େ ଏବେଠୁ ସେମାନେ ଏମ୍ଏଲଏ

ଇଭିଏମ ବାହାନା ଚଳିବନି

ହାରିବା ଲାଗି ଇଭିଏମ ଟ୍ୟାମ୍ପରିଂକୁ ଆଉ ଦୋଷ ଦେଉ ଖସିଯାଇ ପାରିବେନି ପଲିଟିକାଲ ପାର୍ଟି । କାହିଁକି ନା ଇଭିଏମରେ ଏଣିକି କିଛି ବି ଟ୍ୟାମ୍ପରିଂ ହେବା ସମ୍ଭବ ନୁହେଁ । ସେମିତି ଏକ ନୂଆ ଟେକ୍ନୋଲୋଜିର ଇଭିଏମ ଆଣଇଛନ୍ତି ନିର୍ବାଚନ ଆୟୋଗ । ଇଭିଏମର ଟ୍ୟାମ୍ପର ଫ୍ରି ଏହି ନୂଆ ମଡେଲର ନାଁ ହେଉଛି ମାର୍କ ଥ୍ରୀ । ଗତ ଲୋକସଭା ଏବଂ ତା ପର ବିଧାନସଭା ନିର୍ବାଚନ

ବାଟ ହୁଡ଼ିଲେ ସିଏସ୍!

ଲୋକାୟୁକ୍ତ ଆଇନ ଓଡ଼ିଶାରେ ୨୦୧୫ ଜାନୁୟାରୀ ୧୬ତାରିଖରୁ କାର୍ଯ୍ୟକାରୀ ହେଉଛି ବୋଲି ସୁି୍ରମକୋର୍ଟରେ ଓଡ଼ିଶା ସରକାର ଦାଖଲ କରିଥିବା ସତ୍ୟପାଠକୁ ନେଇ ଚର୍ଚ୍ଚା । ସତରେ କ’ଣ ସୁି୍ରମକୋର୍ଟରେ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ବିଧାନସଭାକୁ ମିଛ କହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଭିଯୋଗ ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି । କିନ୍ତୁ ଚର୍ଚ୍ଚା ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

ଅଜ୍ଞାତବାସରେ ବିଜୟ

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବେ ସମ୍ପୂର୍ଣ୍ଣ ଅଜ୍ଞାତବାସରେ । ସାଧାରଣ ନିର୍ବାଚନ ପୂର୍ବରୁ ବିଜୟ ନିଜର ନୂଆ ରାଜନୀତିକ ମଂଚ ଗଠନ କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏପରିକି ବିଜୟଙ୍କ ଘନିଷ୍ଠ ବୋଲାଉଥିବା ଜିଲ୍ଲାସ୍ତରର ନେତାମାନେ କୁଆଡ଼େ ଏବେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ତେଣୁ ବିଜେପିରେ ଅଣଦେଖା ଓ ବିଜେଡି ଦ୍ୱାର ଉନ୍ମୁକ୍ତ ହେଉନଥିବାରୁ ବିଜୟ ଏବେ ଜାଣିଶୁଣି

କଂଗ୍ରେସରେ ଚକ୍ରାନ୍ତ

ପିସିସିର ନୂଆ ମୁଖିଆ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବାର ସପ୍ତାହେ ନପୂରୁଣୁ କୁଆଡ଼େ ତାଙ୍କୁ ହଟାଇବାକୁ ଚକ୍ରାନ୍ତ ଆରମ୍ଭ ହେଲାଣି । ଆଉ ଏହାର ଦାୟିତ୍ୱ କୁଆଡ଼େ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନେଇଛନ୍ତି । ଯଦିଓ ନିରଞ୍ଜନଙ୍କୁ ଦାୟିତ୍ୱ ମିଳିବା ଦିନ ସେହି ଚକ୍ରାନ୍ତକାରୀ ନେତାଙ୍କୁ ବି ନୂଆ ସାଂଗଠନିକ ଦାୟିତ୍ୱ ମିଳିଥିଲା । ଚର୍ଚ୍ଚା ହେଉଛି, ଏହି ନେତାଜଣକ କୁଆଡ଼େ ନିଜର ଇସ୍ତଫା ପତ୍ର ହାଇକମାଣ୍ଡଙ୍କ ନିକଟକୁ ପଠାଇଛନ୍ତି

ପ୍ରିୟାଙ୍କ ନୂଆ ଭିଡ଼ିଓ ଏବେ ଭାଇରାଲ !

ମୁମ୍ବାଇ: ଆଖିରେ ଆଖିରେ କଥା ପ୍ରେମର କଥା କହି ସାରା ଦେଶରେ ରାତାରାତି ଚର୍ଚ୍ଚିତ ହୋଇପଡ଼ିଥିବା ଆକ୍ଟ୍ରେସ ପ୍ରିୟା ପ୍ରକାଶଙ୍କ ନୂଆ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ନୂଆ ଭିଡ଼ିଓରେ ମଧ୍ୟ ତାଙ୍କ ପୂର୍ବ କୋଷ୍ଟାର୍ ରହିଛନ୍ତି । ପୂର୍ବପରି ସେହିପରି ଆଇବ୍ରୋ ଟେକିଛନ୍ତି ଦୁଇଜଣ । ଦୁଇଜଣ ମୋବାଇଲ୍ରେ କିଛି ଦେଖୁଥିବାର ଦୃଶ୍ୟ ରହିଛି । ଚୁଲବୁଲୀ ତାମିଲ ନାୟିକାଙ୍କ ପଛକୁ ଛିଡ଼ା

ଫଟୋସୁଟ୍ ଲାଗି ମଡ଼େଲ ଖୋଲିଦେଲେ ସବୁ ପୋଷାକ !

ମୁମ୍ବାଇ: କିଛି ନା କିଛି କାରନାମା ଲାଗି ଭାରତୀୟ ମଡ଼େଲ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ଜଣେ ସୁପର ମଡ଼େଲ ଫଟୋ ସୁଟ୍ ବେଳେ ନିଜ ଦେହରୁ ସବୁତକ ପୋଷାକ ଖୋଲିଦେଇ ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି । ସେ ଆଉ କେହି ନୁହଁନ୍ତି, ସେ ହେଲେ ଚର୍ଚ୍ଚିତ ସୁନ୍ଦରୀ ମଡ଼େଲ ଜନତୀ ହଜାରିକା । ଜନତୀ ହଜାରିକା । ଟପ ଟେନ ଭାରତୀୟ ସୁପର ମଡ଼େଲ ।

କଂଗ୍ରେସର କର୍ଣ୍ଣାଟକ ମଡେଲ

ଗୁଜୁରାଟ ମଡେଲକୁ ନେଇ ୨୦୧୪ରେ ସିଏମ୍ ନରେନ୍ଦ୍ର ମୋଦି ପିଏମ୍ ହୋଇଗଲେ । ଏବେ ଗୁଜୁରାଟ ମଡେଲକୁ ମାତ୍ ଦେବାକୁ କଂଗ୍ରେସ ଆଣୁଛି କର୍ଣ୍ଣାଟକ ମଡେଲ୍ । ବିଜେପିକୁ ଜବାବ ଦେବାକୁ ଆଇଆଇଏମ ବାଙ୍ଗାଲୋର ସହଯୋଗରେ କଂଗ୍ରେସ ଏକ ମଡେଲ ପ୍ରସ୍ତୁତ କରିଛି । ୨୦୧୭ ଡିସେମ୍ବରରେ ଅନୁଷ୍ଟିତ କର୍ଣ୍ଣାଟକ ଇନୋଭେସନ୍ ରିପୋର୍ଟ ଷ୍ଟେକ୍ ହୋଲଡର୍ସ ଡାଇଲଗ ସେମିନାର ଆଧାରରେ ଆଇଆଇଏମ ଏକ ମଡେଲ୍ ରିପୋର୍ଟ ତିଆରି କରିଛି

୧୦୦ କୋଟିର ଡିଲ୍

ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବିଜେଡି ନିକଟରେ ରାଜ୍ୟସଭାକୁ ପଠାଇଛି । ସମ୍ପୃକ୍ତ ବ୍ୟକ୍ତି ନିକଟରେ ଏକ ତାରକା ହୋଟେଲ୍ରେ ସମାଜର ବିଭିନ୍ନ ବର୍ଗର ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଡିନର୍ରେ ଆପ୍ୟାୟିତ କରିଛନ୍ତି । ଆଉ ଏହି ‘ଡିନର୍’ରେ ସାମିଲ ହୋଇଥିବା କିଛି ବ୍ୟକ୍ତି କୁଆଡ଼େ ସମ୍ପୃକ୍ତ ରାଜ୍ୟସଭା ସାଂସଦଙ୍କ ଗୁମର ଖୋଲିଛନ୍ତି । ଶୁଣିବାକୁ ମିଳୁଛି ଏହି ‘ଡିନର୍’ରେ ଅଧିକ ଡ୍ରିଙ୍କ୍ କରିଥିବା ଜଣେ ବ୍ୟକ୍ତି(ସମ୍ପୃକ୍ତ ସାଂସଦଙ୍କ ଖାସ୍) କୁଆଡ଼େ

ଏୟୁଙ୍କ ଜୀବନ ବିନ୍ଦୁ

ବିଜେଡି ଉପସଭାପତି ଏୟୁ ସିଂହଦେଓ ବଲାଙ୍ଗିର ଜିଲ୍ଲାରେ ନିଜର ରାଜନୀତିକ ପତିଆରା ପ୍ରଦର୍ଶନ କରିବା ପାଇଁ ନିକଟରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମ କୁଆଡ଼େ ତାଙ୍କ ପତିଆରା ବଢ଼ାଇବା ପରିବର୍ତ୍ତେ ଏହା ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି ବୋଲି ଚର୍ଚ୍ଚା । ଶୁଣିବାକୁ ମିଳୁଛି ବିଜେଡିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରକୁ ସଫଳ କରିବା

ବିଜେଡି ନିର୍ବାଚନୀ ସର୍ଭେ

ବିଜେଡି ଏବେ ଏକ ଘରୋଇ ଏଜେନ୍ସି ମାଧ୍ୟମରେ ରାଜ୍ୟବ୍ୟାପୀ ସର୍ଭେ କରୁଛି । ଏହି ଏଜେନ୍ସି ଇତିମଧ୍ୟରେ ସଂସଦୀୟ ଆସନଗୁଡ଼ିକର ସର୍ଭେ କାର୍ଯ୍ୟ ସାରିଥିବାବେଳେ ବିଧାନସଭା ମଣ୍ଡଳୀୱାରି ସର୍ଭେ ଚଳାଇଛି । କିନ୍ତୁ ଏହି ସର୍ଭେରୁ ଯେଉଁ ପ୍ରାରମ୍ଭିକ ରିପୋର୍ଟ ମିଳିିଛି ତାହା କୁଆଡ଼େ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି ବୋଲି ଚର୍ଚ୍ଚା । ଶୁଣିବାକୁ ମିଳୁଛି, ଏହି ସର୍ଭେ କୁଆଡ଼େ ରାଜ୍ୟରେ ସରକାରବିରୋଧୀ ହାୱାର ଅତିମାତ୍ରାରେ ବଢ଼ିବାରେ

ରିଏଲିଟି ଶୋ’ ବିଜେତାଙ୍କ ସେକ୍ସ ଭିଡ଼ିଓ ଭାଇରାଲ: ମୋବାଇଲରେ ଘୁରିବୁଲୁଛି ଅନ୍ତରଙ୍ଗ ଦୃଶ୍ୟ

ଭୁବନେଶ୍ୱର: ମୋବାଇଲରୁ ମୋବାଇଲ ଏବେ ଘୁରିବୁଲୁଛି ଏକ ଯୁବତୀଙ୍କ ସେକ୍ସ ଭିଡ଼ିଓ । ସୋସିଆଲ ମିଡ଼ିଆରେ ଏହି ସେକ୍ସ ଭିଡ଼ିଓଟି ଭାଇରାଲ ହେବାପରେ ପୋଲିସ ଲାଗି ଚିନ୍ତାର ବିଷୟ ପାଲଟିଛି । ତେବେ ଏହି ସେକ୍ସ ଭିଡ଼ିଓଟିରେ ରହିଥିବା ଯୁବତୀ ଜଣକ ଏକ ଟିଭି ରିଏଲିଟି ଶୋ’ ବିଜେତାଙ୍କର ବୋଲି ଚର୍ଚ୍ଚା ଚାଲିଛି । ଏହି ସେକ୍ସ ଭିଡ଼ିଓରେ ଥିବା ଯୁବତୀ ଜଣକଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି

ପୁଣି ଉଠିବ ବିଧାନ ପରିଷଦ

୨୦୧୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପୂର୍ବରୁ ରାଜ୍ୟରେ ବିଧାନ ପରିଷଦ ଗଠନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିବା ବିଜେଡି ସରକାର ଏବେ ତାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିବା ଚର୍ଚ୍ଚା । ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ଦଖଲ ସଙ୍କଟରୁ ମୁକୁଳିବା ପାଇଁ ତଥା ନିଜର ନେତାମାନଙ୍କୁ ‘ବିଧାନ ପରିଷଦର ଲଲି ପ୍’ ଆଶା ଦେଖାଇ ୨୦୧୪ ସାଧାରଣ ନିର୍ବାଚନର ବୈତରଣୀ ପାର ହୋଇଥିଲା । କିନ୍ତୁ ଇତିମଧ୍ୟରେ ୫ବର୍ଷରୁ

Top