You are here
Home > ପଲିଟିକ୍ସ > ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ : ମହାନଦୀକୁ ଶୁଖିବାକୁ ଦେବୁନାହିଁ- ମୁଖ୍ୟମନ୍ତ୍ରୀ

ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ : ମହାନଦୀକୁ ଶୁଖିବାକୁ ଦେବୁନାହିଁ- ମୁଖ୍ୟମନ୍ତ୍ରୀ

ଝାରସୁଗୁଡା :  ପୁଣି ମହାନଦୀ ରାଜନୀତି ଜେ।ରଦାର ହୋଇଛି ମହାନଦୀ ଜଳ ବିବାଦକୁ ନେଇ ବିଜେଡି ଆରମ୍ଭ କରିଛି ଦ୍ବିତୀୟ ପର୍ଯ୍ୟାୟ ଆନ୍ଦେ।ଳନ  ମହାନଦୀ ସୁରକ୍ଷା ଅଭିଯାନକୁ ଦଳୀୟ  ରାଜନୀତି ଠାରୁ ଉର୍ଦ୍ଧ୍ବରେ ବେ।ଲି ମୁଖ୍ୟମନ୍ତ୍ରୀ କହିଛନ୍ତି ତେବେ ଏଥିରୁ କିଭଳି ଦଳ ଫାଇଦା ନେବ ସେଥିପାଇଁ ପୁର। ଯୋଜନା କରିଛି ଦଳ ବିଜେଡି ସୁପ୍ରିମେ। ନବୀନ ପଟ୍ଟନାୟକ ମହାନଦୀ ପ୍ରବେଶ ପଥ ଉଭୟ ପାର୍ଶ୍ବରୁ ସଚେତନତା ଯାତ୍ରା ଶୁଭାରମ୍ଭ କରିବା ସହ ରାଜ୍ୟ ବିଜେପିକୁ ଟାର୍ଗେଟ ବି କରିଛନ୍ତି

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ମହାନଦୀ ଆନ୍ଦେ।ଳନ ଝାରସୁଗୁଡା ସୁଖାସେ।ଡା ବରଗଡର  ଅମ୍ବାଭୋନାରୁ ଆରମ୍ଭ ହୋଇଛି ମହାନଦୀ ସୁରକ୍ଷା ଅଭିଯାନ ଉଭୟ ସ୍ଥାନରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଯାତ୍ରା ଆରମ୍ଭ କରି କହିଛନ୍ତି ମହାନଦୀ ଓଡିଶାର ମାଆ ସୁଖାସୋଡାଠାରେ ଓଡିଶାକୁ ମହାନଦୀର ପ୍ରବେଶପଥ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ। ମହାନଦୀ କେବଳ ବିଜେଡିର ସମ୍ପତ୍ତି ନୁହେଁ କହି ଲଢେଇରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ଏହାକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଡାକରା ଦେଇଛନ୍ତି। କହିଛନ୍ତି ଏହା ରାଜନୀତିଠାରୁ ଉର୍ଦ୍ଧ୍ବରେ ତେବେ ଓଡିଶାବାସୀଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟେ।ଗ କରିବାକୁ ରାଜ୍ୟର ବିଜେପି ନେତାଙ୍କୁ ଆହ୍ବାନ ଦେଇଛନ୍ତି ଓଡିଶା ସରକାର ମଧ୍ୟ ମହାନଦୀ ଉପରେ ବ୍ୟାରେଜ କରିବାକୁ ଯେ।ଜନା କରୁଥିବା ସୂଚନା ଦେଇଛନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡିର ବହୁ ଛାମୁଆ ନେତା ମଞ୍ଚ ଉପରୁ କେନ୍ଦ୍ର ଛତିଶଗଡସରକାର ସହ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ମହାନଦୀ ଓଡିଶାର ଜୀବନରେଖା , ଆମ ମାଆ କହିବା ସହ ମହାନଦୀକୁ ଛାଡି ଓଡିଆ ଜାତିର କଳ୍ପନା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି । ଓଡିଶାର ହକ୍ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିବା କଥା ଅଭିଭାଷଣରେ ପ୍ରକାଶ କରିଛନ୍ତି ନବୀନ  । ବର୍ଷାଦିନରେ ମହାନଦୀରେ ପାଣିର କୌଣସି ଅସୁବିଧା ହେଉ ନ ଥିବାବେଳେ ଅନ୍ୟଋତୁରେ ସମସ୍ୟା ଦେଖାଦେଉଛି । ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ ଫଳରେ ରାଜ୍ୟରେ ଚାଷୀଙ୍କୁ ପାଣିର ଅଭାବ ରହୁଛି । ଯେଉଁଥିପାଇଁ ନବୀନ ଅସନ୍ତୋଷ ପ୍ରକାଶ କରିବା ସହ  କେନ୍ଦ୍ର ଓ ଛତିଶଗଡ ସରକାରଙ୍କୁ ସମାଲୋଚନା କରିଛନ୍ତି । ଯେ ପର୍ୟ୍ୟନ୍ତ ଓଡିଶାକୁ ନ୍ୟାୟ ନ ମିଳିଛି ବିଜେଡି ସଂଗ୍ରାମ ଜାରି ରଖିବା କଥା ନବୀନ ପ୍ରକାଶ କରିଛନ୍ତି ।

ମହାନଦୀ ଓଡିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ । ଏହାକୁ ଆମେ ଶୁଖିବାକୁ ଦେବୁନାହିଁ । ଏ ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱନ କରିଛନ୍ତି ନବୀନ । ମହାନଦୀର ସୁରକ୍ଷା  ତଥା ଓଡିଆ ଜାତିର ହକ୍ ପାଇଁ ସମସ୍ତ ଓଡିଆକୁ ମହାନଦୀ ପାଇଁ ଲଢିବାକୁ ସେ ଆହ୍ୱାନ କରିଛନ୍ତି ।

କେନ୍ଦ୍ର ଓ ଛତିଶଗଡ ସରକାର ଓଡିଶାକୁ ବିରୋଧ କରୁଛନ୍ତି ଏବଂ ରାଜ୍ୟର ବିଜେପି ନେତାମାନେ ଛତିଶଗଡକୁ ସମର୍ଥନ କରୁଛନ୍ତି କହି ବିଜେପିର ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି ନବୀନ । ଆହୁରି ମଧ୍ୟ ମହାନଦୀ ପ୍ରତି ଦରଦ ଥିଲେ ବିଜେପି ନେତାମାନେ ଛତିଶଗଡ ସରକାରକୁ ବିରୋଧ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ମହାନଦୀ ଜଳ ବିବାଦ ନେଇ ବିଜେଡିର ଆନ୍ଦେ।ଳନ କୁମ୍ଭୀର କାନ୍ଦଣା ବେ।ଲି କହିଛନ୍ତି ବିରେ।ଧୀ କେତେବେଳେ ରାଜ୍ୟ ସରକାର କହୁଛନ୍ତି ଛତିଶଗଡ ବନ୍ଧ ବାନ୍ଧିଲେ ଓଡିଶାରେ ପ୍ରଭାବ ପଡିବନି ଆଉ କେତେବେଳେ ପାଣି ଶୁଖିଗଲା ବେ।ଲି ବାହାନା କରୁଛନ୍ତି କିନ୍ତୁ ତଳ ମୁଣ୍ଡ ରେ ଗେ।ଟଏ ବି ବ୍ୟାରେଜ ବାନ୍ଧିବାରେ ସକ୍ଷମ ହେ।ଇନି ବିଜେଡି ସରକାର ମାମଲା ଏବେ  ସୁପ୍ରିମକେ।ର୍ଟ ଅଛି ପୁଣି ଟ୍ରିବୁନାଲ ବି ଗଠନ ହେ।ଇ ସାରିଛି ଏପରି ସମୟରେ ମହାନଦୀ ସୁରକ୍ଷା ଅଭିଯାନକୁ  ବିଜେଡି କେବଳ ରାଜନୈତିକ ଲାଭ ପାଇଁ ଅସ୍ତ୍ର କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି  

ONA

Leave a Reply

Top