You are here
Home > ବଡ଼ଖବର > ଧର୍ମେନ୍ଦ୍ର ନିରାଶ ଓ ହତାଶ ହୋଇପଡିଛନ୍ତି: ବିଜେଡି

ଧର୍ମେନ୍ଦ୍ର ନିରାଶ ଓ ହତାଶ ହୋଇପଡିଛନ୍ତି: ବିଜେଡି

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ରକରି ଓଡ଼ିଶା ରାଜନୀତିରେ ଘଡ଼ିକେ ଘୋଡ଼ାଛୁଟୁଛି । ବିଜେଡି ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ ଏହାକୁ ନେଇ ଚାଲିଛି ବୟାନବାଜି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଗସ୍ତରେ ଆସି ବିଜେଡିକୁ ଆକ୍ଷେପ କରିଛନ୍ତି । ଏଥିରେ ବିଜେଡି ପ୍ରତିକ୍ରୀୟାଶୀଳ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହିଁ । କେନ୍ଦ୍ରମନ୍ତ୍ରୀ ହତାଶ ହୋଇ ଏଭଳି ବକ୍ତବ୍ୟ ରଖୁଛନ୍ତି ବୋଲି ବିଜେଡି କହିଛି ।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ କହିକି ହଠାତ ନିରାଶ ହୋଇଛନ୍ତି ତାହା ଜଣାପଡୁନାହିଁ । ଏଭଳି ବୟାନବାଜି ଓ ବକ୍ତବ୍ୟ ଦ୍ୱାରା ସ୍ପଷ୍ଟ ବାରି ହେଉଛିି ଯେ ସେ ହତାଶ ଓ ନିରାଶର ବାତାବରଣ ଭିତରେ ସେ ଅଛନ୍ତି । ଏବେ ପ୍ରଶ୍ନ ହେଉଛି ଯେତେବେଳେ ବିଜୁ ଜନତାଦଳ ଜେଡିୟୁକୁ ସମର୍ଥନ ଦେବ ବୋଲି ନିଷ୍ପତ୍ତି କରିଥିଲା । ଜେଡିୟୁକୁ ସମର୍ଥନ ଦେବାରେ ଆମେ ଆମ ମତ ସ୍ପଷ୍ଟ କରିଛୁ ଯେ, ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିବୁ । ଏ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀଙ୍କର ବକ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ଭ୍ରାମାତ୍ମକ । ସେ ବୋଧହୁଏ ଅବଗତ ନାହାଁନ୍ତି ଯେ, ଜେଡିୟୁ ଏକ ଆଂଚଳିକ ଦଳ । ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ବିଜେଡି ଓ ଜେଡିୟୁର ସମାନ ଆଭିମୁଖ୍ୟ ମଧ୍ୟ ରହିଛି । ଜେଡିୟୁ ପ୍ରାର୍ଥୀ ଜୟଯୁକ୍ତ ହେଲା ପରେ ଏକ ଆଂଚଳିକ ଦଳର ଜଣେ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଦାୟିତ୍ୱରେ ଅଛନ୍ତି । ଏହା ଆଂଚଳିକ ଦଳଙ୍କ ପାଇଁ ଭାରତ ବର୍ଷରେ ଶୁଭଙ୍କର ବିଷୟ । ଏହାକୁ ନେଇ ଯଦି କେନ୍ଦ୍ରମନ୍ତ୍ରୀ କୌଣସି କ୍ଷେତ୍ରରେ ଅସହିଷ୍ଣୁ ବା ସ୍ପର୍ଷକାତର ହେଉଛନ୍ତି ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର ଜଣେ ଓଡ଼ିଆଙ୍କୁ ପ୍ରାର୍ଥୀ ନ କରିବା ସଂପର୍କରେ ରଖିଥିବା ମତ ଉପରେ ଶ୍ରୀ ପାତ୍ର କହିଛନ୍ତି ଯେ, ଜଣେ ଓଡ଼ିଆ ହେବାର ସୁଯୋଗ ଥିଲା ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ସଂପୂର୍ଣ୍ଣ ଭାବେ ଭ୍ରାମାତ୍ମକ । ବୋଧହୁଏ ପ୍ରଥମଥର ପାଇଁ ଭାରତ ବର୍ଷରେ ଜନସାଧାରଣ ଶୁଣୁଛନ୍ତି । ବିଗତ ୨ ମାସ ମଧ୍ୟରେ ଯେତେବେଳେ ଚର୍ଚ୍ଚା ହେଉଛି ସେତେବେଳେ କୌଣସି ଜାଗାରେ ଜଣେ ଓଡ଼ିଆ ହେବାର କିଛି ପ୍ରାସଙ୍ଗିକତା ନ ଥିଲା । କିମ୍ବା ଏ ବିଷୟରେ ଚର୍ଚ୍ଚା ମଧ୍ୟ ହୋଇ ନ ଥିଲା ।ଏଣୁ ପ୍ରଶ୍ନ ଉଠୁଛି କେନ୍ଦ୍ରମନ୍ତ୍ରୀ ଏହି ତଥ୍ୟ ପାଇଲେ କେଉଁଠୁ । ଏହା ତାଙ୍କ ଭ୍ରମର ଆଉ ଏକ ଚିନ୍ତାଧାରା? ସେ ଯେଉଁ ହତାଶ ଓ ନିରାଶ ହୋଇଯାଇଛନ୍ତି ସେଥିପାଇଁ ଏ ପ୍ରକାରର ବକ୍ତବ୍ୟ ରଖିଛନ୍ତି । ଯାହାର କିଛି ଆଧାର ନାହିଁ, କି ସାମଂଜସ୍ୟ ନାହିଁ ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ରଙ୍କ ଧନ୍ୟବାଦ ଜ୍ଞାପନ ସମ୍ପର୍କରେ ଶ୍ରୀ ପାତ୍ର କହିଛନ୍ତି ଧର୍ମେନ୍ଦ୍ର ବାବୁ ଯଦି ବିଜୁ ଜନତାଦଳକୁ ସମର୍ଥନ କରିିଛନ୍ତି କି ଧନ୍ୟବାଦ ଦେଇଛନ୍ତି ତାହାହେଲେ ଭଲ କଥା । ପ୍ରଧାନମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଗଣମାଧ୍ୟମରେ ଆସିଛି । ଏହା ଭଲ ଜିନିଷ, ହେଲେ ଗୋଟିଏ କଥା ବୁଝି ହେଉନି କେନ୍ଦ୍ରମନ୍ତ୍ରୀ ଗୋଟିଏ ଜାଗାରେ କୃତଜ୍ଞତା ଜଣାଉଛନ୍ତି ଅପରପକ୍ଷରେ ବିଜେଡିକୁ ଗାଳି ଦେଉଛନ୍ତି ଏଇଟା ତାଙ୍କର କି ପ୍ରକାର ଚିନ୍ତାଧାରା । ବୋଧହୁଏ ସୌଜନ୍ୟତା ରକ୍ଷା କରିବା ପାଇଁ କୌଣସି ଜାଗାରେ ଧର୍ମେନ୍ଦ୍ର ବାବୁ ଭୁଲି ଯାଇଛନ୍ତି ହତାଶ ଓ ନିରାଶ ହେଲେ ଏହା ହୁଏ ।

ONA

Leave a Reply

Top