You are here
Home > କ୍ରାଇମ୍‍ (Page 2)

ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର

ବାରିପଦା : ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର । ଫେସବୁକରେ ଫେକ୍ ବୁକ୍ ଆଇଡି କରି ବାବୁ ଚଳାଇଥିଲେ କାରସାଦି । ନକଲି ଆଇଏଏସ୍ ଅଫିସରର ପରିଚୟ ଦେଇ ସାଦି କରିବା ଠାରୁ ଆରମ୍ଭ କରି ଅନେକ ପ୍ରକାର ଠକି ଚାଲିଥିଲେ । ତେବେ ଜଣେ ଆଇଏଏସ୍ ଅଫିସର ଜିଲ୍ଲା ଆଇବି-ରେ ନରହି, ଛତୁଆ ସେଣ୍ଟରରେ ରହିବା କାଳ ହେଲା । ହାବଭାବକୁ ଲୋକେ ସନ୍ଦେହ କଲେ, ଆଉ

ଫୁଡ ଜଙ୍କସନରେ ପଡିଲା ବୋମା…ଖେଳିଗଲା ଆତଙ୍କ

ଭୁବନେଶ୍ୱର,: ସମୟ ରାତି ପ୍ରାୟ ସାଢ଼େ ୯ । ସ୍ଥାନ ବାପୁଜୀନଗରର ଫୁଡ ଜଂକସନ । ହଠାତ ଖେଳିଗଲା ଆତଙ୍କ । ଶୁଭିଲା ପ୍ରଚଣ୍ଡ ଶବ୍ଦ । ଚାହୁଁଚାହୁଁ ପୂରା ଏରିଆ ବିି ଧୂଆଁମୟ ହୋଇଗଲା । ଯିଏ ଯୁଆଡେ ପାରିଲେ ଜୀବନ ବିକଳେ ଦୌଡିଲେ । ଅକସ୍ମାତ ବୋମାମାଡ଼ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗରରେ ଥିବା ଫୁଡ ଜଂକସନରେ । ତେବେ କିଏ

ପୂର୍ବତନ ବିଧାୟକଙ୍କ ଗାଡିକୁ ବୋମାମାଡ଼

ଢ଼େଙ୍କାନାଳ,: ବୋମାମାଡ଼ । ତାହା ପୁଣି ପୂବର୍ତନ ବିଧାୟକଙ୍କ ଗାଡି ଉପରକୁ । ଆଜି ଢ଼େଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଯଦିଓ ଏଥିରେ ବିଶେଷ କିଛି କ୍ଷତି ହୋଇନାହିଁ ତଥାପି ବୋମାମାଡ଼ରେ ଗାଡିର ପଛ କାଚ ଭାଙ୍ଗିଯାଇଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ନୂଆ ଠାକୁରପାଳ ଅଞ୍ଚଳରୁ ପରିଦର୍ଶନରେ ଯାଇଥିଲେ

ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଲାଗି ଚାଲିଗଲା ୧୪ ଜୀବନ

ଝାରଖଣ୍ଡ,: ଡାକ୍ତର ଓ ନର୍ସଙ୍କ ଅଚାନକ ଆନ୍ଦୋଳନ ଯୋଗୁ ୧୪ ଜଣ ରୋଗୀଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରଖଣ୍ଡରେ । ରିପୋର୍ଟ ଅନୁସାରେ, ଝାରଖଣ୍ଡରେ ରହିଛି ରିମ୍ସ(ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ) । ଶୁକ୍ରବାର ଜଣେ ରୋଗୀ ସେଠାକୁ ଚିକିତ୍ସା ହେବାକୁ ଆସିଥିଲେ । ତେବେ ସେଠାରେ ଡ୍ୟୁଟି କରୁଥିବା ନର୍ସ ଗୀତା ଦେବୀ ତାଙ୍କୁ ଏକ ଇଞ୍ଜକ୍ସନ ଦେବା ପରେ ଅଚାନକ

ଦେହବ୍ୟବସାୟ ଆଡ୍ଡାରେ ଚଢଉ : ତାମିଲ ଅଭିନେତ୍ରୀ ସଂଗୀଥା ଗିରଫ

ଚେନ୍ନାଇ: ଜଣାଶୁଣା ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ସଂଗୀଥା ବାଲନ ଚେନ୍ନାଇ ସହରର ଇଷ୍ଟକୋଷ୍ଟ ରୋଡ ସ୍ଥିତ ଏକ ଘରୋଇ ରିସୋର୍ଟରେ ଦେହବ୍ୟବସାୟ ର୍ୟାକେଟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଚେନ୍ନାଇ ପୋଲିସ୍ ଗିରଫ କରିଛି । ସଂଗୀଥା ଯୁବତୀମାନଙ୍କୁ ନିଯୁକ୍ତି ଦେବା ଏବଂ ବିଭିନ୍ନ ଟିଭି ସୋ’ରେ କାର୍ଯ୍ୟ କରାଇଦେବା ବାହାନାରେ ଆଣି ସେମାନଙ୍କୁ ଦେହବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ । ସଂଗୀଥା ଦୀର୍ଘଦିନ ଧରି ବିଭିନ୍ନ

ଜଖମ ହେଲା କାବୁଲି…ଏନକାଉଣ୍ଟର କଲା ନୟାଗଡ଼ ପୁଲିସ

ନୟାଗଡ଼,: ଏକାଧିକ ଅପରାଧ ମାମଲାରେ ଜଡିତ ରହି ପୁଲିସକୁ ଚକମା ଦେଇ ଆସୁଥିବା କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର । ନୟାଗଡ଼ ପୁଲିସ କୁଖ୍ୟାତ ଅପରାଧୀ କାବୁଲି ଖାଁକୁ ଏନକାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି କାବୁଲି । ତା’ ଗୋଡରେ ଗୁଳି ବାଜିଛି । ଚିକିତ୍ସା ଲାଗି ତାକୁ ହସପିଟାଲରେ ଭର୍ତ୍ତି କରାଯାଇଛି । କାବୁଲି ନାଁରେ ବିଭିନ୍ନ ଥାନାରେ ପାଖାପାଖି

ଚିକିତ୍ସାରେ ଅବହେଳାକୁ ନେଇ କିମ୍ସରେ ଉତ୍ତେଜନା

ଭୁବନେଶ୍ୱର,: ଚିକିତ୍ସାରେ ଅବହେଳାକୁ ନେଇ କିମ୍ସ ହସପିଟାଲରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଯୋଗୁ ଅକାରଣେ ଚାଲିଗଲା ମା’ ଓ ଛୁଆର ଜୀବନ । ଏଭଳି ଅଭିଯୋଗ ଆଣି ମୃତକଙ୍କ ସମ୍ପର୍କୀୟ ହୋହାଲ୍ଲା କରିବା ସହ ଧାରଣା ଦେଇଛନ୍ତି । ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ବି ଏଯାବତ ଉତ୍ତେଜନା ଥମିନଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁସାରେ, ଟାଙ୍ଗିବନ୍ତ ଅଞ୍ଚଳର ଜଣେ ପ୍ରସୂତୀଙ୍କୁ ଗତ ୧୧ ତାରିଖରେ କିମ୍ସରେ ଭର୍ତ୍ତି

ଶିକ୍ଷକଙ୍କୁ ହାଣି ହତ୍ୟା, ବର୍ତ୍ତିଲାନି ନାବାଳିକା ଝିଅ

ବରଗଡ଼,: ଶିକ୍ଷକଙ୍କୁ ଟାଙ୍ଗୀଆରେ ହାଣି ହତ୍ୟା । ଏଭଳି ଏକ ଘଟଣା ଘଟିଛି ଖଇରିପଲ୍ଲୀ ଗାଁରେ । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛି ତାହା ଏଯାବତ ଜଣାପଡିନାହିଁ । ମୃତ ଶିକ୍ଷକଙ୍କ ନାଁ ସାଧୁ ଚରଣ ପ୍ରଧାନ । ସବୁଠୁ ବଡ଼ କଥା ହେଉଛି ଏଥିରେ ସାଧୁଙ୍କ ନା ବାଳିକା ଝିଅ ମଧ୍ୟ ଗୁରୁତର ଆହତ ହୋଇଛି । ତାଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି

କାରରୁ ମିଳିଲା ସହକାରୀ ଯନ୍ତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ବିଏମସି ସହକାରୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର । କାର ଭିତରୁ ମିଳିଥିବା ମୃତଦେହକୁ ନେଇ ଉପୁଜିଛି ସନ୍ଦେହ । ଗାଡିଟି ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ସହକାରୀ ଯନ୍ତ୍ରୀଙ୍କ ଦେହରେ ନାହିଁ ଟିକେ ବି କ୍ଷତ । ଯାହାକି ସନ୍ଦେହକୁ ଆହୁରି ଦୃଢ଼ିଭୁତ କରୁଛି । ସେପଟେ ହାଟଆର୍ଟାକକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏପରିସ୍ଥଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ରିପୋର୍ଟ ଆସିବା ପରେ

ଶୌଚ ହେବାକୁ ଯାଇଥିଲେ, କାଟିଦେଲେ ବେକ

ଭୁବନେଶ୍ୱର,: ଥମିବାରେ ନାଁ ଧରୁନାହିଁ ପିଲା ଚୋର ଗୁଜବ । ଶୌଚ ହେବା ଲାଗି ଜଣେ ଯୁବକ ଉଠିଥିବା ବେଳେ ତାଙ୍କ ବେକକୁ କେହି ଦୁର୍ବୃତ୍ତ କାଟି ଦେଇଛନ୍ତି । ଏହାପଛରେ ପିଲାଚୋର ଗ୍ୟାଙ୍ଗ ହାତ ଥିବା ସନ୍ଦେହ କରି ପୂରା ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଘଟଣାଟି ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୋନାର ଗାଁର । ଆକ୍ରମଣରେ ଆହତ ହୋଇଥିବା ଯୁବକଙ୍କ ନାଁ ବିକାଶ

ପିଲାଚୋରୀ ଗୁଜବ ଓ ଚୋର ସନ୍ଦେହରେ ଆକ୍ରମଣକୁ ରୋକିବାକୁ ଆଡଭାଇଜରି ଜାରିକଲା ପୋଲିସ

ଭୁବନେଶ୍ବର : ପିଲା ଚୋରି ଗୁଜବ ଅଣାୟତ୍ତ ହେଲାଣି । ଗତ ୩ ଦିନ ଧରି ରାଜ୍ୟର କେଉଁଠି ନା କେଉଁଠି ଅଚିହ୍ନା ଲୋକ କିମ୍ବା ମାନସିକ ଅନଗ୍ରସର ନୀରିହ, ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ  ଲୋକେ ଆକ୍ରମଣ କରୁଛନ୍ତି । ସେପଟେ ଡିଜିପି ଜାରି କରିଥିବା ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି ଭାଇରାଲକାରୀ ଓ ଆକ୍ରମଣକାରୀ । ଏହି ଗୁଜବକୁ ନେଇ କଳାହାଣ୍ଡି କେସିଙ୍ଗାରେ ଜଣେ ଯୁବକଙ୍କୁ ନିସ୍ତୁକ ଛେଚିଛନ୍ତି ଲୋକେ ।

ଡିଜିପିଙ୍କ ନିର୍ଦେଶକୁ ବେଖାତିର : ପୁଣି ପିଲାଚୋର ସନ୍ଦେହରେ ମାଡ, ବାଦପଡିଲେନି  ମହୁବିକାଳି, ଭିକାରୀ ଓ ପାଗେଳୀ

  ଭୁବନେଶ୍ବର : ପୁଣି ପିଲାଚୋର ସନ୍ଦେହରେ ମାଡ ।ଏଥର  ଜଣେ ମାନସିକ ବିକୃତ ମହିଳା ଓ ଜଣେ ଭିକାରୀକୁ ଗଛରେ ବାନ୍ଧି ଲୋକେ ପିଟିଛନ୍ତି । ଉଭୟ ଘଟଣା ସୋର ଅଞ୍ଚଳରେ ଘଟିଛି । ସେହିଭଳି ସାଲେପୁରରେ ଜଣେ ବ୍ୟକ୍ତିଙ୍କୁ ଛେଚିଛନ୍ତି ଲୋକେ । ପୋଲିସ ଏମାନଙ୍କୁ ଉଦ୍ଧାର କରିଛି । ସୋସିଆଲ୍ ମିଡିଆରେ ପିଲାଚୋର ଗୁଜବ ପ୍ରଚାର ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଅଚିହ୍ନା ଲୋକଙ୍କୁ

Top