You are here
Home > ପଲିଟିକ୍ସ > ମହାନଦୀ ଜଳ ବିବାଦ ପାର୍ଟ-2 : ଦସ୍ତଖତ ଅଭିଯାନ ଓ ମାନବ ଶୃଙ୍ଖଳ

ମହାନଦୀ ଜଳ ବିବାଦ ପାର୍ଟ-2 : ଦସ୍ତଖତ ଅଭିଯାନ ଓ ମାନବ ଶୃଙ୍ଖଳ

7 ନଭେମ୍ବରରେ ବିଜେଡି ସାଂସଦ ଓ ବିଧାୟକଙ୍କ ରାଜଧାନୀରେ ବୈଠକ

ସଂଗ୍ରହ ହେବ 87 ଲକ୍ଷ ପରିବାରର ଦସ୍ତଖତ

ହୀରାକୁଦରୁ ପାରାଦୀପ ଯାଏଁ ମାନବ ଶୃଙ୍ଖଳ

ଆଇନର ସହାୟତା ନେବା ପାଇଁ ସରକାରଙ୍କୁ ବିଜେଡିର ପ୍ରସ୍ତାବ

ଭୁବନେଶ୍ବର: ମହାନଦୀରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ବିଜେଡିର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ଦଳ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ମହାନଦୀ ପାଇଁ ମହାସଂଗ୍ରାମ ଲାଗି ଦଳ ଦେଇଛି ଆହ୍ବାନ । (1) ହୀରାକୁଦ ଠାରୁ ପାରାଦୀପ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ ଓ (2) ଓଡ଼ଶାର 87ଲକ୍ଷ ପରିବାର ଠାରୁ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ସ୍ଥିର କରିଛି ଶାସକ ଦଳ ଏବଂ (3) ରାଜ୍ୟ ସରକାରଙ୍କୁ ଆଇନର ସହାୟତା ନେବା ଲାଗି ପ୍ରସ୍ତାବ ମଧ୍ୟ ଦେବ। ଏହି କାର୍ଯ୍ୟକ୍ରମ ଲାଗି ଆସନ୍ତା ୭ ତାରିଖରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଇଡକଲ ଅଡିଟୋରିୟମ୍ ଠାରେ ବିଜେିର ବିଧାୟକ, ସାଂସଦ, ଦଳୀୟ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କର ଏକ ପ୍ରସ୍ତୁତି ବୈଠକ ହେବ ବୋଲି ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ତେବେ ବିଜେଡିର ଦସ୍ତଖତ ଅଭିଯାନ ଓ ମାନବ ଶୃଂଖଳକୁ ନେଇ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି “ଏସବୁ ବିଜେଡି ଡ୍ରାମା । ସବୁ ଜାଣି ଚେଇଁ ଶୋଇଥିଲା ଶାସକ ଦଳ । ବିବାଦର ସମାଧାନ ଚାହୁଁନି  କି ଉପଯୁକ୍ତ ସ୍ଥାନରେ ପ୍ରସଙ୍ଗ ଉଠାଉ ନାହିଁ ବିଜେଡି । ମହାନଦୀ ବିବାଦରେ ପ୍ରଧାନମନ୍ତ୍ରୀ ରେଫରିର ଭୂମିକା ନେଇ ପାରିବେ । ଉଭୟ ଓଡିଶା ଓ ଛତିଶଗଡ଼ ବସି ବିବାଦର ସମାଧାନ କରିବା ଉଚିତ” ।

      ଅବଶ୍ୟ ପୂର୍ବରୁ ମହାନଦୀ ପ୍ରସଙ୍ଗରେ ବିଜେଡି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ସହ ବିଧାନସଭାକୁ ଅଚଳ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛି । ସଂସଦରେ ଗତ ଜୁଲାଇ 27ରେ ବିଜେଡି ସାଂସଦଙ୍କ ଜରିଆରେ ମହାନଦୀ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ମଧ୍ୟ କରାଇଛନ୍ତି ନବୀନ ପଟ୍ଟନାୟକ । ଆଉ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ବିଜେଡିର ଜୁମ୍ବୋ ଟିମ ଛତିଶଗଡକୁ ଯାଇଥିଲା । ଯୁବ ବିଜେଡି ନେତୃତ୍ଭରେ ୧୫ଟି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲା । ରେଳରୋକ ହୋଇଛି । ମହିଳା ବିଜେଡି କଳସ ଶୋଭାଯାତ୍ରା କରି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ବିରୋଧରେ ରୋଷ ଜାହିର କରିଛି ।  କେନ୍ଦ୍ର ଜଳ ସଂପଦ ଆୟୋଗକୁ ଛତିଶଗଡର ବୋଲକରା କହି ଭୁବନେଶ୍ବର ସ୍ଥିତ ସିଡବ୍ଲୁସି ଆଗରେ ଶହେ ଦିନର ଧାରଣା ଦେଉଛି ବିଜେଡି ।

        ଏହା ବାଦ ଗତ ଜୁଲାଇ ୨୯ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ  ଦିଲ୍ଲୀରେ  ଛତିଶଗଡ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ । ଆଉ ସମସ୍ୟାର ସମାଧାନ ପାଇଁ ଉମା ଭାରତୀଙ୍କ ଆହୂତ ତ୍ରିପାକ୍ଷିକ ବୈଠକରେ ସେପ୍ଟେମ୍ବର ୧୭ରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ବୈଠକରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଲେ ରମଣ ସିଂହ ସରକାର ବ୍ୟାରେଜ ନିର୍ମାଣ କାମ ବନ୍ଦ କରିବାକୁ ରାଜି ହେଉନାହିଁ । ପରବର୍ତ୍ତୀ ନିଷ୍ପତ୍ତି ରାଜ୍ୟ କ୍ୟାବିନେଟରେ ସପ୍ଟେମ୍ବର ୧୮ରେ ନିଆଯିବ । ହେଲେ ସେହି ସେପ୍ଟେମ୍ବର ୧୭ ରାତିରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ପ୍ରେସ ରିଲିଜ ଆସିଥିଲା ଯେ ଓଡିଶା ସରକାର ସୁପ୍ରିମକୋର୍ଟକୁ ଯିବେ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ମଧ୍ୟ ଦ୍ବାରସ୍ଥ ହୋଇପାରନ୍ତି । କିନ୍ତୁ ସପ୍ଟେମ୍ବର ୨୪ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ, ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆଉ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଦ୍ବାରା ପ୍ରସ୍ତାବିତ ବିଶେଷଜ୍ଞ କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କଲେ । ଏବଂ ଓଡିଶା ସରକାର ପ୍ରାଶାସନିକ ଓ ନ୍ୟାୟିକ ପଦକ୍ଷେପ ନେବେ । ତେବେ କେନ୍ଦ୍ର ସରକାରଙ୍କୁ ଓଡିଶା ବିରୋଧୀ କହୁଥିବା ନବୀନ ପଟ୍ଟନାୟକ ସେପ୍ଟମ୍ବର ୩୦ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମହାନଦୀ ମହାବିବାଦର ସମାଧାନ କରିବା ପାଇଁ । ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କଲେ ଓଡିଶାକୁ କୋର୍ଟକୁ ଯିବାକୁ ପଡିବ ନାହିଁ ବୋଲି ନବୀନ ପତ୍ରରେ ଉଲ୍ଲେଖ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଗତ ଜୁଲାଇ ୧୬ରେ ମଧ୍ୟ ଆନ୍ତଃ ରାଜ୍ୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ । ଆଉ ସେହି ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଉପସ୍ଥିତ ଥିଲେ । ହେଲେ ନବୀନଙ୍କର ସେହି ଉପସ୍ଥାପନରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଭାବିତ ହୋଇନଥିଲେ ।

        ମହାନଦୀରେ ଛତିଶଗଡ଼ ବ୍ୟାରେଜ ନିର୍ମାଣକୁ ବିରୋଧ କରି ପ୍ରସଙ୍ଗକୁ ନେଇ ଓଡିଶା କଂଗ୍ରେସର ବିଧାୟକ ଦଳ ଅକ୍ଟୋବର ୧୩ରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ନିକଟରେ ଫେରାଦ ହୋଇଥିଲା । ତେବେ ବାସ୍ତବରେ ବିଜୁ ଜନତା ଦଳ ମହାନଦୀର ଜଳ ଏବଂ ଓଡିଶାକୁ ନେଇ ଚିନ୍ତିତ ନା ପଞ୍ଚାଯତ ନିର୍ବାଚନ ଜିତିବ ଲାଗି ଏହା ଏକ କୌଶଳ !

 

 

 

ONA

Leave a Reply

Top