You are here
Home > ପଲିଟିକ୍ସ > ବିଜେପିର ଗ୍ରାମ ସ୍ୱରାଜ ଅଭିଯାନ : ଗାଁରେ ରାତି କାଟିବେ ନେତା

ବିଜେପିର ଗ୍ରାମ ସ୍ୱରାଜ ଅଭିଯାନ : ଗାଁରେ ରାତି କାଟିବେ ନେତା

ଭୁବନେଶ୍ୱର : ବିଜେପି ଦେଶବ୍ୟାପୀ ଆରମ୍ଭ କରିଛି ଗ୍ରାମ ସ୍ୱରାଜ ଅଭିଯାନ । କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଆମ୍ବେଦକରଙ୍କ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଗ୍ରାମ ସ୍ୱରାଜ ଅଭିଯାନ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ତରଫରୁ ରାଜ୍ୟର ସମସ୍ତ ସାଂଗଠନିକ ମଣ୍ଡଳରେ ଏହି ଉତ୍ସବ ପାଳନ କରାଯାଇଛି । ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଆସନ୍ତା ୧୮ ତାରିଖ ସ୍ୱଚ୍ଛ ଭାରତ ପର୍ବ, ୨୦ରେ ଉଜ୍ଜ୍ୱଳା ପଂଚାୟତ, ୨୪ରେ ପଂଚାୟତରାଜ ଦିବସ, ୨୮ରେ ଗ୍ରାମଶକ୍ତି ଅଭିଯାନ, ୩୦ରେ ଆୟୁଷ୍ମାନ ଭାରତ, ମେ ୨ରେ କୃଷକ କଲ୍ୟାଣ କର୍ମଶାଳା ଏବଂ ମେ ୫ରେ ଆଜିବୀକା ଓ କୈାଶଳ ବିକାଶ ଅନୁଷ୍ଠିତ ହେବ । ଏହି ଉତ୍ସବ ଗୁଡିକରେ ରାଜ୍ୟସ୍ତରୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡିକୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇବାକୁ ବିଜେପି କାର୍ଯ୍ୟକର୍ତାମାନେ ଗାଁ ଗାଁ ବୁଲି ପ୍ରଚାର କରିବେ ବୋଲି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ଗାଁରେ ରାତି କାଟିବେ ନେତା
ଏହି ଅଭିଯାନରେ ବିଜେପିର ନେତା ଓ ଛାମୁଆ କର୍ମୀ ଗାଁ କୁ ଯିବେ । ଗାଁରେ ଲୋକଙ୍କ ସହ ରାତି କାଟିବେ । କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି ତାର ସ୍ଥି ପରକ୍ଷିବେ ନେତାଏ । ସାରାଦେଶରେ ଏହି କାର୍ଯ୍ୟକ୍ରମ ହେଉଥିଲେ ବି ବିଜେପିର ଏହି କାର୍ଯ୍ୟକ୍ରମ ଓଡିଶାରେ ଆହୁରି ବ୍ୟାପକ କରାଯାଇଛି । ବିଜେଡିର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ଦଳ ଏହି କାର୍ଯ୍ୟକ୍ରମକୁ ଅଧିକ ଯୋରଦାର କରିବାକୁ ଯୋଜନା ଥିବା କୁହାଯାଉଛି ।

ONA

Leave a Reply

Top