You are here
Home > ଅଧିକ ଖବର > ଏଟିଏମରେ ନାହିଁ ଟଙ୍କା: ଲମ୍ବା ଲାଇନରେ ଗ୍ରାହକ ହଟହଟା

ଏଟିଏମରେ ନାହିଁ ଟଙ୍କା: ଲମ୍ବା ଲାଇନରେ ଗ୍ରାହକ ହଟହଟା

ଭୁବନେଶ୍ୱର: ଏଟିଏମରେ ମିଳୁନି ଟଙ୍କା । କାହିଁକି ନା ଏଟିଏମ ଖାଲି । ସାରା ଦେଶରେ ବିମୁଦ୍ରାକରଣ ପରି ପୁଣି ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତ୍ୟେକ ବ୍ୟାଙ୍କ ଏଟିଏମ ଆଗରେ ଟଙ୍କା ଉଠାଇବାକୁ ଲମ୍ବା ଲାଇନ । ଏହାର ସମାଧାନ ଲାଗି ସରକାର ଏକ କମିଟି ଗଠନ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଏହି ସମସ୍ୟା ସାମୟିକ ଏବଂ ଏହାର ସମାଧାନ ଖୁବ ଶିଘ୍ର ହୋଇଯିବ ।

ଦେଶର ଅଧିକାଂଶ ବଡ଼ ରାଜ୍ୟ ଯେପରିକି କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟମାନଙ୍କରେ ରହିଥିବା ବ୍ୟାଙ୍କ ଏଟିମ ଗୁଡ଼ିକରେ ନୋଟର ଘୋର ଅଭାବ ଦେଖାଦେଇଛି । କେତେକ ରାଜ୍ୟରେ ୨,୦୦୦ ଟଙ୍କିଆ ନୋଟର ମଧ୍ୟ ଅଭାବୀ ପରିଲକ୍ଷିତ ହୋଇଥିବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟିକରଣ କରାଯାଇଛି । ସମସ୍ୟା ଖୁବ ଶିଘ୍ର ସୁଧୁରିବ ।

ONA

Leave a Reply

Top