You are here
Home > ଏକ୍ସକ୍ଲୁସିଭ୍ > କେନ୍ଦ୍ର ପରେ ସବୁ ଗାଁକୁ ବିଜୁଳି ନେଇ ଘୋଷଣା କଲା ରାଜ୍ୟ,ବିରୋଧୀ କହିଲେ ସବୁ କାଗଜ କଲମରେ

କେନ୍ଦ୍ର ପରେ ସବୁ ଗାଁକୁ ବିଜୁଳି ନେଇ ଘୋଷଣା କଲା ରାଜ୍ୟ,ବିରୋଧୀ କହିଲେ ସବୁ କାଗଜ କଲମରେ

ଭୁବନେଶ୍ବର : ହଜାର ଦିନରେ ଦେଶର ସବୁ ଗାଁକୁ ବିଜୁଳି ପହଁଚାଇବା ମିଶନ ସଫଳ କରିଛନ୍ତି କେନ୍ଦ୍ର ସରକାର । ଦେଶର ସବୁ ଗାଁକୁ ବିଜୁଳି ପହଁଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ସେପଟେ ଆମ ରାଜ୍ୟରେ ବି ସବୁ ଗାଁରେ ବିଜୁଳି ଆଲୁଅ ପହଁଚାଇବା ନେଇ ଘୋଷଣା କରିଛନ୍ତି ସରକାର । ତେବେ ଦେଶ ହେଉ କି ରାଜ୍ୟ ବାସ୍ତବ ଚିତ୍ରକୁ ନେଇ କିନ୍ତୁ ଉଠିଛି ପ୍ରଶ୍ନ । ବିରୋଧୀଙ୍କ ଯୁକ୍ତି ଏସବୁ କେବଳ କାଗଜ କଲମରେ । ରାଜ୍ୟରେ ଏବେ ବି ଅନେକ ଗାଁ ଅଛି ଯେଉଁଠି ବିଜୁଳି ଆଲୁଆ ସାତ ସପନ ହୋଇ ରହିଛି ।
ଦେଶରୁ ଅନ୍ଧାର ହଟିଲା । ସବୁ ଗାଁରେ ପହଁଚିଲା ବିଜୁଳି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ଦେଶର ସବୁ ଗାଁକୁ ହଜାରେ ଦିନରେ ବିଜୁଳି ପହଁଚାଇବାକୁ ୨୦୧୫ ଅଗଷ୍ଟରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଦେଶର ୧୮ ହଜାର ୪ଶହ ୫୨ ଗାଁକୁ ବିଜୁଳି ପହଁଚାଇବାକୁ ଲକ୍ଷ୍ୟ ରଖି ଥିଲେ । ତେବେ ୧୨ ଦିନ ଆଗରୁ କାମ ସାରିଛନ୍ତି କେନ୍ଦ୍ର ସରକାର ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପଟେ ଆମ ରାଜ୍ୟରେ ସବୁ ଗାଁରେ ବିଜୁଳି ପହଁଚିଛି । ଏପ୍ରିଲ ଶେଷ ସୁଦ୍ଧା ୪୭ହଜାର ୬ଶହ ୭୭ ଗାଁକୁ ବିଜୁଳି ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ମାସ ସରିବା ଆଗରୁ ବିଜୁଳି ସବୁ ଗାଁକୁ ପହଁଚିବା ନେଇ ଘୋଷଣା କରିଛନ୍ତି ଶକ୍ତିମନ୍ତ୍ରୀ ।
ତେବେ ରାଜ୍ୟର ୯ ଲକ୍ଷ ବିପିଏଲ ଓ ୮ ଲକ୍ଷ ଏପିଏଲ ପରିବାରକୁ ଖୁବ ଶିଘ୍ର ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । ତେବେ ଅକ୍ଟୋବର ୨ ସୁଦ୍ଧା ରାଜ୍ୟର ସବୁ ଗାଁ,ସବୁ ସହର ଓ ସବୁ ଘରେ ବିଜୁଳଇ ପହଁଚିବ ବୋଲି ସରକାର ଘୋଷଣା ରହିଛି । ହେଲେ ବିରୋଧି କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ନାରାଜ । କଂଗ୍ରେସ କହିଛି ରାଜ୍ୟରେ ଏବେ ବି ଅନେକ ଗାଁ ଅଛି ଯେଉଁଠି ବିଜୁଳି କେବଳ ସାତ ସପନ ହୋଇଛି । ପ୍ରଧାନମନ୍ତ୍ରୀ ଙ୍କ ଘୋଷଣାରେ ବାସ୍ତବତା ନାହିଁ ବୋଲି କଂଗ୍ରେସ କହିଛି ।ବିଜେପିର କହିବା କଥଆ ରାଜ୍ୟ ସରକାର ଯଏଉଁ ତଥ୍ୟ ରଖିଛନ୍ତି ତା ଆଧାରରେପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ହେଲେ ରାଜ୍ୟର ବାସ୍ତବ ଚିତ୍ର ହେଉଛି ଏବେ ବି ଅନେକ ଗାଁରେ ବିଜୁଳି ନାହିଁ । କେତେକ ଜାଗାରେ କେବଳ ଖୁଣଅଟ ପୋତି କାମ ସାରିଛି ପ୍ରଶାସନ ।
ସରକାର ଓ ବିରୋଧୀଙ୍କ ଯୁକ୍ତି ଦେଖିଲେ । ଏବେ ଦେଖନ୍ତୁ ରାଜ୍ୟର ବାସ୍ତବ ଚିତ୍ର । ଏ ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିରି ମୁହାଣ ଗାଁ । ୨୦୧୦ରେ ଏହି ଗାଁକୁ ପ୍ରଧାନମନ୍ତ୍ରୀ ବିଦ୍ୟୁତ କରଣ ଯୋଜନାରେ ସାମିଲ କରାଯାଇଥିଲା । ଗାଁରେ ଫଳକ ଲାଗିଛି । ଖୁଣ୍ଟ ପୋତା ସରକିଛଇ । ହେଲେ ଟ୍ରାନ୍ସଫରମର ନାହିଁ କି ବିଜୁଳି ସଂଯୋଗ ନାହିଁ । ଏବେ ୪୦ ପରିବାରଙ୍କ ଲାଗି ବିଜୁଳି ଆଲୁଅ ସାତ ସପନ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରପକାରଙ୍କ ସବୁ ଯୋଜନା ଓ ଘୋଷଣା ଏମାନଙ୍କ ଲାଗି ଉପହାସ ପାଲଟିଛି
ବିତ୍ୟୁତ କରଣର ବାସ୍ତବ ସ୍ଥିତି ଦେଖିଲେ । ହେଲେ ସରକାରୀ ଯୁକ୍ତି ହେଉଛି ଯେଉଁ ଗାଁରେ ମୈଳିକ ବିଦ୍ୟୁତ ଭିତ୍ତିଭଊମି ସୁବିଧା ଥିବ ଓ ଗାଁର ୧୦ ପ୍ରତିଶତ ପରିବାର ଓ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାଳୟ ଓ ସ୍ବାସ୍ଥ୍ୟ କେନ୍ଦ୍ରେ ବିଜୁଳି ପହଁଚି ଥିବା ତାକୁହିଁ ବିଦ୍ୟୁତ କରଣ ହୋଇଘଲା ବୋଲି ଧରି ନିଆଯିବ । ଯେଉଁ ଆଧାରରେ ସରକାର କହୁଛନ୍ତି ଦେଶୁ ଅନ୍ଦାର ହଟିଛି ।

ONA

Leave a Reply

Top