You are here
Home > ବଡ଼ଖବର > ବଲିଉଡ୍ ନାୟିକା ସ୍ୱରା ଭାଷ୍କରଙ୍କ ସ୍ୱୀକାର ସେ ମଧ୍ୟ କାଷ୍ଟିଂ କାଉଚର ଶୀକାର

ବଲିଉଡ୍ ନାୟିକା ସ୍ୱରା ଭାଷ୍କରଙ୍କ ସ୍ୱୀକାର ସେ ମଧ୍ୟ କାଷ୍ଟିଂ କାଉଚର ଶୀକାର

ଭୁବନେଶ୍ୱର: ଅଲିଉଡ୍ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କାଷ୍ଟିଂ କାଉଚ୍ କଥା ଚର୍ଚ୍ଚା ଆସୁଛି । ଏବେ ଏଭଳି ଏକ ଘଟଣା ପଦାକୁ ଆସିଛି ଯେଉଁଥିରେ ନିଜେ ନାୟିକା ଏକଥା ପ୍ରକାଶ କରିଛନ୍ତି । ସେ କିପରି ପ୍ରଯୋଜକ ଓ ମ୍ୟାନେଜରଙ୍କ ଦ୍ୱାରା ଅଶାଳୀନ ବ୍ୟବହାରର ଶୀକାର ହୋଇଥିଲେ ସେ ସମ୍ପର୍କରେ ପ୍ରକାଶ କରିଛନ୍ତି । ସ୍ୱରା ଭାସ୍କର ହେଉଛନ୍ତି ଏହି ନାୟିକା ଯିଏ କି କାଷ୍ଟିଂ କାଉଚ୍ର ଶୀକାର ହୋଇଥିବା କଥା କହିଛନ୍ତି । ସେ ସବୁବେଳେ ରୋକ୍ଠୋକ୍ କଥା କୁହଁନ୍ତି ।
ଏ କ୍ଷେତ୍ରରେ ମଧ୍ୟ ଆଗପଛକୁ ବିଚାର ନ କରି ସ୍ୱରା କହିଛନ୍ତି ଦ ୱେଲିଂରେ ଏକ ସିନ୍ ପାଇଁ ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡ଼ିଥିଲା । ସେ କୁହନ୍ତି, ଜଣେ ବଡ଼ ପ୍ରଡ୍ୟୁସରଙ୍କ ମ୍ୟାନେଜର ତାଙ୍କ ଘରର ଠିକଣା ପଚାରିଲେ । ଏହା ତାଙ୍କୁ ଠିକ୍ ଲାଗୁ ନଥିଲା । ସେଠାରେ ତାଙ୍କର କେହି ଚିହ୍ନା ପରିଚୟ ବ୍ୟକ୍ତି ନଥିଲେ । ଏଣୁ ସେ ମିଟିଂରୁ ପଳାଇ ଆସିବାକୁ ଚାହୁଁଥିଲେ । ଯେମିତି ସେ ପଦାକୁ ଆସିବାକୁ ଚେଷ୍ଟା କରିଛନ୍ତି ସେହି ବ୍ୟକ୍ତିଜଣକ ଆସି ତାଙ୍କୁ କିସ୍ କରିବାକୁ ଚାହିଁଲେ । ଖାଲି ସେତିକି ନୁହେଁ ଏପରିକି ତାଙ୍କୁ ମଧ୍ୟ ଆଇ ଲଭ ୟୁ ମଧ୍ୟ କହିଥିଲେ । ଏହା କହିବା ସମୟରେ ସେହି ବ୍ୟକ୍ତିଙ୍କ ମୁହଁ ତାଙ୍କ କାନ ପାଖକୁ ଆସିଯାଇଥିଲା । ଏସବୁକୁ ମଧ୍ୟ କାଷ୍ଟିଂ କାଉଚର ଏକ ଅଂଶ ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ONA

Leave a Reply

Top