You are here
Home > ଏଣ୍ଟରଟେନମେଣ୍ଟ > ନିର୍ବନ୍ଧ ମୁଦି ଲୁଚାଇଲେ ପ୍ରିୟଙ୍କା କାହିଁକି?

ନିର୍ବନ୍ଧ ମୁଦି ଲୁଚାଇଲେ ପ୍ରିୟଙ୍କା କାହିଁକି?

ମୁମ୍ବାଇ: ବଲିଉଡର ସୁପରଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କରେ ଏକ ରୋଚକ ତଥ୍ୟପଦାକୁ ଆସିଛି । ସେ ତାଙ୍କର ବିବାହ ପାଇଁ ରିଙ୍ଗ ସେରିମନିରେ ମିଳିଥିବା ମୁଦିକୁ ବିମାନ ବନ୍ଦରରେ ଓହ୍ଲାଇବା ପରେ ଲୁଚାଇ ରଖିବା ଖବରର ଭିଡ଼ିଓ ଭାଇରାଲ ହେଲା ପରେ ସେ ଅଡୁଆରେ ପଡ଼ିଯାଇଛନ୍ତି । ପ୍ରିୟଙ୍କା କାହିଁକି ବିବାହ ମୁଦିକୁ ଲୁଚାଇଲେ ତାହା ଏବେ ଚର୍ଚ୍ଚାର କାରଣ ହୋଇଛି । ବିବାହ କରିବା ପାଇଁ ଯାଉଥିବା ଖବରକୁ ବୋଧହୁଏ ସେ ପ୍ରଚାର କରିବାକୁ ଚାହୁଁନାହାନ୍ତି । ଆଉ ଏକ ଖବର ପ୍ରିୟଙ୍କାଙ୍କ ସମ୍ପର୍କରେ ବଲିଉଡର ସୁପରିଷ୍ଟାର ସଲମାନ ଖାନ୍ ଖୁଲାସା କରିଛନ୍ତି । ପ୍ରିୟଙ୍କା ହଠାତ ବମ୍ବେରେ ଏକ ଫିଲ୍ମ ଅଫରକୁ ଛାଡ଼ି ହଠାତ ବିଦେଶ ପଳାଇବା କାରଣ ସମ୍ପର୍କରେ ଯାହା କୁହାଯାଉଛି ସେ ନେଇ ସଲମାନ ଭିନ୍ନ ମତ ରଖିଛନ୍ତି । ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।
ମିଳିଥିବା ସୂଚନା ଅନୁସାରେ ପ୍ରିୟଙ୍କା ଆମେରିକାର ସିଙ୍ଗର ନିକ୍ଙ୍କୁ ବିବାହ କରିବାକୁ ଯାଉଥିବା ଖବର କାହାକୁ ଆଉ ଅଛପା ନାହିଁ । ଏହି ଦୁଇଜଣଙ୍କର ବିବାହ ଯୋଡ଼ି ଚର୍ଚ୍ଚା
ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ଚାଲିଛି । ପ୍ରିୟଙ୍କା ଜୁଲାଇ ୧୮ରେ ତାଙ୍କ ୩୬ତମ ଜନ୍ମଦିନ ପାଳନ ପାଇଁ ଲଣ୍ଡନ ଯାଇଥିଲେ । ଏହି ଅବସରରେ ସେ ତାଙ୍କ ପ୍ରେମିକ ନିକଙ୍କ ସହିତ ଲଣ୍ଡନରେ ନିର୍ବନ୍ଧ କରିଛନ୍ତି ଏବଂ ଖୁବଶୀଘ୍ର ଏହି ଯୋଡ଼ି ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ପ୍ରିୟଙ୍କା, ନିକ୍ କିମ୍ବା ତାଙ୍କର ପରିବାର ଏହି ଖବର ସମ୍ପର୍କରେ କେହି କିଛି ଏ ବିଷୟରେ ସ୍ପଷ୍ଟ କରୁନାହାଁନ୍ତି । ହେଲେ ପ୍ରିୟଙ୍କା ନିଜ ଆଙ୍ଗୁଠିର ରିଙ୍ଗକୁ ଲୁଚାଇବା ନେଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରିୟଙ୍କା ବିବାନ ବନ୍ଦରରେ ଆସୁଥିବା ସମୟରେ ପିନ୍ଧିଥିବା ନିର୍ବନ୍ଧ ରିଙ୍ଗକୁ ଜିନ୍ସ ପକେଟରେ ପୁରାଇ ଲୁଚାଇବାର ଭିଡିଓ ପଦାକୁ ଆସିଛି । ଫଳରେ ପ୍ରିୟଙ୍କାକୁ ନେଇ ଆଲୋଚନା ଲାଗିଛି ।
ସେହିପରି ସଲମାନ ମଧ୍ୟ ପ୍ରିୟଙ୍କାଙ୍କ ବିଦେଶ ଗସ୍ତ ସମ୍ପର୍କରେ ହଲିଉଡର ଏକ ଚଚ୍ଚଚିତ୍ରରେ ଅଭିୟନ ପାଇଁ ବଲିଉଡ ଛାଡ଼ି ଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । କିନ୍ତୁ ହଲିଉଡରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିବା କୁହାଯାଉଛି । ଯେଉଁ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଯାଇଥିଲେ ସେଠାରେ ତାଙ୍କୁ ସେ ସୁଯୋଗ ମିଳି ନ ଥିବା ଆଲୋଚନା ହେଉଛି ।

ONA

Leave a Reply

Top