You are here
Home > ଲାଟେଷ୍ଟ > ଚାବି ପ୍ରସଙ୍ଗରେ ପୁଣି ବିଜେପି-ବିଜେଡିର କାଦୁଅ ଫିଙ୍ଗା

ଚାବି ପ୍ରସଙ୍ଗରେ ପୁଣି ବିଜେପି-ବିଜେଡିର କାଦୁଅ ଫିଙ୍ଗା

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ଭିତରେ କାଦୁଅ ଫିଙ୍ଗା ତୀବ୍ରତର ହୋଇଛି । ବିଜେପି ପ୍ରାୟ ଦୈନିକ ସାମ୍ବାଦିକ ସମ୍ମିଳନୀ ଡାକି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ଅଭିଯୋଗ ବାଢ଼ି ଚାଲିଥିଲା ବେଳେ ବିଜେଡି ମଧ୍ୟ ଚୁପ ନ ରହି ପାଲଟା ଜବାବ ଦେଇଚାଲିଛି । ସୋମବାର ବିଜେପି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏ ବିବାଦ ଘେରକୁ ଟାଣିବା ପାଇଁ କୋର୍ଟ କଚେରୀ କଥା ଉଠାଇଛି । ଅପରପକ୍ଷରେ କୋର୍ଟକୁ ଯାଅ ବୋଲି ବିଜେଡି କହିଛି । ଉଭୟ ଏବେ ଏ ପ୍ରସଙ୍ଗରେ ବାଦବିବାଦରେ ଲାଗିଛନ୍ତି ।
ବିଜେପି ମୁଖପାତ୍ର ପିତାମ୍ବର ଅଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତିୁ ଦାନ ସୂତ୍ରରେ ଯେଉଁ ସ୍ୱର୍ଣ୍ଣ ଅଳଙ୍କାର ଓ ଅର୍ଥ ଯାହା କିଛି ହୁଣ୍ଡିରେ ପଡ଼ିବ ତାହାର ରକ୍ଷଣାବେକ୍ଷଣ ପାଇଁ ଏକ ଫାଉଣ୍ଡେସନ୍ ଫଣ୍ଡ କମିଟି ଗଠନ କରାଯାଇଛି । ଏହି ଫାଉଣ୍ଡେସନ୍ ଫଣ୍ଡ କମିଟିର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୧୮ ବର୍ଷ ଭିତିରେ ମୁଖ୍ୟମନ୍ତୀ କେତେଥର ଏହି କମିଟିର ବୈଠକ ଡାକିଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ । ଏହା ଫୌଜଦାରୀ ଓ ଦୁର୍ନୀତି ନିବାରଣ ଆଇନର ପରିସରଭୁକ୍ତ । ଦୁର୍ନୀତି ନିବାରଣ ଆଇନର ଧାରା ୧୩ରେ ମୁଖ୍ୟମନ୍ତ୍ରୀ ଫସି ଯାଇଛନ୍ତି । ଯେକୌଣସି ନାଗରିକ ଯାଇ ଭିଜିଲାନ୍ସ କୋର୍ଟରେ ମୋକଦ୍ଦମା ଦାଖଲ କରିପାରିବେ । ବିଜେପି ଭିଜିଲାନ୍ସ କୋର୍ଟକୁ ଯିବ ବୋଲି ପିତାମ୍ବର କହିଛନ୍ତି ।
ବିଜେଡି ମୁଖପାତ୍ର ସାଂସଦ ପ୍ରତାପ କେଶରୀ ଦେବ ଜବାବ ରଖି କହିଛନ୍ତି, ‘ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଯେଉଁ କଥା କହୁଛନ୍ତି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ବିବାଦ ଘେରକୁ ଆଣିବାକୁ ଚାହୁଁଛନ୍ତି, ଏଥିରେ ତାଙ୍କର ଯେଉଁ ଅର୍ନ୍ତନିହିତ ରାଜନୈତିକ ଉଦ୍ଦେଶ୍ୟ ରହିଛି ସେଥିରେ ସଫଳ ହେବନାହିଁ । ସରକାର ତାଙ୍କର କ୍ଷମତା କ’ଣ ଭଲଭାବରେ ଜାଣିଛନ୍ତି । ସରକାରୀ କର୍ତ୍ତୃପକ୍ଷ ମଧ୍ୟ ଜାଣିଛନ୍ତି ଏବଂ ସମସ୍ତ କାର୍ଯ୍ୟପରିଚାଳନା ପାଇଁ ଆଇନ ପ୍ରଣୟନ ହୋଇଛି । ଆଇନ ଅନୁସାରେ ସବୁକଥା ଚାଲିଛି । ଶ୍ରୀଜଗନ୍ନାଥଙ୍କର ଯାହା ସୁବିଧା ଅସୁବିଧା କଥା ସରକାର ବୁଝନ୍ତୁ । ଯଦି ସରକାରଙ୍କର ବୁଝିବା ବା କମିଶନଙ୍କ ତଦନ୍ତ କିମ୍ବା ଅନ୍ୟକିଛି ଉପରେ ଶ୍ରୀ ଆଚାର୍ଯ୍ୟ ସନ୍ତୁଷ୍ଟ ନୁହଁନ୍ତି ତେବେ ଏହା ତାଙ୍କର ବ୍ୟକ୍ତିଗତ ଇଛା, ସେ ଚାହିଁଲେ ଆଇନଗତ ଆଶ୍ରୟ ନିଅନ୍ତୁ ବା ଯାହା କରନ୍ତୁ ସେଥିରେ ଆମର କିଛି ଆପତ୍ତିନାହିଁ ।

ONA

Leave a Reply

Top