You are here
Home > ବଡ଼ଖବର > ରାଜ୍ୟ ସରକାରଙ୍କ ବଡ ଘୋଷଣା : ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ,ରାଜ୍ୟର ସୁବୁ ସରକାରୀ ଡାକ୍ତରଖାନାରେ ମିଳିବ ମାଗଣା ଚିକିତ୍ସା ୭୦ ଲକ୍ଷ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ସହାୟତା

ରାଜ୍ୟ ସରକାରଙ୍କ ବଡ ଘୋଷଣା : ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ,ରାଜ୍ୟର ସୁବୁ ସରକାରୀ ଡାକ୍ତରଖାନାରେ ମିଳିବ ମାଗଣା ଚିକିତ୍ସା ୭୦ ଲକ୍ଷ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ସହାୟତା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ସବୁଠୁ ବଡ ପଦକ୍ଷେପ ନେଇଛନ୍ତି । ଏଣିକି ସବୁ ସରକାରୀ ଡାକ୍ତରଖାନାରେ ମିଳିବ ମାଗଣା ଚିକିତ୍ସା । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଘୋଷଣା କରିଛନ୍ତି । ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ୭୦ ଲକ୍ଷରୁ ଅଧିକ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁରକ୍ଷା ସହାୟତା । ସବୁ ସରକାରୀ ହସପିଟାଲରେ ମିଳିବ ବିନା ମୂଲ୍ୟରେ ସ୍ବାସ୍ଥ୍ୟ ଚିକିତ୍ସା । ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁ ଡାକ୍ତରଖାନାରୁ ଘରକୁ ଆସିବା ପାଇଁ ଯାତାୟତ ଖର୍ଚ୍ଚ ମିଳିବ ୫ଶହ ଟଙ୍କା । ଏବାବଦରେ ସମସ୍ତ ବ୍ୟୟ ରାଜ୍ୟ ସରକାର ବହନ କରିବେ । ରାଜ୍ୟରେ ଉପଲବ୍ଧ ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ, ଗୁଣାତ୍ମକ, ସୁଦୃଢ ଓ ଅଧିକ ପ୍ରଭାବଶାଳୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ସୁସ୍ଥ ଓଡିଶା-ସୁଖୀ ଓଡିଶା ଗଠନ ମିଶନକୁ ସଫଳ କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।ଆଗରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନୁରୂପ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏକ ବଡ ସୁବିଧା ଦେଇଛନ୍ତି  ।

ONA

Leave a Reply

Top