35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଇଣ୍ଡିଆ ଗେଟ୍‌, କର୍ତ୍ତବ୍ୟପଥ ନଯିବାକୁ ପରାମର୍ଶ

ଇଣ୍ଡିଆ ଗେଟ୍‌, କର୍ତ୍ତବ୍ୟପଥ ନଯିବାକୁ ପରାମର୍ଶ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ଚାଲିଥିବାବେଳେ ଦିଲ୍ଲୀ ବାସିନ୍ଦାମାନେ ଯେପରି ଇଣ୍ଡିଆ ଗେଟ୍ କିମ୍ବା କର୍ତ୍ତବ୍ୟପଥ (ପୂର୍ବନାମ ରାଜପଥ) ବୁଲି ନ ଯାଆନ୍ତି, ସେଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସାଧାରଣତଃ ଦିଲ୍ଲୀବାସୀ ପ୍ରାତଃ ଓ ସାନ୍ଧ୍ୟଭ୍ରମଣ, ସାଇକ୍ଲିଂ ଏବଂ ପିକ୍‌ନିକ୍ କରିବା ଉଦ୍ଦେଶ୍ୟରେ ଏହି ସ୍ଥାନକୁ ପସନ୍ଦ କରିଥାନ୍ତି । ଇଣ୍ଡିଆ ଗେଟ୍ ଓ କର୍ତ୍ତବ୍ୟପଥକୁ ‘କଣ୍ଟ୍ରୋଲ ଜୋନ୍‌’ ଘୋଷଣା କରାଯାଇଛି ବୋଲି ଦିଲ୍ଲୀର ସ୍ପେଶାଲ ପୁଲିସ କମିଶନର (ଟ୍ରାଫିକ୍‌) ଏସ.ଏସ.ଯାଦବ କହିଛନ୍ତି । ଅପରପକ୍ଷରେ ଦିଲ୍ଲୀର ୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କ ସୁବିଧା ପ।।ଇଁ ଅନ୍ୟ ରୁଟ୍‌ରେ ଭୋର ୪ଟାରୁ ମେଟ୍ରୋ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରିବାକୁ ଦିଲ୍ଲୀ ପୁଲିସ ପକ୍ଷରୁ ମେଟ୍ରୋ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking