You are here
Home > ବଡ଼ଖବର > ବିଜେଡି-ଧର୍ମେନ୍ଦ୍ର କଳି ଜୋରଦାର

ବିଜେଡି-ଧର୍ମେନ୍ଦ୍ର କଳି ଜୋରଦାର

ଭୁବନେଶ୍ୱର: ବିଜେଡି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଟକରାଟକରି ଜୋରଦାର ଚାଲିଛି । ଉଭୟଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । କାହାର କ’ଣ କେଉଁଠି ତ୍ରୁଟି ରହିଛି ତାକୁ ଉଭୟ ପକ୍ଷ ଖୋଜି ବୁଲୁଛନ୍ତି । ଧର୍ମେନ୍ଦ୍ରଙ୍କୁ କୌଣସି ହାଲତରେ ଛାଡ଼ିବା ସ୍ଥିତିରେ ନାହାଁନ୍ତି ବିଜେଡି । ଯେକୌଣସି ଘଟଣାରେ କିଛିଦିନ ଭୁଲ ତ୍ରୁଟି ଦେଖିଲେ ତାକୁ ଧରି ଧର୍ମେନ୍ଦ୍ରଙ୍କୁ ଘେରିବାରେ ଲାଗିଛି ବିଜେଡି । ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ରେ ଏକ ନିମନ୍ତ୍ରଣ ପତ୍ରରେ ଭାଷାଗତ ତ୍ରୁଟିଥିବା ଘଟଣାରେ ବିଜେଡି ସମାଲୋଚନା କରିଥିଲା ବେଳେ ଏବେ ଧର୍ମେନ୍ଦ୍ରଙ୍କ ରଥଯାତ୍ରା ସମୟରେ ଗଜପତିଙ୍କ ଛେରା ପହଁରାକୁ ‘ଝାଡୁ’ ସହ ତୁଳନାକରି କିଛି ମନ୍ତବ୍ୟ ରଖିବା ଘଟଣାକୁ ନେଇ ପୁଣି ଘେରିଛି ବିଜେଡି । ଏ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କୁ କ୍ଷମା ମାଗିବାକୁ ଦାବି କରାଯାଇଥିଲା ବେଳେ ଅଭିଶାପ ମଧ୍ୟ ଦିଆଯାଇଛି । ଧର୍ମେନ୍ଦ୍ର ବି ପଛଘୁଚା ନ ଦେଇ ବିଜେଡି ସାର୍ଟିଫିକେଟ୍ ତାଙ୍କର ଲୋଡ଼ା ନାହିଁ ବୋଲି ଜବାବ ରଖିଛନ୍ତି । ଏଣୁ ଉଭୟ ପକ୍ଷଙ୍କ ବୟାନବାଜି ଓ ଆରୋପ ପ୍ରତ୍ୟାରୋପ ବଢ଼ିଚାଲିଛି ।
ନିକଟରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରକୁ ଧର୍ମେନ୍ଦ୍ର ଟ୍ୱିଟ୍ କରିଥିଲେ । ଟ୍ୱିଟ୍ରେ ସ୍ୱଭାବିକ ଭାବେ ଓଡ଼ିଆ ଶବ୍ଦ ଲେଖାଯାଇଥାଏ ତାହା ଠିକ୍ ଭାବରେ କମ୍ପ୍ୟୁଟରରେ ପ୍ରଦର୍ଶିତ ହୋଇ ନଥାଏ । ହେଲେ କମ୍ପ୍ୟୁଟରରେ ଓଡ଼ିଆ ଭାଷା କଦର୍ଥ କରି ଆସିଥିବାରୁ ତାକୁ ଧରି ଧର୍ମେନ୍ଦ୍ରଙ୍କୁ କଡ଼ା ସମାଲୋଚନା କରିଥିଲା ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର ଏ ଘଟଣାରେ ପ୍ରତିକ୍ରୀୟା ରଖି କହିଥିଲେ ଏହି ନିମନ୍ତ୍ରଣ ପତ୍ରରେ ଓଡ଼ିଆ ଭାଷାକୁ ଯେଭଳି ଭାବରେ ଅତି କଦର୍ଥ କରାଯାଇଛି ଏହାକୁ ଯେ କେହି ଓଡ଼ିଆ ଦେଖିବା ସେ ଲଜ୍ଜା ଅନୁଭବ କରିବ । ସେ ଅନ୍ୟ ବିଭାଗରେ କେତେ ହସ୍ତକ୍ଷେପ କରୁଛନ୍ତି ନିଜ ବିଭାଗ ପ୍ରତି ଓ ନିଜ ବିଭାଗ କଣ ନିମନ୍ତ୍ରଣ ପତ୍ର ଛାଡୁଛି ତାକୁ ମଧ୍ୟ ଦେଖି ତନଖି କରିବା ପାଇଁ ଜଣେ ଓଡ଼ିଆ ଭାବେ ତାଙ୍କର ସମୟ ନାହିଁ ।

କ୍ଷମାମାଗନ୍ତୁ ଧର୍ମେନ୍ଦ୍ର: ଆଇନମନ୍ତ୍ରୀ
ଅଭିଶାପ ଦେଲେ ପ୍ରତାପ ଦେବ
ମୋତେ କାହା ସାର୍ଟିଫିକେଟ୍ ଦରକାର ନାହିଁ: ଧର୍ମେନ୍ଦ୍ର

ଏହି ଘଟଣାରେ ଧର୍ମେନ୍ଦ୍ର ମଧ୍ୟ ଚୁପ୍ ନ ବସି ପାଲଟା ଜବାବ ବିଜେଡିକୁ ଦେଇଥିଲେ । ସେ କହିଥିଲେ ମୋତେ ସେମାନଙ୍କର ସାର୍ଟିଫିକେଟ୍ର ଆବଶ୍ୟକ ନାହିଁ । କମ୍ପ୍ୟୁଟର ଭାଷାରେ ମଝିରେ ମଝିରେ କିଛି ବନାନ ବିସୁଧି ହୁଏ । ମୋର ଟ୍ୱିଟ୍ରେ ଯଦି କିଛି ବନାନ ବିସୁଧି ଥିବା ତାହେଲେ ମୁଁ ନିଶ୍ଚୟ ତାକୁ ସୁଧାରିବି । କିନ୍ତୁ ଯେଉଁ ବନ୍ଧୁମାନେ କହୁଛନ୍ତି ତାଙ୍କ ମୁଖିଆଙ୍କୁ କୁହଁନ୍ତୁ ଟିକେ ସୁଦ୍ଧ ଓଡ଼ିଆରେ ଦୁଇପଦ ଜୟଜଗନ୍ନାଥ କୁହଁନ୍ତୁ । ଓ ଜଗନ୍ନାଥଙ୍କ ସମ୍ପର୍କରେ ଦୁଇଜାରି ଶବ୍ଦ କୁହଁନ୍ତୁ ଦେଖିବା ବୋଲି ଧର୍ମେନ୍ଦ୍ର ଆହ୍ୱାନ ଦେଇଥିଲେ ।
ଏହି ବିବାଦ ନ ତୁଟୁଣୁ ଆଉ ଏକ ବିବାଦ ଆସି ଛିଡ଼ା ହୋଇଛି । ଏହା ହେଉଛି ରଥଯାତ୍ରା ସମୟରେ ପୁରୀ ଗଜପତି ଦିବ୍ୟସିଂହଦେବ ରଥରେ ଆସି ଛେରା ପହଁରା କରିଥାନ୍ତି । ଏହି ଛେରା ପହଁରାକୁ ନେଇ ଧର୍ମେନ୍ଦ୍ର କିଛି ମତ ରଖିଥିଲେ । ଯେଉଁଥିରେ ସ୍ୱଚ୍ଛ ଭାରତ ଅଭିଯାନ କଥା ଉଲ୍ଲେଖ କରିଥିଲେ । ଏଥିରେ ଝାଡ଼ୁ ସହ ଧର୍ମେନ୍ଦ୍ର ଛେରାପହଁରାକୁ ତୁଳନା କରିଥିବା ଅଭିଯୋଗ କରି ବିଜେଡି ତାଙ୍କୁ ଘେରିଛି । ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଛେରା ପହରାକୁ ଝାଡୁ ସହ ତୁଳନା କରିବା ଠିକ୍ ନୁହେଁ । ଏହା କହି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥ ସଂସ୍କୃତିର ଅପମାନ କରିଛନ୍ତି । ଧର୍ମେନ୍ଦ୍ର ଏଥିପାଇଁ କ୍ଷମା ମାଗିବା ଦରକାର । କେବଳ ଆଇନମନ୍ତ୍ରୀ ନୁହଁନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ ମଧ୍ୟ ପ୍ରତିକ୍ରୀୟା ରଖି ଅଭିଷାପ ଦେଇଛନ୍ତି । ସେହ କହିଛନ୍ତି ଜଗନ୍ନାଥ ପ୍ରେମୀଙ୍କୁ ଧର୍ମେନ୍ଦ୍ରଙ୍କ ଏହି ମତ ଆଘାତ ଦେଇଛି । ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିବା ଲୋକଙ୍କର ଅବକ୍ଷୟ ହୋଇଛି । ଧର୍ମେନ୍ଦ୍ର ଏପରି କହିବା ଠିକ୍ ହୋଇନାହିଁ ବୋଲି ଶ୍ରୀ ଦେବ କହିଛନ୍ତି ।
ବିଜେଡିକୁ ଜବାବ ଦେଇ ଆଜି ଧର୍ମେନ୍ଦ୍ର କହିଛନ୍ତି ଶ୍ରୀଜଗନ୍ନାଥଙ୍କୁ କିଏ କିପରି ଭକ୍ତି କରିବ ସେ ବିଷୟରେ କହିବା ପାଇଁ ଶାସକ ଦଳ ଠିକା ନେଇନାହାଁନ୍ତି । ପୁରାଣ କଥା ଦର୍ଶାଇ ଧର୍ମେନ୍ଦ୍ର ତାଙ୍କ ଉକ୍ତିକୁ ପ୍ରତିପାଦିତ କରିବା ପାଇଁ କହିଛନ୍ତି କଞ୍ଜିର ରାଜା ଗଜପତିଙ୍କୁ ଝାଡୁଦାର କହିଥିଲେ । ଝାଡୁଦାର କହି ଗଜପତିଙ୍କୁ କାଞ୍ଜି ରାଜା ତାଙ୍କ ଝିଅ ଦେବା ପାଇଁ ମନା କରିଦେଇଥିଲେ । ଏଥିପାଇଁ କାଞ୍ଜି ବିଜୟ ଅଭିଯାନ ହୋଇଥିଲା । ଏଣୁ ଆମକୁ କାହାର ସାର୍ଟିଫିକେଟ୍ ଦରକାର ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ONA

Leave a Reply

Top