You are here
Home > କର୍ପୋରେଟ୍

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା,ବଢିଲା ରେପୋ ରେଟ

ଭୁବନେଶ୍ବର : ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ପରେ ଆଜି ରେପୋ ରେଟରେ ବୃଦ୍ଧି ଘୋଷଣା କରିଛନ୍ତି। ରେପୋ ରେଟରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି RBI । RBI ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ନେତୃତ୍ବରେ ୬ ଜଣିଆ ମୁଦ୍ରୀ ନୀତି କମିଟିର ସଦସ୍ୟଙ୍କ ସୁପାରିସ ଅନୁଯାୟୀ ରେପୋ ରେଟରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି।

ଦୁଇ ଗୁଣା ଲାଭ କରିଛି ନାଲକୋ 

ଭୁବନେଶ୍ୱର  : ରାଷ୍ଟ୍ରାୟତ କମ୍ପାନି ନାଲକୋର ଲାଭ  ଦ୍ବିଗୁଣିତ।ଗତ ବର୍ଷ     ତୁଳନାରେ  ନାଲକୋ   ଦୁଇ ଗୁଣା ଲାଭ କରିଛି। ୨୦୧୭-୧୮ ଅାର୍ଥିକ ବର୍ଷରେ ନାଲକୋ  ୧୩୪୨  କୋଟି  ଟଙ୍କା ଲାଭ କରିଛି।   ଚଳିତ ବର୍ଷ ନାଲକୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୁଦ୍ରା  ଅର୍ଜନ କାରୀ  ଲୋକ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଛି। ୨୦୧୯  ଅାର୍ଥିକ ବର୍ଷର   ଦ୍ବିତୀୟ   ତ୍ରୀମାସିକ ମାସିକ  ଶେ​‌ଷ  ସୁଦ୍ଦା  ୧ ନିୟୁତ ଟନ

ବଲାଙ୍ଗିରରେ ହେବଏଲ୍ପିଜି ବଟଲିଂ ପ୍ଲାଣ୍ଟ୍ ,୨୧ରେ ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଗେହଲଟ

ଭୁବନେଶ୍ୱର : ବଲାଙ୍ଗିର ଜିଲ୍ଲା ବରଖାନି ଗାଁରେ ଭାରତ ପେଟ୍ରୋଲିୟମ୍ (ବିପିସିଏଲ୍) ତରଫରୁ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ ନିର୍ମାଣ ହେବ । ଖୋର୍ଦ୍ଧାରେ ବିପିସିଏଲ୍ର ଅନ୍ୟ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ ରହିଛି । ବିପିସିଏଲ୍ ପାଇଁ ବଲାଙ୍ଗିରରେ ନିର୍ମାଣ ହେବାକୁ ଯାଉଥିବା ଏହି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ଓଡ଼ିଶାରେ ଦ୍ୱିତୀୟ । ଏଥିପାଇଁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପ୍ଲାଣ୍ଟ୍ରୁ ବାର୍ଷିକ ୪୨ ଲକ୍ଷ

ଧାମରା ବନ୍ଦର ସମ୍ପ୍ରସାରଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭଦ୍ରକ: ଭଦ୍ରକ ଜିଲ୍ଲାସ୍ଥିତ ଧାମରା ବନ୍ଦରର ୨ୟ ପର୍ଯ୍ୟାୟ ସମ୍ପ୍ରସାରଣରେ ବିଭିନ୍ନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିଛନ୍ତି । ଧାମରା ବନ୍ଦରଠାରେ ଏହି ପ୍ରକଳ୍ପ ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଉଦଘାଟିତ କରିବା ସହିତ ଧାମରାରୁ କୋଷ୍ଟାଲ ହାଇୱେ ବା ଉପକୂଳବର୍ତ୍ତୀ ରାଜପଥ ନିର୍ମାଣ କାର୍ଯ୍ୟ ଖୁବ ଶିଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଖୁବ ଶିଘ୍ର ଡ଼ିପିଆର ହେବା ସହିତ ଏହି

ହୋଣ୍ଡା ଲଞ୍ଚ୍‌ କରିବ ୧୧ଟି ନୂଆ ମଡେଲ

ନୂଆଦିଲ୍ଲୀ : ଆସନ୍ତା ୭ ତାରିଖରେ  ନୋଇଡାଠାରେ ଅନୁଷ୍ଠିତ ହେବାକୁଥିବା ଅଟୋ ଏକ୍ସପୋରେ ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଏକ ଧମାକା କରିବାକୁ ଯାଉଛି । କମ୍ପାନି ଗୋଟିଏ ଦୁଇଟି ନୁହେଁ ୧୧ଟି ନୂଆ ଦୁଇଚକିଆ ମଡେଲର ଉନ୍ମୋଚନ କରିବ ବୋଲି ଘୋଷଣା କରିଛି । ପ୍ରଥମ ଥର ପାଇଁ ଅଟୋ ଏକ୍ସପୋରେ ହୋଣ୍ଡା ପକ୍ଷରୁ ଏତେ ପରିମାଣର ନୂଆ ମଡେଲ୍‌ ଉନ୍ମୋଚନ କରାଯିବ । ଅଟୋ ଏକ୍ସପୋରେ ହୋଣ୍ଡା

ପୋସ୍କୋ ଜମି ନେବ ଜିନ୍ଦଲ!ପାରାଦୀପରେ ହେବ ୧୦ ମିଲିୟନ ଟନ୍କ୍ କ୍ଷମତା ବିଶିଷ୍ଟ ମେଗା ଇସ୍ପାତ ପ୍ରକଳ୍ପ

ଭୁବନେଶ୍ବର:୫୦ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପଠାରେ ଏକ ୧୦ ମିଲିୟନ ଟନ୍କ୍ଷ ମତା ବିଶିଷ୍ଟ ମେଗା ଇସ୍ପାତ ପ୍ରକଳ୍ପ ପାଇଁ ସଜ୍ଜନ ଜିନ୍ଦଲଙ୍କ ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍କୁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି । ପସ୍କୋ ପାଇଁ ପ୍ରସ୍ତାବିତ ଜମିରେ ଜେଏସ୍ଡବ୍ଲୁ୍ୟ ନିଜର ଇସ୍ପାତ ପ୍ରକଳ୍ପ କରିବାକୁ ପ୍ରସ୍ତାବ ଦେଇଛି ବୋଲି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଅଧ୍ୟକ୍ଷତାରେ ଆଜି ସଚିବାଳୟରେ

ରାଜ୍ୟର ଏକ କୋଟି ୨୫ ଲକ୍ଷ ଯୁବକଙ୍କୁ ରୋଜଗାର ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:୨୦୧୧ ମସିହାର ଜନ ଗଣନା ଅନୁସାରେ ରାଜ୍ୟରେ ୨୦ ବର୍ଷରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବ ଶକ୍ତିଙ୍କ ସଂଖ୍ୟା ଏକ କୋଟି ଚାରି ଲକ୍ଷ ହୋଇଥିବା ବେଳେ ବର୍ତମାନ ୨୦୧୬ରେ ଏକ କୋଟି ୨୫ ଲକ୍ଷରେ ପହଂଚି ସାରିଥିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଭାଷଣରେ ୩୦ ଲକ୍ଷ ଯୁବ ଶକ୍ତି ପାଇଁ ନିଯୁକ୍ତିର ଲକ୍ଷ୍ୟ କଥା କହିଛନ୍ତି । ତେବେ ଆମକୁ ରାଜ୍ୟର ଏକ କୋଟି

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆରମ୍ଭ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନକ୍ଲେଭ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।  କନ୍‌କ୍ଲେଭ୍‌ ରାଜ୍ୟରେ କମ୍ପାନିମାନଙ୍କୁ ନିବେଶ ପାଇଁ ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ଅଂଶଗ୍ରହଣ କରିଥିବା କମ୍ପାନିମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ରାଜ୍ୟର ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ହାଉସିଂ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପର୍ୟ୍ୟଟନ ମନ୍ତ୍ରୀ

ଆଜିଠୁ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ।  ରାଜ୍ୟରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଶିଳ୍ପାୟନ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ହେଉଛି ମେକ୍‌ ଇନ୍ ଓଡ଼ିଶାର ଲକ୍ଷ୍ୟ। ଏଥିରୁ ପ୍ରାୟ ୧ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହେବାର ଆଶା ରଖିଛନ୍ତି ସରକାର। ଏହି ସମ୍ମିଳନୀକୁ ଆସନ୍ତାକାଲି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ୩୦ଟି ଆଦର୍ଶ ସ୍କୁଲ ନିର୍ମାଣ କରିବ ଟାଟା

ଭୁବନେଶ୍ୱର:ଟାଟା କମ୍ପାନୀ ରାଜ୍ୟରେ ୩୦ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବ । ଏ ନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଟାଟା କମ୍ପାନୀ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ୪ କୋଟି ଟଙ୍କା ବ୍ୟୟରେ ପ୍ରତି ସ୍କୁଲ ନିର୍ମାଣ ହେବାକୁ ଥିବାବେଳେ ଆନୁସଙ୍ଗିକ ଆସବାବପତ୍ର ବାବଦରେ ୩୩ ଲକ୍ଷ ଟଙ୍କା ଲେଖାଏଁ ଦେବ ଟାଟା। ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନଗ୍ରସର ବ୍ଲକ

ଦିଲ୍ଲୀରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ

ନୂଆଦିଲ୍ଲୀ : ପ୍ରଗତି ମଇଦାନରେ ଆଜିଠୁ ଆରମ୍ଭ ହୋଇଛି ୩୬ତମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ୧୪ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଛନ୍ତି । ଏହି ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ୨୭ଟି ଦେଶ ଭାଗ ନେଇଛନ୍ତି । ଓଡିଶା ସମେତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିଛନ୍ତି । ୭ ହଜାର ଘରୋଇ ଓ ବିଦେଶୀ କମ୍ପାନୀ

ଶନିବାର ଓ ରବିବାର ଖୋଲା ରହିବ ବ୍ୟାଙ୍କ,ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଜମା କଲେ ରହିବ ନଜର

ମୁମ୍ବାଇ : ଅଚଳ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ବଦଳାଇବ ପାଇଁ ବ୍ୟାଙ୍କଗୁଡ଼ିକ ଚଳିତ ସପ୍ତାହର ଶନିବାର ଏବଂ ରବିବାର ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କହିଛନ୍ତି। ଏହି ଦୁଇ ଦିନ ଦେଶରେ ଥିବା ସବୁ ସରକାରୀ, ଘରୋଇ, ବିଦେଶୀ, ସମବାୟ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ଖୋଲା ରହିବ। -ଶୁକ୍ରବାରଠାରୁ ଏଟିଏମ୍‌ରୁ ନୂଆ ନୋଟ୍‌ ବାହାରିବ  -ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ବାତିଲ -ବ୍ୟାଙ୍କର କର୍ମଚାରୀମାନେ

“ଲୋକଙ୍କ ଖର୍ଚ୍ଚ ଶୈଳୀ ବଦଳିବ”: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଏକ ରୁଟିନ୍ ସରକାର ନୁହେଁ । କଳାଧନ ଉପରେ ଅଙ୍କୁଶ ଲଗାଇବାକୁ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ଥିଲା । ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ନିଷ୍ପତ୍ତିର ଲାଭ ଦେଶକୁ ମିଳିବ । ତେବ ଆସନ୍ତା ୩-୪ ସପ୍ତାହ ମଧ୍ୟରେ ମୁଦ୍ରାର ସମସ୍ୟା ସମାଧାନ ହେବ । ଦେଶର ୮୫ ପ୍ରତିଶତ ଅର୍ଥ ୫୦୦ ଏବଂ ୧୦୦୦ଟଙ୍କାରେ ଥିଲା । ସେଥି ମଧ୍ୟରୁ ଅଧିକାଂଶ

କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ:୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ

ନୂଆଦିଲ୍ଲୀ: କଳାଧନ ଉପରେ ଆଜି  ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଆଜି ମଧ୍ୟରାତ୍ର ଠାରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଚଳିବନି  । ନୋଟ୍‌ ପ୍ରଚଳନ ଉପରେ ନିଷେଧାଦେଶ ଜାରି ହୋଇଛି  । ଆଜି ମଧ୍ୟରାତ୍ର ଠାରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ସଂଧ୍ୟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

4 ଥାକିଆ GST ହାର ଘୋଷଣା→ ଆମ ଆଦିମ୍ ଖୁସ; କିନ୍ତୁ କାର ହେବ ମହଙ୍ଗା

ନୂଆଦିଲ୍ଲୀ ଘୋଷଣା ହେଲା ଗୁ଼୍ଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ(GST) ହାର। ଗୁରୁବାର GST କାଉନସିଲ୍ ବୈଠକରେ ୪ ଥାକିଆ ଜିଏସଟି ହାର ନିଷ୍ପତ୍ତି ହୋଇଛି । ଏଣିକି ବିଭିନ୍ନ ଦ୍ରବ୍ୟ ଓ ସେବା ଲାଗି 5, 12, 18 କିମ୍ବା 28 ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ସର୍ବନିମ୍ନ ଜିଏସଟି ଦର ୫ ପ୍ରତିଶତ ଏବଂ ସର୍ବାଧିକ ୨୮ ପ୍ରତିଶତ

Top