You are here
Home > ଲାଟେଷ୍ଟ > କମିଛି ବାର୍ଡ ହିଟ୍: ମୁଖ୍ୟ ଶାସନସଚିବ

କମିଛି ବାର୍ଡ ହିଟ୍: ମୁଖ୍ୟ ଶାସନସଚିବ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଗତ କିଛି ମାସ ହେବ ବାଡ୍ ହିଟ୍ସ ଦୁର୍ଘଟଣା କମିଛି । ବାଡ ଡିଟ୍ସ ଆହୁରି କମାଇବା ପାଇଁ ୬ ମାସିଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ଆଜି ସଚିବାଳୟରେ ବସିଥିବା ଭୁବନେଶ୍ୱର ବିମାନବନ୍ଦର ପରିବେଶ ପରିଚାଳନା କମିଟି ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବସ୍ତି ଅଞ୍ଚଳରୁ ଅଳିଆଆବର୍ଜନା ହଟାଇବା ପାଇଁ ବିଏମ୍ସି, ଓୟୁଏଟି, ପୋଲିସ, ଜଙ୍ଗଲ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ଆଗକୁ ଅନେକ ବ୍ୟବସ୍ଥା କରାଯିବ । ବିମାନବନ୍ଦର ଚାରି ପାଶ୍ୱର୍ରେ ଥିବା ଡ୍ରେନ୍ରେ ଢ଼ାଙ୍କୁଣୀ ଦିଆଯିବ । ବିମାନବନ୍ଦର ଅଞ୍ଚଳରେ ଥିବା ଅଣପଞ୍ଜିକୃତ ମାଛ ଓ ମାଂସ ଦୋକାନ ଆୟ କରାଯିବ । ବିମାନ ବନ୍ଦର ଅଧ୍ୟକ୍ଷ ଆର ମହାଲିଙ୍ଗମ କହିଛନ୍ତି, ଡ୍ରେନରେ ପାଣି ଜମି ରହିଲେ ପକ୍ଷୀ ଆସିବେ । ସେଥିପାଇଁ ଡ୍ରେନେଜ ବ୍ୟବସ୍ଥା ଠିକ୍ କରାଯିବାରୁ ବାର୍ଡ ହିଟ୍ସ ଦୁର୍ଘଟଣା ବହୁ କମିଛି । ଏଥିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।
ବିମାନରେ ପକ୍ଷୀମାଡ଼ ଘଟଣା କେବଳ ଆମ ବିମାନବନ୍ଦରରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଦେଖା ଦେଉଛି । ଏହି ସମସ୍ୟା ସହିତ ସମସ୍ତ ବିମାନବନ୍ଦର ସଂଘର୍ଷ କରୁଛନ୍ତି । ୨୦୧୬ ବର୍ଷ ୬ଷ୍ଠ ଥର ପକ୍ଷୀମାଡ଼ ହୋଇଥିଲା ଭୁବନେଶ୍ୱରରେ । ଶେଷଥର ଲାଗି ଜୁନ ୧୬ରେ ଗୋ-ଏୟାର ବିମାନରେ ଏକ ପକ୍ଷୀମାଡ଼ ହେବାରୁ ଏଥିରେ ଥିବା ୧୪୫ ଜଣ ଯାତ୍ରୀ ଅଳ୍କକେ ରକ୍ଷା ପାଇଥିଲେ ।

ONA

Leave a Reply

Top